Browsing category

ମହାନଗର

ଭରତିଆ ଟାଓ୍ୱାରରେ ଲାଗିଲା ନିଆଁ

କଟକ,୨୩/୯(ଏସଏସ ନିଉଜ)କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଲାଗିଛି ନିଆଁ । ବିଲ୍ଡିଂର ଷଷ୍ଠ ମହଲାରେ ଲାଗିଛି ନିଆଁ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି।

ସୂଚନା ଦେଲେ ଅଶୋକ ଗେହଲଟ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଗାନ୍ଧି ପରିବାରରୁ କେହି ପରବର୍ତ୍ତୀ କଂଗ୍ରେସ ସଭାପତି ହେବେ ନାହିଁ। ରାହୁଲ ଗାନ୍ଧିଙ୍କୁ ସଭାପତି ପଦ ଗ୍ରହଣ କରିବା ପାଇଁ ବହୁବାର କହିଥିଲି। ରାହୁଲ ସ୍ପଷ୍ଟ କରିଛନ୍ତି ଗାନ୍ଧି ପରିବାରରୁ କେହି ସଭାପତି ହେବେନି। ଏନେଇ ସୂଚନା ଦେଇଛନ୍ତି ସଭାପତି ଦୌଡ଼ରେ ସବୁଠୁ ଆଗରେ ଥିବା ଅଶୋକ ଗେହଲଟ ।

ନବଦାସ ସବୁଠୁ ଧନୀ ମନ୍ତ୍ରୀ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା।ଏହି ତାଲିକାରେ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡିଛି।ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂପତି ତାଲିକା। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡ଼ିଥିବା ବେଳେ ତାଙ୍କର ୬୫ଟି ଗାଡ଼ି ଥିବାର ଜଣାପଡିଛି।

ଓଲିଉଡ୍ ଷ୍ଟାର ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି।ଅସୁସ୍ତ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚକିତ୍ସା ହେଉଥିବାର ଜଣାପଡିଛି।

୩୦ ଜିଲ୍ଲା ପାଇଁ ନାମ ଘୋଷଣା

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ସରକାର । ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ମନ୍ତ୍ରୀ ଅଶୋକପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଛି। ଅନନ୍ତଦାସଙ୍କୁ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼ ଦାୟିତ୍ୱ ମିଳିଛି।କଟକ ଦାୟିତ୍ୱରେ ପ୍ରମୋଦ ମଲ୍ଲିକ, ଗଞ୍ଜାମ ଦାୟିତ୍ୱରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଦାୟିତ୍ୱରେ ପ୍ରମିଳା ମଲ୍ଲିକ, ସମୀର ଦାଶଙ୍କୁ ଯାଜପୁର, ନବ ଦାସଙ୍କୁ କଳାହାଣ୍ଡି, […]

ବାଲିଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ନାହିଁ

କଟକ,୨୩/୯(ଏସଏସ ନିଉଜ)BARFI ପ୍ରକଳ୍ପକୁ ନେଇ ଏନ୍‌ଜିଟି ନିର୍ଦ୍ଦେଶ ପରେ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ୍ୱ ନାହିଁ, ୩୪ ଏକର ଜାଗାରେ ହେବ ବାଲିଯାତ୍ରା । ସବୁଜ ବଳୟ ନେଇ NGTଙ୍କ ନିର୍ଦ୍ଦେଶରେ ସବୁ କାମ ହେବ କହିଲେ ଜିଲ୍ଲାପାଳ ।

ଧବଳେଶ୍ୱରପୀଠରେ କାର୍ତ୍ତିକବ୍ରତ ପାଇଁ ଦିନ ଧାର୍ଯ୍ୟ

ଆଠଗଡ଼,୨୩/୯(ଏସଏସ ନିଉଜ)ଆଠଗଡ଼ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ପଞ୍ଚକ ଓ ବଡ଼ଓଷା ପାଳନ ନେଇ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି । ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ।ନଭେମ୍ବର ୬ରେ ବଡ଼ ଓଷା; ୭ ସୋମବାର ସକାଳେ ଗଜଭୋଗ ମିଳିବ ।

ଲୁହାରଡ ଚୋରୀକରି ଯୁବକ ଗିରଫ

ମେଣ୍ଢାଶାଳ,୨୧/୯(ଏସଏସନିଉଜ)ନିର୍ମାଣଧିନ ଘରୁ ରଡ ଚୋରିକରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାରଦିନ ପଥରଗାଡିଆ ଗାଁର ଭଗବାନବେହେରା ନାମକ ଯୁବକକୁ ଗିରଫ କରି କୋର୍ଟ ଚାଳଣ କରିଛି । ଜିତେନ୍ଦ୍ରକୁମାର ବେହେରା ନାମକ ବ୍ୟକ୍ତି ପଥରଗାଡିଆ ପାଖରେ ଘରକରିବ ପାଇଁ ଲୁହାରଡ ଆଣି ରଖିଥିଲେ । ନିଶାଖୋର ଯୁବକ ଭଗବାନ ନିଶାସେବନ ନିମନ୍ତେ ଟଙ୍କା ଅବଶ୍ୟକ ଥିବାରୁ ତା ସ୍କୁଟିରେ ବାନ୍ଧି ୩୦ଟି ୧୬ଏମଏମ ଲୁହାରଡ ନେଇଯାଇଥିଲା ।ବହୁ ଖୋଜାଖୋଜି ପରେ ଜିତେନ୍ଦ୍ର ଚୋରି ହୋଇଥିବା ରଡ ନପାଇବାରୁ ୧୪ତାରିଖରେ […]

ସ୍କୁଲ୍ ବସ୍ ଦୁର୍ଘଟଣା ଗ୍ରସ୍ତ

କଟକ,୨୨/୯(ଏସଏସ ନିଉଜ)କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ସ୍କୁଲ୍ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ଜଣ ପିଲା।ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଯାଇଥିବା ସୂଚନା ମିଳିଛି।ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।

ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୨୨/୯(ଏସ ₹ଏସ ନିଉଜ)ଆଜିଠୁ କମିବ ରାଜ୍ୟରେ ଲଘୁଚାପ ପ୍ରଭାବ । କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ମୌସୁମିରେ ୧୧୫୩.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ଠାରୁ ୫% ଅଧିକ । ୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା । ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।