Browsing category

ମହାନଗର

ଆଜିଠୁ ଯୁକ୍ତ୨ ପାଠପଢ଼ା

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ରାଜ୍ୟରେ ଆଜିଠୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢ଼ା । ୩ ଲକ୍ଷ ୭୨ହଜାର ପିଲା ପଢ଼ିବେ ଯୁକ୍ତ ୨ ପ୍ରଥମ ବର୍ଷ ପାଠ । ଯୁକ୍ତ ୨ର ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ଆବେଦନ କରିଛନ୍ତି । ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା ଆବେଦନ l

ଆଜି କଂଗ୍ରେସ ସଭାପତି ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।ଅକ୍ଟୋବର ୧୭ରେ ନିର୍ବାଚନ ଓ ୧୯ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ ବାହାରିବ।

କାର ସହ ୨୪୦ଲିଟର ଦେଶୀମଦ ଜବତ,୨ଗିରଫ

ବାରଙ୍ଗ,୨୧/୯(ଏସଏସନିଉଜ)ବାରଙ୍ଗଥାନା ପୋଲିସ ମଙ୍ଗଳବାର ରାତିରେ ଦେଶୀମଦ ଆସୁଥିବାର ଖବରପାଇ ନରାଜ ନଦୀବନ୍ଧରେ ନାକ ଲଗାଇଥିଲେ ।କିଛିସମୟ ପରେ ଏକ ଧଳାରଙ୍ଗର ମାରୁତିକାର ଦ୍ରୁତଗତିରେ ଆସୁଥିବାରୁ ତାକୁ ରୋକିଥିଲେ ।କିନ୍ତୁ କାରଟି ପଳାଇଯିବାକୁ ଚେଷ୍ଟାକରୁଥିବାବେଳେ ପୋଲିସ ଗାଡିଟିକୁ କାବୁ କରି ତଲାସ କରିଥିଲା ।ତଲାସ ବେଳେ ଗାଡିର ପଛସିଟରେ ଥିବା ୧୨ଟିବ୍ଲାଡରରେ ୨୪୦ଲିଟର ରନ୍ଧାଦେଶୀମଦ କୁ ଜବତ କରିବା ସହ ଚୋରାଚାଳଣକରୁଥିବା ଦୁଇଜଣଙ୍କୁ ଗିରଫ କରିଥିଲା ।ତାଙ୍କଠାରୁ ଦୁଇଟି ମୋବଇଲଫୋନ ଜବତ କରିଥିଲା । ଗିରଫହୋଇଥିବା ଦୁଇଜଣ ହେଲେ […]

୬ଟି ସ୍ପିଡ୍ ବାଇକ ଜବତ କଲା ପୋଲିସ

ଜଟଣୀ,୨୧/୦(ଏସଏସନିଉଜ) ମଧୁସୁଧନନଗରର ଦିଲିପକୁମାର ଭୁଜବଳ ନାମକ ବ୍ୟକ୍ତି ତାଙ୍କର ଓଆର୦୨-ବିୱାଇ-୫୫୬୫ନଂ ବୋଲେରୋ ଗାଡି ଚୋରୀ ହୋଇଯାଇଥିବାର ଜଟଣୀଥାନାରେ ଲିଖିତ ଅଭିଯୋଗ କରିଥିଲା ।ପୋଲିସ୧୮୧/୨୨କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିବା ସହ ଚୋରୀବୋଲେରୋକୁ ପାଇଯାଇଥିଲେ ମଧ୍ୟ ଏହି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ମୁସ୍ତାକ୍ ଓ ବିଶ୍ୱଜିତ୍ ପାଲଟାସିଂହ ନାମକ ଯୁବକଖସିପଳାଇଥିଲେ ।ଏମାନଙ୍କୁ ଧରିବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିବାବେଳେ ପୋଲିସ ଜାଲରେ ଏମାନେ ପଡିଯାଇଥିଲେ ।ପୋଲିସ ଏମାନଙ୍କଠାରୁ ୬ଟି ସ୍ପିଡ୍ ବାଇକ ଓ ଗୋଟିଏ ମୋବଇଲଫୋନ ଜବତ […]

ଏନଡିଆରଏଫରେ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଉଦଘାଟିତ

ବାରଙ୍ଗ,୨୧/୯(ଏସଏସନିଉଜ)ଇଣ୍ଟର ବ୍ୟାଟାଲିଅନ୍ ଜୋନାଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ମୁଣ୍ଡଳୀ ଏନଡିଆରଏଫର ତୃତୀୟ ବ୍ୟାଟାଲିଅନ୍ ପରିସରରେ ବୁଧ ବାର ଦିନ ଉଦଘାଟିତ ହୋଇଯାଇଛି।୨୮ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଏନଡିଆର ଏଫର ତୃତୀୟ ବ୍ୟାଟାଲିଅନ୍ ର କମାଣ୍ଡାଣ୍ଟ ଶ୍ରୀ ଯାଦବ କିସପୋଟା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଏହି ପ୍ରତି ଯୋଗିତାରେ ଏନଡିଆର ଏଫର ତୃତୀୟ ବାଟାଲିୟନ, ତାମିଲନାଡୁ ଆରାକୋନାମ୍ ର ଚତୁର୍ଥ ବାଟାଲିୟନ, ମହାରାଷ୍ଟ୍ର ପୁନେର ପଞ୍ଚମ ବାଟାଲିୟନ, ଆନ୍ଧ୍ରପ୍ରଦେଶ ବିଜୟ ୱାଡାର ଦଶମ […]

ପୋଲିସ କବ୍‌ଜାରେ ଲୁଟେରାଗ୍ୟାଙ୍ଗ

  କଟକ,୨୧/୯ (ଏସଏସନିଉଜ) ଦଶହରା ପୂର୍ବରୁ ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ ।ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ।ସେମାନଙ୍କଠାରୁ ୫ଟି ୪ ଚକିଆ ଗାଡ଼ି, ୨ଟି ସ୍ପୋର୍ଟସ ବାଇକ୍, ୬୦ ଗ୍ରାମ୍ ସୁନା ଜବତ କରିଛି ।

ରାଜଧାନୀରେ ବିଷପିଇ ୨ମୃତ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ) ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ଜଣେ ବ୍ୟକ୍ତି ଓ ମହିଳା ମୃତୁବରଣ କରିଛନ୍ତି। ପୁରୁଷ ଜଣଙ୍କ ନିଜ ପତ୍ନୀ ଓ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ଗୋଟିଏ ଘରେ ରହୁଥିଲେ।ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ।ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି।

ପରମାଣୁ ଧମକ ଦେଲେ ପୁଟିନ୍

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା।ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍।ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।ରୁଷିଆକୁ ଧ୍ୱଂସ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି।ୟୁକ୍ରେନକୁ ଅସ୍ତ୍ର କରି ରୁଷିଆକୁ ଧ୍ୱଂସ ପାଇଁ ଉଦ୍ୟମ କରୁଛନ୍ତି।ଦରକାର ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି।

ଓଭରଲୋଡିଂ ଗାଡ଼ି ସାବଧାନ!

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ଗାଡ଼ି ଓଭରଲୋଡିଂ ନେଉଥିଲେ ସାବଧାନ। ଧରାପଡ଼ିଲେ ଫାଇନ୍‌ ଗଣିବେ।ଏଥିପାଇଁ ସବୁ ଆରଟିଓମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ବିଶେଷ କରି ବାଲି, ଚିପ୍ସ, ପାଉଁଶ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ, ଡମ୍ଫର ଓ ଟିପ୍ପର ଗୁଡିକୁ ଯାଞ୍ଚ କରିବାକୁ ପ୍ଲାନ ପ୍ରସ୍ତୁତ କରିଛି ବିଭାଗ ।ଓଭର ଲୋଡିଂ ପାଇଁ ଧରାପଡିଲେ ୨୦ ହଜାର ଟଙ୍କା ଫାଇନ ସହ ଅତରିକ୍ତ ବୋଝେଇ ମାଲ ଟନ୍ ୨ ହଜାର ଟଙ୍କା ଲେଖାଁଏ […]

ଆଖିବୁଜିଲେ କମେଡିଆନ ରାଜୁ ଶ୍ରୀବାସ୍ତବ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ) ୫୮ ବର୍ଷ ବୟସରେ ପ୍ରାଣ ହରାଇଲେ ରାଜୁ ଶ୍ରୀ ବାସ୍ତବ।ଦିଲ୍ଲୀ AIIMS ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି।ଅଗଷ୍ଟ ୧୦ରୁ ଚାଲିଥିଲା ଚିକିତ୍ସା।ଦୀର୍ଘଦିନ ହେବ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ ।