Browsing category

ମହାନଗର

ସ୍ଥଳଭାଗ ମୁହାଁ ଲଘୁଚାପ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ସ୍ଥଳଭାଗ ମୁହାଁ ହେଉଛି ଲଘୁଚାପ ।ଏହାଫଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷିବା ସହ ୨୪ ଘଣ୍ଟା ପରେ କମିବ ବର୍ଷା ଓ ଲଘୁଚାପର ପ୍ରଭାବ।୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏହାସହ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

କାୟା ମେଲାଉଛି ଡେଙ୍ଗୁ

ଭୁବନେଶ୍ବର,୨୧/୯(ଏସଏସ ନିଉଜ)ଭୁବନେଶ୍ବରରେ କାୟା ମେଲାଉଛି ଡେଙ୍ଗୁ । ୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେଣି ୩୨ ନୂଆ ରୋଗୀ । ରାଜଧାନୀ ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୫୭ ଜଣ ରୋଗୀଙ୍କ ପରିଚୟ ମିଳିନଥିବାର ଜଣାପଡିଛି।

ମୋଦିଙ୍କୁ ବିଶ୍ୱନେତାଙ୍କ ତାରିଫ

ଭୁବନେଶ୍ୱର,୨୧/୯(ଏସ ଏସନିଉଜ)ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ବିଶ୍ୱନେତାମାନେ ତାରିଫ କରିଛନ୍ତି ।ଜାତିସଂଘରେ ମୋଦିଙ୍କ ମନ୍ତବ୍ୟକୁ ଆମେରିକା ଓ ଫ୍ରାନ୍ସ ସମର୍ଥନ ଦେଇଛି।SCOରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ବନ୍ଦ ପାଇଁ କହିବାସହ ଆଜିର ଯୁଗ ଯୁଦ୍ଧ ପାଇଁ ନୁହେଁ ବୋଲି ରୋକ୍‌ଠୋକ୍‌ କହିଥିଲେ ମୋଦି।ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ମୋଦିଙ୍କ ସାହସିକ ମନ୍ତବ୍ୟକୁ ତାରିଫ କରିଛନ୍ତି।

ପଞ୍ଚାୟତସ୍ତରୀୟ ସଫେଇ ଅଭିଯାନ

ବାରଙ୍ଗ,୨୦/୯(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତର ବାଲିପଡା ଗ୍ରାମ ହନୁମାନ ମନ୍ଦିର ଠାରୁ ଭାଗବତ ଘର ପର୍ଯ୍ୟନ୍ତ ରାସ୍ତାରେ ପଞ୍ଚାୟତସ୍ତରୀୟ ସଫେଇ କାର୍ଯ୍ୟକ୍ରମ ସରପଞ୍ଚ ନିଶିପଦ୍ମା କାଣ୍ଡିଙ୍କ ଦ୍ବାରା ମଙ୍ଗଳବାରଦିନ ଶୁଭାରମ୍ଭ ହୋଇଛି।ଏହି ସଫେଇ କାର୍ଯ୍ୟକ୍ରମରେଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ,ନାଏବ୍ ସରପଞ୍ଚ ରଣଞିତ୍ କୁମାର ଦାସ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଦାଶିବ ରଥ ,ଜିଆରଏସ୍ ସଞୟ ପଢିହାରୀ ପ୍ରମୁଖ ସାମିଲ  ହୋଇ ଗ୍ରାମ ରାସ୍ତାମାନଙ୍କରେ ସଫେଇ କରିବା ସହ ନିଜ ପରିବେଶକୁ ସର୍ବଦା ସଫାସୂତରା ରଖିବା ନେଇ […]

ଓଲଟିପଡିଲା ଟୁରିଷ୍ଟ ବସ୍

ଯାଜପୁର,୨୦/୯(ଏସଏସ ନିଉଜ)ଏନ୍ଏଚ୍ ୧୬ ସାହାପୁର ନିକଟରେ ଓଲଟିପଡିଛି ଟୁରିଷ୍ଟ ବସ୍ । ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।ଏହାଫଳରେ ୧୯ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆହତମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୟୁପିରୁ ୮୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ବଡ଼ଭାଇ ମାଡ଼ରେ ସାନଭାଇ ମୃତୁ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ରାଜଧାନୀରେ ଅଭାବ ନୀୟ ଘଟଣା ଘଟିଛି। ବଡ଼ ଭାଇ ମାଡ଼ରେ ସାନ ଭାଇ ମୃତୁବାରଣ କରିଛି।ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଘଟିଛି ଅଘଟଣ ଘଟିଛି।ସାନ ଭାଇକୁ ପାଠ ପଢ଼ିବାକୁ ତାଗିଦ କରି ବଡ଼ ଭାଇ ପିଟିିଥିଲେ ।ସାନ ଭାଇର ମୃତ୍ୟୁ ଘଟିବାରୁ ବଡ଼ ଭାଇ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି।ଫଳରେ ହତ୍ୟା ଅଭିଜିଗରେ ଉଚ୍ଚ ଶିକ୍ଷିତ MBA ପଢ଼ୁଆ ବଡ଼ ଭାଇ ଗିରଫ ହୋଇଛି।

୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଆସନ୍ତା ୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଆରମ୍ଭ ହେବାନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଥିବାବେଳେ ୨୨ରୁ କ୍ଲାସ୍ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସାଲିଆସାହିରେ ପୋଲିସର ଚଢ଼ାଉ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ ଚାଲିଛି।ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ।ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଚାଲିଛି ଚଢ଼ାଉ।

ଖୋଲାଅଛି ହୀରାକୁଦର ୬ଟିଗେଟ୍‌

ଖୋଲାଅଛି ହୀରାକୁଦର ୬ଟିଗେଟ୍‌ ସମ୍ବଲପୁର,୨୦/୯(ଏସ ଏସ ନିଉଜ)ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଳିଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍‌ ଖୋଲାରହିଛି । ମୋଟ ୬ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ଜଳଭଣ୍ଡାରର ଜଳ।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯ ଫୁଟ ରହିଛି।

ଜନ୍ମମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ।ଜନ୍ମମାଟି ତିହିଡ଼ି ମଙ୍ଗରାଜପୁରରେ ପଞ୍ଚଭୂତରେ ବିଲୀନ ହେଲେ, ବିଳମ୍ବିତ ରାତିରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଇଥିଲେ ମୁଖାଗ୍ନି ।ଅଶ୍ରୁଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ସମର୍ଥକ ଓ ନିକଟ ସମ୍ପର୍କୀୟ।