ବିଜୟ ଦଶମୀ

ଆଜିର ଅଶ୍ୱିନମାସ ଶୁକ୍ଲ ଦଶମୀ ତିଥିକୁ ସମଗ୍ର ହିନ୍ଦୁଧର୍ମରେ ବିଜୟଦଶମୀ ଭାବେ ପାଳନ କରାଯାଏ।ବିଜୟଦଶମୀ ଅର୍ଥ ଦଶଟି ବଦଗୁଣ ଉପରେ ବିଜୟ ତଥା ଏହିଦିନଟି ମହିଷାସୁର ଉପରେ ମାଁଦୂର୍ଗାଙ୍କ ବିଜୟକୁ ଦର୍ଶାଇଥାଏ।
ପୌରାଣିକତଥ୍ୟ ଏବଂ କିମ୍ବଦନ୍ତୀ ଆଧାରିତତଥ୍ୟ ଅନୁଯାଇ ବିଜୟଦଶମୀଦିନ ଭଗବାନ ଶ୍ରୀରାମ ତାଙ୍କ ଧର୍ମପତ୍ନୀ ମାତାସୀତାଙ୍କୁ ଉଦ୍ଧାର କରିବା ଉଦ୍ୟେଶ୍ୟରେ ଲଙ୍କାର ରାଜା ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ।ଏହି ବିଜୟଉସ୍ଛବର ସ୍ମରଣରେ ପ୍ରତିବର୍ଷ ଏହି ବିଜୟ ଦଶମୀ ଦିନ ରାବଣର ପୁତ୍ତଳିକା ଦହନ କରାଯାଇଥାଏ ।ବିଜୟ ଦଶମୀର ଏହି ପାବନ ଅବସରରେ ମାନବ ଜାତିର ଦଶଟି ବଦଗୁଣକୁ ସବୁଦିନ ପାଇଁ ସମାପ୍ତ କରିବା ନିମନ୍ତେ ଦେବୀ ମାଁଦୂର୍ଗାଙ୍କ ଚରଣରେ  ପ୍ରାଥନା ଯାଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା,ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ !!ଜୟ ମା ଦୁର୍ଗେ!!

Comments (0)
Add Comment