ମହାନଦୀକୁ ଡେଇଁଲେ ବୟସ୍କ ନାଗରିକ
କଟକ,୨୪/୮(ଏସ ଏସ ନିଉଜ) ଯୋବ୍ରା ବ୍ୟାରେଜ୍ରୁ ମହାନଦୀ କୁ ଡେଇଁଲେ ବୟସ୍କ ନାଗରିକ। ତାଙ୍କ ନାମ ରତ୍ନାକର ଦାସ। ଘର ମହାନଦୀବିହାର ଅଞ୍ଚଳରେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲକୁ ପଠାଇଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Browsing category
କଟକ,୨୪/୮(ଏସ ଏସ ନିଉଜ) ଯୋବ୍ରା ବ୍ୟାରେଜ୍ରୁ ମହାନଦୀ କୁ ଡେଇଁଲେ ବୟସ୍କ ନାଗରିକ। ତାଙ୍କ ନାମ ରତ୍ନାକର ଦାସ। ଘର ମହାନଦୀବିହାର ଅଞ୍ଚଳରେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲକୁ ପଠାଇଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ମାନହାନୀ ମାମଲା ଦାୟର ପରେ ପ୍ରକୃତିଙ୍କ ଓକିଲଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଛୁ, ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି, ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ବୋଲି ଓକିଲ କହିଛନ୍ତି।
ଭୁବନେଶ୍ୱର,୨୪/୮(ଏସଏସନିଉଜ)ଗଣେଶ ପୂଜା ସଂପର୍କରେ BMC କମିଶନରଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ସେ କହିଛନ୍ତି କୋଭିଡ କଟକଣା ଉଠିଛି ।ଲୋକଙ୍କୁ ନେଇ ପୂଜା ହୋଇପାରିବ । ପରଦା ଆଢୁଆଳରେ ନୁହେଁ, ଏଥର ଭକ୍ତ ସିଧାସଳଖ ଦର୍ଶନ କରିବେ । କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି କମିଶନର ।
ଭୁବନେଶ୍ୱର,୨୪/୮(ଏସଏସନିଉଜ)ପ୍ରଥମ ରାଉଣ୍ଡରେ ମହାରାଷ୍ଟ୍ରକୁ ପରାସ୍ତ କଲା ଓଡ଼ିଶା । ଦ୍ବିତୀୟ ରାଉଣ୍ଡରେ ଉତ୍ତର ପ୍ରଦେଶକୁ ପରାସ୍ତ କଲା ଓଡ଼ିଶା ।ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍ରେ ଓଡ଼ିଶାର ବିଜୟ ହୋଇଛି। ଜାମ୍ମୁକାଶ୍ମର ଶ୍ରୀନଗରରେ ଚାଲିଛି ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍ ।
ଭୁବନେଶ୍ୱର,୨୪/୮(ଏସଏସନିଉଜ) ଦ୍ୱିତୀୟ ଥର ପାଇଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ।ସେ ଟୁଇଟ କରି ସୁଚନା ଦେଇଛନ୍ତି ।ଏହାସହ ତାଙ୍କ ସହ ଯେଉଁମାନେ ମିଶିଛନ୍ତି ଦୟାକରି ପରୀକ୍ଷାକରାଇନେବାକୁ ପରାମର୍ଶ ଦେଇଛନ୍ତି । ଜୁଲାଇ, ୨୦୨୦ରେ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ ।ସେହିସମୟରେ ତାଙ୍କ ପୁଅ ଅଭିଶେକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଥିଲେ । ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ ଡାକ୍ତରଖାନାରେ ଚିକିସ୍ିତ ହୋଇଥିଲେ ।ସେଠାରେ ସେ ଦୁଇ ସପ୍ତାହରୁ […]
ଜଟଣୀ,୨୩/୮(ଏସଏସନିଉଜ) ଏହିଥାନା ଅଧିନସ୍ଥ ଉପରବସ୍ତ ମୁଣ୍ଡଳୀସାହିର ବିନୟକୁମାର ମହାରଣା ନିଜର ହିରୋହୋଣ୍ଡାକୁ ନମ୍ବର(ଓଆର-୦୨-ଏଏନ-୪୭୨୩) ନିକଟସ୍ଥ ଶ୍ରିହରିବିହାରରେ ରହୁଥିବା ରୁଦ୍ରପ୍ରସାଦଙ୍କ ଘରବାହାରେ ରଖି ଘରକୁ ଯାଇଥିଲେ ।କିଛିସମୟ ପରେ ଆସି ଦେଖିବାବେଳକୁ ବାଇକଟି ସେଠାରେ ନଥିଲା ।ବହୁ ଖୋଜାଖୋଜି କରି ନିରାଶ ହେବାପରେ ଜଟଣୀଥାନାରେ ଅ଼ଭିଯୋଗ କରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ କରି ବେଣାପଞରୀଗ୍ରାମର ବଡମଜିଦସାହିର ସାବିଦଖାନ(ମଂଟୁ) ନାମକ ଯୁବକକୁ ଗିରଫ କରିଛନ୍ତି ।ପୋଲିସ ମଂଟୁଠାରୁ ବାଇକକୁ ଜବତ କରି କୋର୍ଟଚାଳଣ କରିଥିବାର ଜଣାପଡିଛି ।
ରେଙ୍ଗାଳି ,୨୩/୮(ଏସଏସନିଉଜ) ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭୨୭.୬୧ ଘନମିଟର ବନ୍ୟା ଜଳ ପ୍ରବେଶ କରୁଥିବାବେଳେ ୨ଟି ଗେଟ୍ ଦେଇ ୩୬୩୮.୭୯ ଘନ ମିଟର ବନ୍ୟା ଜଳ ନିଷ୍କାସିତ ହେଉଛି ।
ବାରଙ୍ଗ,୨୩/୮(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାରଦିନ ମାର୍ଗଦର୍ଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲ ସାଟିଫିକେଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭୭ଜଣ ଛାତ୍ରୀଛତ୍ରଙ୍କୁ ସାଟିଫିକେଟ ସହ ସମ୍ବର୍ଦ୍ଧନା ଦିଆଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମାର୍ଗଦର୍ଶନ ଉତ୍ସବରେ ପୁରାତନ ଛାତ୍ର ପ୍ରଫୁଲକୁମାର ପାତ୍ର,ଶ୍ରୀନିବାସ ମାନସିଂ, ଭାସ୍କରଚନ୍ଦ୍ର ସୁବୁଦ୍ଧି,ସନ୍ତୋଷ କୁମାର ରାୟ,ସୁରେନ୍ଦ୍ର କୁମାର ସାମନ୍ତରାୟ,ନୀଳକଣ୍ଠ ବାରିକ,ସ୍କୁଲକମିଟି ସଭାପତି ଅଭିମନୁ ମହାପାତ୍ର , ଉପସଭାନେତ୍ରୀ ସସ୍ମିତା ବାହିନୀପତି ପ୍ରମୁଖ ଅତିଥିବଭାବେ ଯୋଗଦେଇ କୃତି ପିଲାମାନଙ୍କୁ ଭଲ ମଣିଷ ହେବାର […]
ବାରଙ୍ଗ,୨୩/୮(ଏସଏସନିଉଜ) ଗତ କିଛିଦିନର ବ୍ୟବଧାନ ପରେ ପୁଣି ଖାଦ୍ୟପାଇଁ ଏନକ୍ଲୋଜର ଭିତରେ ସଂଘର୍ଷ ଘଟି ଏକ କୃଷ୍ନସାରମୃଗର ଗୋଡ ଭାଙ୍ଗିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ନନ୍ଦନକାନନର ୬୬ନମ୍ବର (କ) ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା କୃଷ୍ଣସାରମୃଗ ଖାଦ୍ୟାଭାବ ଯୋଗୁଁ ଅନ୍ୟ କୃଷ୍ଣସାରମୃଗ ସହ ସଂଘର୍ଷ ଘଟି ତାର ଡାହାଣ ପଟ ଗୋଡରେ ଶକ୍ତ ଆଘାତ ଲାଗି ଗୋଡଟି ଭାଙ୍ଗିଯାଇଥିବାର ମଙ୍ଗଳବାର ଦିନ ଦେଖିବାକୁ ମିଳିଛି ।ଖବର ପାଇ ବନ୍ୟପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରିବା […]
ଭୁବନେଶ୍ୱର,୨୩/୮(ଏସଏସନିଉଜ) ବନ୍ୟା ଯୋଗୁଁ ଆଜିଠାରୁ ଆଉ ୮ ଦିନ ପାଇଁ ବଢ଼ି ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍ଏ-୧ ଫର୍ମ ପୂରଣ ଅବଧି ।ଲକ୍ଷାଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ପଞ୍ଜିକରଣ ଓ ଫର୍ମପୂରଣରୁ ବଞ୍ଚିତ ହୋଇଥିଲେ । ଏଣିକି ବୋର୍ଡ ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଆସନ୍ତା ୩୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ ଏବଂ ଏସ୍ଏ-୧ ପରୀକ୍ଷା ଲାଗି ଫର୍ମ ପୂରଣ କରିପାରିବେ।