ଆଜି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩/୯(ଏସଏସ ନିଉଜ)ଆଜି ମୁମ୍ବାଇ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶା ଇନ୍ଭେ ଷ୍ଟର୍ସ ମିଟ୍ରେ ଯୋଗ ଦେବେ ନବୀନ।ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିପାରନ୍ତି।ସନ୍ଧ୍ୟାରେ ମୁମ୍ବାଇ ରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ।
Browsing category
ଭୁବନେଶ୍ୱର,୧୩/୯(ଏସଏସ ନିଉଜ)ଆଜି ମୁମ୍ବାଇ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶା ଇନ୍ଭେ ଷ୍ଟର୍ସ ମିଟ୍ରେ ଯୋଗ ଦେବେ ନବୀନ।ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିପାରନ୍ତି।ସନ୍ଧ୍ୟାରେ ମୁମ୍ବାଇ ରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର,୧୩/୯(ଏସଏସ ନିଉଜ)୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ଦେଖଦେଇଛି।ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୮ରୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ।ଆଜିଠୁ କମିବ ବର୍ଷାର ପରିମାଣ ।ଲଘୁଚାପ ମଧ୍ୟପ୍ରଦେଶ ଆଡକୁ ଯିବା ପରେ କମିଲା ପ୍ରଭାବ। ଆଜିଠାରୁ ରାଜ୍ୟରେ କମିବ ଲଘୁଚାପ ବର୍ଷାର ପରିମାଣ। ସକ୍ରିୟ ମୌସୁମୀ ଯୋଗୁଁ ୨ ଦିନ ଯାଏଁ କିଛି ଅଞ୍ଚଳରେ ବର୍ଷା ହୋଇପାରେ ।
ଭୁବନେଶ୍ୱର,୧୨/୯(ଏସଏସନିଉଜ)ନବୀନ ବଜାଇବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ବେଲ୍ । ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲିଠୁ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର,୧୨/୮(ଏସଏସ ନିଉଜ)ରାଜଧାନୀରେ ୧୭୮ ମଣ୍ଡପରେ ପୂଜା ପାଇବେ ମା’ । ଶାନ୍ତିଶୃଙ୍ଖଳାରେ ପୂଜା କରିବାକୁ BMC ପକ୍ଷରୁ ବୈଠକ ହୋଇଛି।ରାତି ୧୨ଟା ଯାଏ ଚାଲିବ ମେଲୋଡି କାର୍ଯ୍ୟକ୍ରମ । ରାବଣ ପୋଡ଼ି ଅନୁମତି ଦେବ କମିଶନରେଟ ପୋଲିସ ଓ ଖାଦ୍ୟର ମାନ ଯାଞ୍ଚ କରିବେ ୭ ଜଣିଆ ଟିମ୍ ବୋଲି ବୈଠକର ନିଷ୍ପତି ହୋଇଛି।
ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।
ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ଆଗକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ୭ରୁ ୨୨ ତାରିଖ ମଧ୍ୟରେ ଲଘୁଚାପ ସମ୍ଭାବନା ।ଦକ୍ଷିଣ ଛତିଶଗଡ଼ ଉପରେ ଅବପାତ ଅବସ୍ଥିତ । ପ୍ରଭାବରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷିବ । ରାଜ୍ୟରେ ସବୁ ବନ୍ଦରରେ ୩ ନଂ ସତର୍କତା ଜାରି କରାଯାଇଛି।
ଭୁବନେଶ୍ବର,୧୨/୯(ଏସ ଏସ ନିଉଜ)ପାର୍ବଣରେ ବଢ଼ୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍ ପୁଲିସର ବାଇକ୍ ପାଟ୍ରୋଲିଂ।ଆଡ଼ା ଓ ଖଟିକୁ ଭାଙ୍ଗିବା ସହିତ ଖୋଲାରେ ମଦ୍ୟପାନ କରୁଥିବା ପ୍ରାୟ ୨୦ରୁ ଅଧିକ ଲୋକଙ୍କ ପାଖରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛି ପୁଲିସ। ଆଗାମୀ ଦିନରେ ଏହିଭଳି ସ୍ବତନ୍ତ୍ର ଡ୍ରାଇଭ୍ ଚାଲିବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର,୧୧/୯(ଏସଏସ ନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟରେ ସୋମନାଥ ମନ୍ଦିରରେ ମହାଦେବଙ୍କ ଦର୍ଶନ କରିଛନ୍ତି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଶିଷ ନେଇଛନ୍ତି ଅମିତ ଶାହ।
ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ ଘଟିଛି। ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି ।
ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି।ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲାଗି ରହିଛି ବର୍ଷା ।ସମୁଦ୍ର ଅଶାନ୍ତ ରହୁଥିବାରୁ ୧୨ ତାରିଖ ଯାଏଁ ସମୁଦ୍ର ମନା କରିଛି ପାଣିପାଗବିଭାଗ।