Browsing category

ମହାନଗର

ଭକ୍ତଙ୍କ ନିମେନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ, ୬/୮(ଏସଏସନିଉଜ) ଦର୍ଶନ ପାଇଁ ଭକ୍ତଙ୍କ ନିମେନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର । ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସାଧାରଣ ଭକ୍ତମାନେ ଯେମିତି ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା ହେବ । ଦର୍ଶନ ପାଇଁ ରତ୍ନ ସିଂହାସନ ପାଖରେ ବ୍ୟାରିକେଡ ଲଗାଯିବ କହିଲେ ମୁଖ୍ୟ ପ୍ରଶାସକ ।

ଚର୍ଚ୍ଚିତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର,୬/୮(ଏସଏସନିଉଜ) ୪ ଦିନିଆ ରିମାଣ୍ଡରେ ଗଲେ ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର ଚର୍ଚ୍ଚିତଙ୍କ ସହ ଶଙ୍ଖ ଶୁଭ୍ର ମିତ୍ର ଓ ବିଲଡର ଶିଶିର କୁମାର ଦାସଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଅଧିକ ପଚରାଉଚରା ପାଇଁ ଚର୍ଚ୍ଚିତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଆସନ୍ତା ୧୦ ତାରିଖ ଦିନ ୨ଟାରେ ଚର୍ଚ୍ଚିତଙ୍କୁ କୋର୍ଟରେ ହାଜର କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାଏଟ୍ ଓ ଔଷଧ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ବର୍ଷା ପାଣିରେ ବୁଡିଲା ମୋ ବସ୍

ଭୁବନେଶ୍ୱର,୬/୮(ଏସଏସନିଉଜ) ବର୍ଷା ପାଣିରେ ବୁଡିଲା ମୋ ବସ୍ । ଜଟଣୀରୁ ବାହାରି ମାଷ୍ଟରକ୍ୟାଣ୍ଟିନକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବସରୁ କିଛି ଲୋକ ପହଁରି ପହଁରୁ ବାହାରି ଆସିଥିବାର ଦେଖିବାକୁ ମିଳିଥିଲା । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି ।

ଇତିହାସ ରଚିଲା ଏସସିବି ମେଡିକାଲ!

କଟକ, ୬/୮(ଏସଏସନିଉଜ) ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ର ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି ।ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ ।ଯାହା ଫଳରେ ସେ ତାଙ୍କର ମାଢି ଓ ଦାନ୍ତକୁ ହରାଇ ଏକ ପ୍ରକାର ଭିନ୍ନକ୍ଷମ ହୋଇପଡିଥିଲେ । ଯାହାର ବର୍ତ୍ତମାନ ସଫଳ ଅସ୍ତ୍ରୋପଚାର କରାଯାଇ ନୂତନ ମାଢି ପ୍ରତ୍ୟାରୋପଣ ହୋଇଛି ।  

ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୬/୮(ଏସଏସନିଉଜ)ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ ।କାଲି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ ।୮ରେ ଲିଙ୍ଗରାଜ ଦର୍ଶନ କରିବାସହ କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଶାହା ।ଏହାପରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ସ୍ୱନକ୍ଷତ୍ର ଦିବସରେ ଯୋଗଦେବାସହ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

୮ରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ରେଜଲ୍ଟ

ଭୁବନେଶ୍ୱର,୬/୮(ଏସଏସନିଉଜ) ୮ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ, । ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ । https://orissaresults.nic.in ରେ ଉପଲବ୍ଧ ହେବ ରେଜଲ୍ଟ ।ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।  

ବଢୁଛି ଆମେରିକା-ଚୀନ ବିବାଦ

ଭୁବନେଶ୍ୱର,୬/୮(ଏସ ଏସ ନିଉଜ)ଆମେରିକା ସହ କଥାବାର୍ତ୍ତା ବନ୍ଦ କଲା ଚୀନ।ମିଲିଟାରୀ କମାଣ୍ଡର ବୈଠକ ବାତିଲ କଲା ଚୀନ।ଜଳବାୟୁ ପରିବର୍ତ୍ତନ ସଂପର୍କିତ କଥାବାର୍ତ୍ତା ବି ବାତିଲ କରିଛି।କ୍ରସ୍ ବର୍ଡର କ୍ରାଇମ, ଡ୍ରଗ୍ସ କାରବାର ସଂପର୍କିତ ଆଲୋଚନା ମଧ୍ୟ ବନ୍ଦ କରିଥିବାର ଜଣାପଡିଛିବେଜିଂର ନିଷ୍ପତ୍ତିକୁ ଦାୟିତ୍ବହୀନ କହିଛି ୱାଶିଂଟନ।

ଆଜିଠୁ ବଢିବ ବର୍ଷା

ଭୁବନେଶ୍ୱର,୬/୮(ଏସ ଏସ ନିଉଜ)ଆଜିଠୁ ବର୍ଷାର ପରିମାଣ ବଢିବ ।ଆସନ୍ତା କାଲିଠୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯିବ। ୬ ରୁ ୧୦ ଯାଏଁ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି […]

ମେଣ୍ଢାଶାଳ ସେବା ସମବାୟସମିତି

ମେଣ୍ଢାଶାଳ,୫/୮(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟସମିତିର ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭ୍ୟା କୁନ୍ତଳା ପଟ୍ଟନାୟକ ଏକମାତ୍ର ପାର୍ଥୀରୁପେ ପାର୍ଥୀପତ୍ର ଦାଖଲ କରିଥିଲେ ।ନିର୍ଦ୍ଧାରିତ ସମୟମଧ୍ୟରେ କୈାଣସିପାର୍ଥୀ ପାର୍ଥୀପାର୍ଥୀପତ୍ର ଦାଖଲ କରିନଥିଲେ ।ନିର୍ବଚନ ଅଧିକାରୀ ରାଜେନ୍ଦ୍ରପ୍ରସାଦଦାସ ପଟ୍ଟନାୟକଙ୍କୁ ଉପସଭାନେତ୍ରୀଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାର ଘୋଷଣା କରିଥିଲେ ।ଏହି ନିର୍ବାଚନ ସମୟରେ ସଭାପତି ମହେନ୍ଦ୍ରକୁମାର ପ୍ରଧାନ, ବରିଷ୍ଟ ନାଗରିକ ଭରତଚନ୍ଦ୍ରରାଉତରାୟ,ସଭ୍ୟ ମୁରଲିଧିବିଶ୍ୱାଳ ,ନିମାଁଇବିଶ୍ୱାଳ ,ରାଜଖାନ୍ ,କାଳୁଚରଣ ଦାସ,ଗୁରୁପ୍ରସାଦ ସାମନ୍ତରାୟ,,ରତ୍ନାକରସାହୁ,ପବିତ୍ରପଟ୍ଟନାୟକ ପ୍ରମୁଖ ଉପସ୍ଥିତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଶେଷରେ ସମିତି ସମ୍ପାଦକ […]

ରାଗିଗଲେ ସୁର !

ଭୁବନେଶ୍ୱର,୫/୮(ଏସଏସନିଉଜ) ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଜୋରଦାର୍ ବିକ୍ଷୋଭ କରିଥିଲା । ରାଜଭବନ ଘେରାଉ କରିବାକୁ ମାଡ଼ି ଯାଉଥିବା ବେଳେ ବାଟରେ ଅଟକାଇଥିଲା ପୋଲିସ୍ । ବ୍ୟାରିକେଡ୍ ଠେଲି ଧସେଇ ପଶିବା ବେଳେ ସୁର ରାଉତରାୟଙ୍କୁ ଟେକିନେଇଥିଲା ପୋଲିସ ।ଆଉ ରାଗି ଯାଇଥିଲେ ସୁରେଶକୁମାରରାଉତରାୟ ।କହିଲେ କେତେ ଦିନ ଟେକିକି ନେବ ଦେଖିବା ।