Browsing category

ମହାନଗର

୩ଜଣଙ୍କୁ ଗିରଫ କଲା ସିବିଆଇ

ଭୁୁବନେଶ୍ୱର,୫/୮(ଏସଏସନିଉଜ)ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ ମଧ୍ୟ ଗିରଫ ହୋଇଛନ୍ତି ।ଏହାସହ ଠିକାଦାର ସୁମନ୍ତ ରାଉତଙ୍କ ସହ ସିବିଆ ଆଉ ଜଣଙ୍କୁ ଗିରଫ କରିଥିବାନେଇ ସୁଚନା ମଳିଛି ।

ରାହୁଲ ଗାନ୍ଧୀ ହେବେ ଦେଶର ପ୍ରଧାନମନ୍ତ୍ରୀ !

ଭୁବନେଶ୍ୱର,୪/୮(ଏସଏସନିଉଜ) ଦେଶର ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ । ଜଣେ ସାଧୁ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିବା ବେଳେ ଏପରି ଭବିଷ୍ୟବାଣୀ କରିଛନ୍ତି ।ଏହାପରେ ମଠର ଅନ୍ୟତମ ମୁଖ୍ୟ ମହନ୍ତ ଏଥିରେ ହସ୍ତକ୍ଷେପ କରି ଏପରି ନ କହିବାକୁ କହିଥିଲେ ।ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକ ଗସ୍ତରେ ଥିବାବେଳେ ଚିତ୍ରାଦୁର୍ଗସ୍ଥିତ ଶ୍ରୀ ମୁରୁଗାରାଜେନ୍ଦ୍ର ମଠ ପରିଦର୍ଶନ କରିବାବେଳେ ସେଠାରେ କର୍ଣ୍ଣାଟକର ପ୍ରସିଦ୍ଧ ଶୈବ ସଂପ୍ରଦାୟ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିଥିଲେ । ମୁରୁଗା ମଠର […]

ଓଡ଼ିଶା ଗସ୍ତରେ ଆସିବେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର, ୪/୮(ଏସଏସନିଉଜ) ଆସନ୍ତା ୭ତାରିଖରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୪ଦିନିଆ ଓଡ଼ିଶା ଗସ୍ତରେ ଆସିବାନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟପାଳ ଅଗଷ୍ଟ ୮ରେ ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବ, ୯ରେ ଶତାବ୍ଦୀ ଭବନରେ ଆୟୋଜନ ହେବାକୁ ଥିବା ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କର ସ୍ମରଣୀୟ ଦିବସ ଉତ୍ସବ, ସାହିତ୍ୟ ପତ୍ରିକା କାଦମ୍ବିନୀର ଅଗଷ୍ଟ ସଂଖ୍ୟା ଉନ୍ମୋଚନ ଉତ୍ସବ ସହ କେତେକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ରାଜ୍ୟପାଳଙ୍କ […]

ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା,୪/୮(ଏସଏସନିଉଜ) ନିବନିର୍ମିତ ଘର ଛାତ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ଜଙ୍କିଆ ଥାନା ମୋଟା ଗାଁରେ ଛାତ ଉପରୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ଶୋଇଥିବା ବେଳେ କେହି ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଘରେ ପଶି କଳାକନା ବୁଲାଇଲେ ଚୋର

ବାଲିପାଟଣା,୪/୮(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଦେଉଳି ଗ୍ରାମରେ ଆନନ୍ଦ ବିଶ୍ୱାଳଙ୍କ ଘର ଲୁହା ଆଲମିରା ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏବିଷୟରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଲାଇନ କଟିଯିବାରୁ ପରିବାର ଲୋକେ ଅନ୍ୟ ଏକ ଘରକୁ ଚାଲିଯାଇଥିଲେ। ଏହି ସୁଯୋଗରେ ଚୋରମାନେ ବାଡ଼ି କବାଟ ଭାଙ୍ଗି ଘରେ ପଶି ଆଲମିରାକୁ ଭାଙ୍ଗି […]

କମିଶନରେଟ୍‍ ପୋଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୩/୮(ଏସ ଏସ ନିଉଜ) ଆଜି କମିଶନରେଟ୍‍ ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି। କଟକ ଜୋନ-୧ ଏସିପି ଶୁଭରଂଜନ ମୁଦୁଲିଙ୍କୁ ଏସିପି ଜୋନ୍‍-୪ ଭୁବନେଶ୍ୱରକୁ ବଦଳି କରାଯାଇଛି ।ଭୁବନେଶ୍ୱର ଜୋନ-୪ ଏସିପି ପରେଶ ଚନ୍ଦ୍ର ରାଉତଙ୍କୁ ସିପି ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି । ଖାର ବେଳନଗର ଥାନାରେ କାର୍ଯ୍ୟରତ ଅରୁଣ କୁମାର ସ୍ୱାଇଁଙ୍କୁ କଟକ ଜୋନ୍‍-୧ ଏସିପି ଭାବେ ବଦଳି କରାଯାଇଛି ।ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ଏସିପି ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି । କ୍ୟାପିଟାଲ ଥାନା […]

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୩/୮(ଏସଏସନିଉଜ) ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସରକାରଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୂଯାୟୀ ଆଇଏଏଏସ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ସଚିବ ସହ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ରେ ରହିଛନ୍ତି । ସଞ୍ଚୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ଓ ତାଙ୍କୁ ସୂଚନା ଏବଂ ଲୋକସଂପର୍କ ବିଭାଗ ସଚିବ ଏବଂ ବିଡିଏ ଭିସି ଭାବରେ ମଧ୍ୟ ଅତିରିକ୍ତି ଦାୟିତ୍ୱ ,ଅଶ୍ୱଥି ଏସଙ୍କୁ […]

ପାଟଣାଗଡ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ITI

ଭୁବନେଶ୍ୱର,୩/୮(ଏସଏସନିଉଜ) ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ITI ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି […]

୫ରେ ରାଜଭବନ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର,୩/୮(ଏସଏସନିଉଜ) ଦରଦାମ ବୃଦ୍ଧି, ମୁଢି ଗୁଡ଼ରେ ଜିଏସ୍‌ଟିକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରବ ।ଏଥିପାଇଁ ଆସନ୍ତା ୫ ତାରିଖରେ ରାଜଭବନ କଂଗ୍ରେସ ଘେରାଉ କରିବ ।ରାଜଭବନ ଘେରାଉ ସହ ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ । ପ୍ରେସ୍‌ମିଟ୍‌ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ASI

ଭୁବନେଶ୍ୱର,୩/୮(ଏସଏସନିଉଜ)ବାଲିପାଟଣା ଥାନା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।୨୦୨୦ର ଏକ ମାମଲାରେ କଡ଼ା ଦଫା ଯୋଡ଼ିବାକୁ ଲାଞ୍ଚ ନେଉଥିବାବେଳେ ପୁର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।