Browsing category

ମହାନଗର

ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର,୩/୮(ଏସଏସନିଉଜ) ବନକଲାଗି ନୀତି ପାଇଁ ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି ।

୬ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୩/୮(ଏସଏସନିଉଜ) ରାଜ୍ୟରେ ୬ ତାରିଖରୁ ବର୍ଷା ପରିମାଣ ବଢିବାକୁ ଯାଉଛି ।ଏଥିରେ୫ ଜିଲ୍ଲାରେ ଅତିପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାର ଚେତାବନୀ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହାଫଳରେ ମୌସୁମୀ ସ୍ୱାଭାବିକ ଅବସ୍ଥାନକୁ ଫେରୁଥିବାର ଜଣାପଡିଛି ।

୨୪ ଘଣ୍ଟାରେ ୯୨୦ କରୋନା ସଂକ୍ରମିତ

ଭୁବନେଶ୍ୱର,୩/୮(ଏସଏସନିଉଜ)ରାଜ୍ୟରେ ୨୪ ଘଣ୍ଟାରେ ୯୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ କ୍ୱାରେଣ୍ଟିନରୁ ୫୩୮ ଓ ଲୋକାଲ୍ କେସ୍ ୩୮୨ ହୋଇଥିବାବେଳେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୬ ଜଣ ଆକ୍ରାନ୍ତ ହୋଇଛନ୍ତି ।ସୁନ୍ଦରଗଡ଼ରୁ ୨୫୦, ଖୋର୍ଦ୍ଧାରୁ ୧୩୩, ସମ୍ବଲପୁରରୁ ୬୮ ଚିହ୍ନଟଦେଶରେ ଦିନକରେ ୧୭ ହଜାର ୧୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କରମୃତୁ ହୋଇଛି ।ଯାହାଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୬ ହଜାର ୪୭୭କୁ ବୃଦ୍ଧି ପାଇଛି ।ସେହିଭଳିଭାବେ […]

ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡ଼ାଣଆରମ୍ଭ

ଭୁବନେଶ୍ୱର,୩/୮(ଏସଏସନିଉଜ)ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡ଼ାଣଆରମ୍ଭ ହୋଇଛି । ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ଇଣ୍ଡିଆ ଏୟାର ୱାନ୍ ଉଡ଼ିଛି ।ଦିନ ୧୦ଟା ୩୫ରେ ବିମାନ ଟି ଭୁବନେଶ୍ୱର ବିମାନ ବନ୍ଦର ଛାଡ଼ିଥିଲା ।ଭୁବନେଶ୍ୱରରୁ ଜୟପୁରକୁ ୪୫ ମିନିଟ୍ ଲାଗିବ ବୋଲି କଂପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଗିରଫ କଲା ପୋଲିସ

ଭୁବନେଶ୍ବର ,୩/୮(ଏସଏସନିଉଜ)ଚାକିରି ଦେବା ନାଁରେ ୨୧ ଲକ୍ଷ ଲୁଟ୍ ହୋଇଛି ।ଏହି ଠକାମୀର ଶିକାର ହୋଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ୪ଜଣ ଶିକ୍ଷିତ ଯୁବକ ଓ ଜଣେ ମହିଳା ।ସରକାରୀ ଚାକିରି ଦେବାକୁ କହି ୨୧ ଲକ୍ଷ ଚଳୁ କରିଦେଇଥିଲେ ଠକ ।ତେବେ ଭୁବନେଶ୍ୱର ନିକଟରୁ ପୋଲିସ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଗେଙ୍ଗୁଟି ଅଞ୍ଚଳରେ ଚିନ୍ମୟ ମହାପାତ୍ରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଏକାଠି ହେଲେ ସୋମନାଥ ଭକ୍ତ

ବାରଙ୍ଗ,୧/୮ (ଏସଏସନିଜ) ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥ ମନ୍ଦିର ପରିସରରେ ଶ୍ରାବଣମାସ ର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥ ପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ ଏକାଠି ହୋଇ ବାବା ସୋମନାଥଙ୍କର ଜୟଗାନ କରି ସୋମନାଥଙ୍କ ମହିମା ପ୍ରଚାର ସହ ବାନା ଟେକ ରହିବା ପାଇଁ ଆଲୋଚନା କରିଥିଲେ ।ଏହି ଅବସରରେ ସେନାର ସଭାପତି […]

ଭାରତକୁ ଆଉଏକ ସ୍ବର୍ଣ୍ଣ

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ମିଳିଛି ।୬୭ କେଜି ବର୍ଗରେ ସ୍ବର୍ଣ୍ଣ ଦେଲେ ଜେରେମି ।ମୋଟ ୩୦୦ କେଜି ଉଠାଇ ଆଣିଲେ ସ୍ବର୍ଣ୍ଣ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲାଣି ୫ ପଦକ ।  

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ମୋଦୀଙ୍କ ଆହ୍ୱାନ

ଭୁବନେଶ୍ୱର,୩୧/୭(ଏସଏସନିଉଜ)ଆସନ୍ତା ଅଗଷ୍ଟ ୧୫ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ଯାଏ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତରେ ସେ କହିଛନ୍ତି, ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ । କେବଳ ଏତିକି ନୁହେଁ ସମସ୍ତେ ନିଜର ସୋସିଆଲ ମିଡିଆର ପ୍ରୋଫାଇଲ୍ ପିକ୍ଚର ମଧ୍ୟ […]

୪ ଡକାୟତ ଗିରଫ

ଭୁବନେଶ୍ବର,୩୧/୭(ଏସଏସନିଉଜ)ଗତକାଲି ରାତିରେ ଆଇଆର୍‌ସି ଭିଲେଜସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସାଲିଆସାହି ନୀଳଚକ୍ରନଗରର ପ୍ରଶାନ୍ତ କୁମାର ନାୟକ ଓରଫ ଭାଲୁ, ଏକାମ୍ର ବିହାରର ଚିକୁ ସ୍ବାଇଁ, ବାଜପେୟୀନଗରର ସୁରେଶ ସାହୁ ଓ ବସ୍ତି ବିକାଶ ପରିଷଦର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଖଣ୍ଡା, ନକଲି ବନ୍ଧୁକ, ଲୁହା ରଡ୍ ଓ ଲଙ୍କାଗୁଣ୍ଡ ଜବତ କରିଛି।ଏହି ଡକାୟତିଗ୍ୟାଙ୍ଗର ମୁଖ୍ୟ ଗଙ୍ଗା ରେଡ୍ଡୀ ଓ ତାର ସହଯୋଗୀ […]

ନଗ୍ନ ଭିଡିଓ କରି ବନ୍ଧାହେଲେ ନକଲି ଶିକ୍ଷକ

ଭୁବନେଶ୍ବର, ୩୧/୭(ଏସଏସନିଉଜ) ଜଣେ ନାବାଳିକାଙ୍କ ନଗ୍ନ ଭିଡିଓ କରି ଭାଇରାଲ୍ କରିବାକୁ ଧମକ ଦେଇ ବ୍ଲାକ୍‌ମେଲ୍ କରୁଥିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ନକଲି ଶିକ୍ଷକ ବାଙ୍କୀର ପ୍ରଦୀପ କୁମାର ସ୍ବାଇଁକୁ ଗିରଫ କରିଛି।ଗତକିଛିମାସ ପୁର୍ବେ ଜଣେ ନାବାଳିକାକୁ ନିଜକୁ ଶିକ୍ଷକ ବୋଲି ପରିଚୟ ଦେଇ ମାଟ୍ରିକ ପରେ ଭଲଲେଜରେ ଆଡମିସନ କରାଇବା,ଲାପଟପ କିଣାଇ ଦେବା ଆଦି ପ୍ରଲୋଭନ ଦେଖାଇ ସର୍ମ୍ପକ ଜମାଇଥିଲା ।ଧିରେଧିରେ ନାବାଳିକର ଅତିନକଟତର ହେବା ସହ ମଝିରେମଝିରେ ହ୍ବାଟ୍ସଆପ୍‌ରେ ଚାଟ କରିବା […]