Browsing category

ମହାନଗର

ମନ୍ଦିରରେ ପଶିଲା କୁକୁର

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ଆଜି ମନ୍ଦିରରେ କୁକୁର ପଶିଯିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବ ହୋଇଛି। ଫଳରେ ମାରା ହୋଇଥିବା ପାଖାପାଖି ୩୦ ହଜାର ଟଙ୍କାର ସରକାରୀ ଓ ବେସରକାରୀ ଭୋଗକୁ ନୀତି ଅନୁଯାୟୀ ଅମୁଣିଆ କୂଅରେ ପୋତି ଦିଆଯାଇଛି। ଶ୍ରୀଜିଉଙ୍କ ମହାସ୍ନାନ ସହ ମନ୍ଦିରକୁ ଶୁଦ୍ଧ କରାଯିବା ପରେ ନୀତି ସ୍ବାଭାବିକ ହୋଇଥିଲା।

ବନ୍ୟା ମୁକାବିଲା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ସମ୍ଭାବ୍ୟ ବନ୍ୟା ପାଇଁ NDRF, ଓଡ୍ରାଫ, ଫାୟାର ଟିମ୍ ମୁତୟନ ହୋଇଛନ୍ତି।ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ SRCଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ NDRF ଟିମ୍ ଓ ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବ।ଏହାସହ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଫାୟାର ଟିମ୍ ରହିବ।

କଟକଜିଲ୍ଲାରେ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ପ୍ରବଳ ବର୍ଷା ଯୋଗୁଁ ଟ୍ଵିନସିଟିକୁ ସତର୍କତା ଜାରି କଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଏହାସହକଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।ସମସ୍ତ ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ ।ସେହିପରି ଜିଲ୍ଲାପାଳ ଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ନିଜ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି କୁହାଯାଇଛି।

ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ!

ପୁରୀ,୧୪/୮(ଏସ ଏସ ନିଉଜ)ପୁଣି ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ। ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢିଲେ ଯୁବକ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଅଟକ ରହିଛି ଯୁବକ। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷୀୟ ଜିତୁ ଗୌଡ଼ ବୋଲି ଜଣାପଡିଛି।

ମହାନଦୀକୁ ଆସୁଛି ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି। କାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରିବ ।ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା ହୀରାକୁଦର ଉପର ଏବଂ ତଳ ମୁଣ୍ଡରେ ବର୍ଷା ଜାରିରହିଛି । ହୀରାକୁଦର ୩୪ଟି ଗେଟ ଖୋଲା ରହିଛି । ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।୫ ଲକ୍ଷ ୬୦ ହଜାର […]

କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ଜବତ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଚେନ୍ନାଇ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ପ୍ରଜାତି ଜବତ ହୋଇଛି ।ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଚେକ୍ ଇନ୍ ବ୍ୟାଗେଜ୍ ରେ ଆଣିଥିଲେ ବନ୍ୟଜନ୍ତୁ ।୧ଟି ବ୍ରାଜା ମାଙ୍କଡ଼, ୧୫ଟି କିଙ୍ଗସ୍ନେକ୍, ୫ଟି ବଲ୍ ପାଇଥନ୍ ଏବଂ ୨ଟି ଆଲଡାବ୍ରା କଇଁଛ ଉଦ୍ଧାର ହୋଇଛି ।  

୧୫ ତାରିଖ ସକାଳେ ମୁଣ୍ଡୁଳିରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଶନିବାର ସୁଦ୍ଧା ୩୪ଟି ଗେଟ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛିବୋଲି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା‌ ଦେଇଛନ୍ତି। ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ସେହିପରି ଓଡ଼ିଶାରେ ଆସନ୍ତା ୨ ଦିନ […]

ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ୱାର୍ଲଡ ରେକର୍ଡ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଆସନ୍ତା ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ଏହା ପୂର୍ବରୁ ଆଜିଠାରୁ ହର ଘର ତ୍ରିରଙ୍ଗା ଆରମ୍ଭ ହୋଇଛି । ଏହାରି ଭିତରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ୱାର୍ଲଡ ରେକର୍ଡ ହୋଇଛି ।ଏକ କ୍ରିକେଟ ଷ୍ଟାଡିୟମରେ ମାନବ ଶୃଙ୍ଖଳା ସହ ତ୍ରିରଙ୍ଗା ଉଡାଯାଇଛି । ଏହି ତ୍ରିରଙ୍ଗାରେ ୭ ହଜାର ସ୍କୁଲ ଛାତ୍ର ହ୍ୟୁମନ ଚେନ କରି ବିଶ୍ୱ ରେକର୍ଡ କରିଛନ୍ତି।

ପୁଣି ୪ଟି ଗେଟ୍ ଖୋଲିଲା

ଭୁବନେଶ୍ୱର,୧୩/୮(ଏସଏସନିଉଜ) ହୀରାକୁଦ ଡ୍ୟାମ୍‌ରେ ପୁଣି ୪ଟି ଗେଟ୍ ଖୋଲିଲା ।ଯହାଫଳରେ ଏବେ ୩୪ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି । ହୀରାକୁଦର ୩୪ଗେଟ୍ ଖୋଲିବା ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ସେକହିଛନ୍ତି ମହାନଦୀରେ ଅଧିକ ଜଳ ପ୍ରବାହ ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ବସ୍ତିରେ ଜଳପ୍ରବେଶ ଆଶଙ୍କାରେ ସମ୍ବଲପୁରରେ ୧୦୦୫ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ସହ ୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ।ଏହାସହ ଜିଲ୍ଲା ପ୍ରଶାସନ ସଜାଗ […]

ପିଲାଙ୍କୁ ମିଳିଲା ଜୋତା,ପୋଷାକ

ବାରଙ୍ଗ,୧୩/୮(ଏସଏସନିଉଜ)ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତର କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ପୂର୍ବାହ୍ନ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୨୧ଜଣ ଛାତ୍ରଛାତ୍ରୀଙ୍କୁ ୨ହଳ ଲେଖାଏଁ ବିଦ୍ୟାଳୟ ପୋଷାକ ଓ ହଳେ ଲେଖାଏଁ ଜୋତା ବଣ୍ଟନ କରାଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ଭଞ, ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି,ସିଆରସିସି ଟୁକୁନା ବେହେରା,ସଭ୍ୟ ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।ଭଲ ପାଠପଢି ବିଦ୍ୟାଳୟ ଗୈାରବ ବୃଦ୍ଧି କରିବାକୁ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ଶିକ୍ଷକ ସଂଗ୍ରାମ […]