ପିଲାଙ୍କୁ ମିଳିଲା ଜୋତା,ପୋଷାକ

ବାରଙ୍ଗ,୧୩/୮(ଏସଏସନିଉଜ)ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତର କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ପୂର୍ବାହ୍ନ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୨୧ଜଣ ଛାତ୍ରଛାତ୍ରୀଙ୍କୁ ୨ହଳ ଲେଖାଏଁ ବିଦ୍ୟାଳୟ ପୋଷାକ ଓ ହଳେ ଲେଖାଏଁ ଜୋତା ବଣ୍ଟନ କରାଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ଭଞ, ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି,ସିଆରସିସି ଟୁକୁନା ବେହେରା,ସଭ୍ୟ ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।ଭଲ ପାଠପଢି ବିଦ୍ୟାଳୟ ଗୈାରବ ବୃଦ୍ଧି କରିବାକୁ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ଶିକ୍ଷକ ସଂଗ୍ରାମ କେଶରୀ ପଟ୍ଟନାୟକ,ସୁରେନ୍ଦ୍ର ରେଡି,ସୋମନାଥ ସିଂହ ଓ ଶିକ୍ଷୟିତ୍ରୀ ସିମାରାଣୀ ବେହେରା ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ।

Comments (0)
Add Comment