Browsing category

ମହାନଗର

ନିଶାମାଫିଆର ୧କୋଟିସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,୩୧/୭(ଏସଏସନିଉଜ) ନିଶା ମାଫିଆର ୧ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।କୋଲକାତା ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଶେଖ୍ ଜାମସେଦର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।ବାଜ୍ୟାପ୍ତ ସଂପତ୍ତି ମଧ୍ୟରେ ୩ ମହଲା ଘର ଓ ଏକାଧିକ ପ୍ଲଟ ମଧ୍ୟ ରହିଥିବାର ଜଣାପଡିଛି ।

ଏବେ ଆମକୁ ଏକୁଟିଆ ଛାଡ଼ିଦିଅ

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଏବେ ଆମକୁ ଏକୁଟିଆ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ଅପରାଜିତା ।ଏହାସହ ସହଯୋଗ ପାଇଁ ମିଡିଆକୁ ଧନ୍ୟବାଦ ଜଣାଇବାସହ ଘର ଆଗରେ ଭିଡ଼ ନକରିବାକୁ ଅନୁରୋଧ କରିଛନ୍ତି ।ସେ କହିଛନ୍ତି ଯେ,ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ.ଯଦି ଆମ୍ବୁଲାନ୍ସ ଦରକାର ହୁଏ, ଆସିବାରେ ସମସ୍ୟା ହେବ ।ଏହାସହ ସାଧାରଣଲୋକଙ୍କୁ ରାସ୍ତାରେ ଯିବାରେ ସମସ୍ୟା ହେଉଛି’ ବୋଲି କହିଛନ୍ତି ଅପରାଜିତା ।

ହୀରାକୁଦରୁ ଜଳନିଷ୍କାସନ ବନ୍ଦ

ଭୁବନେଶ୍ୱର,୩୧/୭(ଏସଏସନିଉଜ) ରାଜ୍ୟରେ ବର୍ଷାପ୍ରଭାବ କମିଯାଇଥିବାରୁ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ବନ୍ଦ ହୋଇଛି । ଶେଷରେ ଖୋଲାଥିବା ୨ଟି ଗେଟ୍‌କୁ ମଧ୍ୟ ଏହାଭତରେ ବନ୍ଦ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବର୍ତ୍ତମାନ ଆଉ କୌଣସି ଗେଟ୍ ଦେଇ ଜଳ ନିଷ୍କାସନ ହେଉନଥିବାର ଜଣାପଡିଛିା

ଦିନକରେ ୧୦୨୦ ପଜିଟିଭ୍

  ଭୁବନେଶ୍ୱର,୨୯/୭(ଏସ ଏସ ନିଉଜ)ରାଜ୍ୟରେ ୨୪ ଘଣ୍ଟାରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୫୯୭ , ଲୋକାଲ କେସ୍- ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେସୁନ୍ଦରଗଡ଼ରୁ ସର୍ବାଧିକ ୨୫୯, ଖୋର୍ଦ୍ଧାରୁ ୧୫୮ , ସମ୍ବଲପୁରରୁ ୮୮ ଚିହ୍ନଟ ହୋଇଛନ୍ତି ।

ଚର୍ଚ୍ଚାରେ ଗୋଲ୍ଡମ୍ୟାନ

ଭୁବନେଶ୍ୱର,୨୮/୭(ଏସଏସନିଉଜ)ଚର୍ଚ୍ଚାରେ ରହିଛନ୍ତି ଗୋଲ୍ଡମ୍ୟାନ ।ନାଁ ତାଙ୍କର ପ୍ରେମ ସିଂ ।ଘର ବିହାରର ଭୋଜପୁର ଜିଲ୍ଲା ବିହିୟାନ ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ବାସୋପୁରର ବାସିନ୍ଦା ।ବୟସ ୩୮ ।ପେଶାରେ ସେ ଜଣେ ଠିକାଦାର ।କିନ୍ତୁ ନିଶା ସୁନାଅଂଳଙ୍କାର ପିନ୍ଧିବା ।ତାଙ୍କ ଶରୀରରେ ପ୍ରାୟ୪କେଜି ଓଜନର ସୁନାଅଂଳଙ୍କାର ପିନ୍ଧି ବଜାରରେ ଯିବାଆସିବା କରିଥାନ୍ତି ।ସେଥିପାଇଁ ତାଙ୍କୁ ଗୋଲ୍ଡମ୍ୟାନ୍ ବୋଲି ଲୋକେ କହିଥାନ୍ତି ।ବଜାରରେ ଯାଉଥିବାବେଳେ ସେଲଫି ନେବାକୁ ମଧ୍ୟ ଯୁବପିଢି ଭୁଲିନଥାନ୍ତି ।ସେ ୨୦ବର୍ଷ ବୟସରୁ ସୁନାପିନ୍ଧିବା ଆରମ୍ଭ […]

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍ ରୋସନ!

ଭୁବନେଶ୍ୱର,୨୮/୭(ଏସଏସନିଉଜ) ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ୍ ରୋସନ ।ଦ୍ବିତୀୟ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି।ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି ହ୍ରିତିକ୍‌।ଦୀର୍ଘଦିନ ଧରି ସେ ସବାଙ୍କୁ ଡେଟ୍ କରିଆସୁଛନ୍ତି।ଦୁହେଁ ଏବେ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍ ଅଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ରୀତିନୀତି ଅନୁସାରେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ମହାକାଳପଡାରେ ହେବ ପେଟ୍ରୋ କେମିକାଲ ପ୍ଳାଣ୍ଟ

କେନ୍ଦ୍ରାପଡା , ୨୮/୭(ଏସଏସନିଉଜ) ମହାକାଳପଡାରେ ନିର୍ମାଣ ହେବ ପେଟ୍ରୋଲିୟମ କେମିକାଲ କାରଖାନା ।କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉଦ୍ୟମରେ ପ୍ରଥମ କରି ନିର୍ମାଣ ହେବାକୁ ଯାଉଛି ଏହି ପେଟ୍ରୋ କେମିକାଲ ପ୍ଳାଣ୍ଟ ।ତେବେ ଆସନ୍ତା ମାସ ଶେଷ ସପ୍ତାହରେ ମହାକାଳପଡାରେ ଜନଶୁଣାଣୀ. ହୋଇପାରେ ବୋଲି ଜଣାପଡିଛି ।

ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗ୍ରସ୍ଥ

ଭୁବନେଶ୍ୱର,୨୮/୭(ଏସଏସନିଉଜ)ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଓ ତାମିଲନାଡୁ ଗସ୍ତ କରିବେ ।ସେଠାରେ ସାବର ଡାଏରୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବାସହ ଚେନ୍ନାଇରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଉଦଘାଟନର ଘୋଷଣା କରିବୋକାଲି ଆନ୍ନା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବାସହ ଗାନ୍ଧୀନଗର ଯାତ୍ରା କରି ଗିଫ୍ଟସିଟି ପରିଦର୍ଶନ କରିବେ ବୋଲି କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

ଚୂନ ଲଗାଇଲେ ସାଇବର ଲୁଟେରା

ଭୁବନେଶ୍ୱର,୨୮/୭(ଏସଏସନିଉଜ) କ୍ୟାସବ୍ୟାକ୍ ନାଁରେ ୬ ଲକ୍ଷ ୩୪ ହଜାର ଠକେଇ ଅଭିଯୋଗ ହୋଇଛି । ବାଲିପାଟଣା ଅଞ୍ଚଳର ଜଣେ ଦିବ୍ୟାଙ୍ଗଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା । ହଜାରେ ଟଙ୍କା କ୍ୟାସବ୍ୟାକ୍ ଲୋଭ ଦେଖାଇ ୬ ଲକ୍ଷ ୩୪ ହଜାର ଲୁଟିନେଇଥିବାର ସାଇବର ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ପରେ ସାଇବର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାର ଜଣାପଡିଛି ।

ପୁଣି ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୨୮/୭(ଏସ ଏସ ନିଉଜ)ଚିଲିିକାରେ ପୁଣି ଫସିଲା ଭସାପୋଲ ।ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡା-ଚିଲିକା ମଝିରେ ଫସିଲା ଭସାପୋଲ ଭସାପୋଲରେ ୬୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା।୫ଟି ୪ ଚକିଆ ଯାନ ଓ ୨ରୁ ଅଧିକ ବାଇକ୍ ମଧ୍ୟ ରହିଛିଭସାପୋଲକୁ ସଜାଡିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରୟାସ ଆରମ୍ଭ ହୋଇଛି ।