ମେଣ୍ଢାଶାଳରେ ଝୁଲଣ ଯାତ୍ରା ଉଦଯାପିତ

ମେଣ୍ଢାଶାଳ,୧୩/(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବ ମନ୍ଦିରରେ ଝୁଲଣଯାତ୍ରା ଅନୁଷ୍ଠିତ ହୋଇ ଶୁକ୍ରବାର ବିଳମ୍ଭିତ ରାତିରେ ଉଦଯାପିତ ହୋଇଯାଇଛି ।ଏହି ଉପଲକ୍ଷେ ମନ୍ଦିର ସମ୍ମୁଖରେ ପ୍ରତ୍ୟକବର୍ଷପରି ଚଳିତବର୍ଷ ଠାକୁରଙ୍କ ସପ୍ତଦିନବ୍ୟାପୀ ବାଦୀପାଲା ଅନୁଷ୍ଠିତ ହୋଇଥିଲା ।ପ୍ରତ୍ୟେକ ଦିନି ସନ୍ଧ୍ୟାରେ ଗାୟକ ବାଗ୍ମୀ ନାରାୟଣମହାରଣା ଓ ଗାୟକ ଭାଷରତ୍ନ ଖଗେଶ୍ୱର ମାର୍ଥାଙ୍କ ଦ୍ୱାରା ବାଦୀପାଲା ପରିବେଷଣ ହୋଇଥିଲା ।ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କୁ ଝୁଲଣମଣ୍ଡପରେ ସୁସଜ୍ଜିତ ବିମାନରେ ବସାଯାଇ ଝୂଲାଯାଥିଲା ।ଏହି ଝୁଲଣ ଯାତ୍ରା ଦେଖିବାକୁ ଆଖପାଖ ଗ୍ରାମରୁ ଶତାଧିକ ନରନାରୀମାନେ ଉପସ୍ଥିତ ହୋଇଥିଲେ ।ଝୂଲଣମଣ୍ଡପ ସହ ପାଲାମଣ୍ଡପକୁ ଭାରତଭୁଷଣ ମହାରଣାଙ୍କଦ୍ୱାରା ଆକର୍ଷଣୀୟ ଭାବେ ସଜାଯାଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

 

Comments (0)
Add Comment