Browsing category

ମହାନଗର

ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୭/୬(ଏସଏସନିଉଜ) ଆକ୍ସନ ମୁଡରେ ରହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ଅଚାନକ ସ୍କୁଲକୁ ଯିବା ସହ ରାସ୍ତାରେ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖି ମଧ୍ୟ ତାଗିଦ୍ କରୁଛନ୍ତି । ଆଉ କାର‌୍ୟ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ଆକ୍ସନ ନେଉଛନ୍ତି ।ମନ୍ତ୍ରୀ ନିମାପଡ଼ା ଗସ୍ତରେ ଆଜି ଯାଇଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ସ୍କୁଟିରେ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଯାଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ । ବିଳମ୍ବରେ କାହିଁକି ସ୍କୁଲକୁ ଆସୁଛ ବୋଲି ପଚାରିଥିବାବେଳେ ସଠିକ୍ […]

ଆଜି ସୁସ୍ଥ ହେବେ ମହାପ୍ରଭୁ

ପୁରୀ,୨୪/୬(ଏସଏସନିଉଜ) ଆଜି ଖଳି ଲାଗି ଏକାଦଶୀରେ ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ ହେବ । ଶ୍ରୀ ବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବ । ଏହା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ି ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ଶାସ୍ତ୍ରାନୁସାରେ ମହାପ୍ରଭୁଙ୍କ […]

ବାଣୀବିହାରରେ ଖଣ୍ଡା ବୁଲିଲା

ଭୁବନେଶ୍ୱର, ୨୪/୬(ଏସଏସନିଉଜ) କମେଣ୍ଟ ମରାକୁ ନେଇ ବାଣୀବିହାର କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ଦୁର୍ବୃତଙ୍କ ଖଣ୍ଡା-ଭୂଜାଲି ଆକ୍ରମଣରେ କିଛି ଛାତ୍ର ଆହତ ହୋଇଥିବାବେଳେ ଗାଡିମୋଟର ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି । ଆଜି ଅପରାହ୍ଣରେ କିଛି ଅଣଛାତ୍ରମାନେ ବାଣୀବିହାର କ୍ୟାମ୍ପସରେ ପଶି ନିଶା ସେବନ କରିବା ସହ ଛାତ୍ରୀମାନଙ୍କୁ କମେଂଟ ମାରୁଥିଲେ ।ଏହାକୁ ଛାତ୍ରମାନେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ ଅଣଛାତ୍ରମାନେ ପଳାଇଯାଇଥିଲେ ।ପରେ ସନ୍ଧ୍ୟାମାୟରେ କିଛି ଯୁବକ ମୁହଁରେ ମାସ୍କ ପିନ୍ଧି ହାତରେ […]

ପୁରୀରେ ବୋମାମାଡ

ପୁରୀ, ୨୪/୬(ଏସଏସନିଉଜ)ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଛି ।ବୋମାମାଡର କାରଣ ଜଣାପଡିନଥିବାବେଳେ ବୋମାମାଡ ରେ ଜଣେ ଆହତ ହୋଇଥିବାର ଜଣାପଡିଛି ।ଆହତଙ୍କୁ ଚିକସ୍‌ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି ।

ଆରପାରିରେ ରାଇମୋହନ ପରିଡା

ଭୁବନେଶ୍ୱର,୨୪/୬(ଏସ ଏସ ନିଉଜ)ସିନେମା ଜଗତ, ଯାତ୍ରା ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ବେକରେ ଶାଢୀ କପଡା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।ଅନ୍ୟପଟେ ପୋଲିସ ତାଙ୍କ ପଳାଶୁଣୀ ସ୍ଥିତ ପ୍ରାଚୀ ବିହାର ନିକଟ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଓଲିଉଡ ଠାରୁ ଆରମ୍ଭ କରି ଜଲିଉଡ ସବୁଠି ଶୋକର ଛାୟା ଖେଳିଯାଇଛି ।

ଠିକାଦାରକୁ ବଟି ମାଗିବା ପଡିଲା ମହଙ୍ଗା ,ଧରାହେଲେ ବାପ

ବାରଙ୍ଗ,୨୩/୬(ଏସଏସନିଉଜ)ଜଣେ ଠିକାଦାରକୁ ବଟିମାଗିବା ଓ ଗାଡିଭାଙ୍ଗିବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ଗୁରୁବାରଦିନ ରଘୁନାଥପୁର ଗ୍ରାମର ଅଜୟରାଉତନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଳଣ କରିଛି ।ଏୟାରଟେଲ କମ୍ପାନୀ ପକ୍ଷରୁ ଅଣ୍ଡରଗ୍ରାଉଣ୍ଡିଂକେବୁଲିଂ କାମ କରୁଥିବା ହରିୟାନାର ବିପନଶର୍ମାନାମକ ଠିକାଦାରଙ୍କୁ ଅଜୟରାଉତ ଓ ତାଙ୍କ ପୁଅ ମିଶି ଚାନ୍ଦା ମାଗିଥିଲେ ।ସେଦେବାକୁ ମନାକରିବାରୁ ତାଙ୍କୁ ଅଶ୍ଲିଳଭାବଷାରେ ଗାଳିଗୁଲଜ କରି ଜୀବନରେ ମାରି ଦେବାକୁଧମକଦେଇ ମାରଧର କରିଥିଲେ ।ଏହାସହ ତାଙ୍କ ବାଇକକୁ କାଠଫାଳିଆରେ ବାଡେଇଭାଙ୍ଗିବାସହ ସହ ଟ୍ରକର ଆଗ କାଚକୁ ଭାଙ୍ଗିଦେଇଥିବାର ବିପନଶର୍ମା […]

ନିର୍ଦ୍ଧୁମଛେଚିଲେ ପୋଲିସକୁ ଦେଲେ

ବାରଙ୍ଗ,୨୩/୬(ଏସଏସନିଉଜ)ଗୁରୁବାର ରାତିରେ ଘରକୁ ଫେରୁଥିବାବେଳେ ଜଣେ ଯୁବକଠାରୁ ଗୋଡିସାହି ଫାଣ୍ଡିଠାରୁ ଅଳ୍ପଦୁରରେ ଗାଡି ଛଡାଉଥିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଛନ୍ତି ଦୁଇଲୁଟେରା ।ଲୁଟେରାଦ୍ୱୟଙ୍କୁ ଉତମମଧ୍ୟମଦେଇ ସ୍ଥାନୀୟ ଲୋକ ଗୋଡିସାହି ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି । ପ୍ରକାସ ଯେ, ଗୋଡିସାହି ଗ୍ରାମର ଓମପ୍ରକାସସାହୁ ନାମକ ଯୁବକ କଟକରୁ ଘର ଗୋଡିସାହିକୁ ହିରୋହୋଣ୍ଡା ସ୍ଲେଣ୍ଡରନଂ ଓଆର୦୨-ବିଏନ-୧୧୦୬ ଯୋଗେ ଫେରୁଥିଲେ ।ବାରଙ୍ଗ-ବାଙ୍କୀରାସ୍ତାର ପାଟପୁର ଗାଁପାଖରେ ପହଁଚିଥିବାବେଳେ ପଛରୁ ଓଆର୦୨-ସି-୮୬୩୦ନଂ ଯୋଗେ ଦୁଇଜଣ ଯୁବକ ପିଛା କରିଥିଲେ ।ଗୋଡିସାହି କେନାଲ ବ୍ରିଜପାଖରେ ଦୁଇଜଣ […]

ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ ।ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ ମନ୍ତ୍ରୀଟୁକୁନି ସାହୁ ଓ ଜଗନ୍ନାଥ ସାରକା ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦସ୍ତଖତ କଲେ ।ଅନ୍ୟପଟେ ଆଜି ଦିଲ୍ଲୀ ଗସ୍ତ କରିବେ ବିଜେପିର ୧୦ ଜଣ ବିଧାୟକ।ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି ।ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଚଳଚଞ୍ଚଳ ରଥଖଳା

ପୁରୀ,୨୩/୬(ଏସ ଏସ ନିଉଜ) ମହାପ୍ରଭୁଙ୍କ ପ୍ରଭା ନିର୍ମାଣ ଶେଷ ହୋଇଛି ।ଦୁଆରଘଡ଼ାରେ ଶେଷ ସ୍ପର୍ଷ ଦେଉଛନ୍ତି ରୂପକାର ।ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ ।ଏଣିକି ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ତିଆରିବେ ।ଠାକୁରେ ଚକା ସିଂହାସନରେ ହେବେ ବିଜେ । ପ୍ରଭା ପଛକୁ ଧୂଳିଦଣ୍ଡା ଲାଗିବ। ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ରଥର ଏହା ଏକ ଆକର୍ଷଣୀୟ ଅଂଶ। ପ୍ରତି ରଥର […]

ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ ହୋଇଥିବାର ଜିଆରପି ଥାନାରେ ଅଭିଯୋଗ ହୋଇଛି ।ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରଏ । ସେ ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ । ଗତକାଲି ସୁଇଟି ହାଓ୍ୱଡାରୁ ଭୁବନେଶ୍ୱର ଆସି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ମାଙ୍କୁ ଫୋନ କରିଥିଲେ । ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି । ଶେଷ ଥର ପାଇଁ ସୁଇଟିଙ୍କ ଲୋକେସନ […]