Browsing category

ମହାନଗର

ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ୱର,୧୯/୬(ଏସ ଏସ ନିଉଜ)ସାରା ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ପ୍ରାକ୍ ମୌସୁମୀ ବର୍ଷା ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ।ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ହେଉଥିବା ବେଳେ ଆଗାମୀ ୫ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ଜଣାପଡିଛି ।

ଷ୍ଟେସନରୁ ୩୨କେଜି ଗଂଜେଇ ଜବତ

ଜଟଣୀ,୧୯/୬(ଏସ ଏସ ନିଉଜ) ଅପରେସନ ନାର୍କସ ମାଧ୍ୟମରେ ରେଳସୁରକ୍ଷା ବଳ ଜଟଣୀ ଷ୍ଟେସନରୁ ୩୨କେଜି ଗଂଜେଇ ଭର୍ତି ପ୍ଲାଷ୍ଟିକ ବ୍ୟାଗକୁ ଜବତ କରିଛନ୍ତି ।୪ଓ ୫ନମ୍ବର ପ୍ଲାଟଫର୍ମ ର ଶେଷଭାଗ ଆଡ଼କୁ ନୀଳ ଓ ଗୋଲାପୀ ରଙ୍ଗର ବ୍ୟାଗ ଥୁଆହୋଇଥିଲା ।ଏହି ବ୍ୟାଗକୁ କେହି ନବାକୁ ଆସିନ ଥିଲେ ।ଦୀର୍ଘ ୨୧ଘଣ୍ଟା କାଳ ସୁରକ୍ଷା ବଳର ସିପାହି ମାନେ ବ୍ୟାଗ ଉପରେ ଦୃଷ୍ଟି ଦେଇଥି ଲେ ।କେହି ନଆସିବାରୁ ବ୍ୟାଗକୁ ଜବତ କରିବାପରେ ସେଥିରୁ ୩୨ କେଜି୩୫୦ଗ୍ରାମ […]

ଆସାମରେ ବନ୍ୟା ବିଭୀଷିକା

ଭୁବନେଶ୍ୱର,୧୯/୬(ଏସ ଏସ ନିଉଜ)ଆସାମର ୩୨ ଜିଲ୍ଲାରେ ବନ୍ୟା ବିଭୀଷିକା ଦେଖାଦେଇଛି ।ଯାହାଫଳରେ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ , ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଓ ୮ଜଣ ନିଖୋଜ ହୋଇଥିବାର ସୂଚନା ମିଳିଛି । ବନ୍ୟାଜଳ ୪,୨୯୧ ଗାଁରେ ପସିବାସହ ବନ୍ୟାପାଣିରେ ୭୦ ହଜାର ହେକ୍ଟର ଫସଲ ଜଳମଗ୍ନ ହୋଇଥିବାର ଜଣାପଡିଛି । ବ୍ରହ୍ମପୁତ୍ର ଓ ଅଧିକାଂଶ ସହାୟକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାର ଜଣାପଡିଛି ।

ଗୋଷ୍ଠୀ ସଂଘର୍ଷରେ୧୩ ଆହତ

ବାଲିପାଟଣା ୧୯/୬(ଏସଏସନିଉଜ) ଓଡ଼ଖଣ୍ଡ ମହାପାତ୍ର ସାହିରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୧୩ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିବାବେଳେ ବିବାଦୀୟ ଜାଗାରୁ ଉଭୟ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ।ଏହି ଘଟଣା ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲେ ମଧ୍ୟ ରାତିରେ ପୁଣି ଉଭୟପକ୍ଷ ପରସ୍ପରକୁ ମାରଣାସ୍ତ୍ର, ଶାବଳ, […]

ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ହଣାକଟା

ଭୁବନେଶ୍ବର, ୧୯/୬(ଏସଏସନିଉଜ) ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରେ ଜଣ ବସ୍ କର୍ମଚାରୀଙ୍କ ମଧ୍ୟରେ ହଣାକଟା ହୋଇଛି । ହଣାକଟାରେ ୨ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ଭୁବନେଶ୍ବରରୁ ଗଞ୍ଜାମକୁ ଯାଉଥିବା ବେଳେ ବାବାମଣି ଓ ଦିଲ୍‌ଦାର ବସ୍ ମଧ୍ୟରେ ଆଗପଛ ଯିବାକୁ ନେଇ ବଚସା ହୋଇଥିଲା ।ପରେ ଏହି ବଚସା ଆକ୍ରମଣର ରୁପରେଖ ନେଇଥିଲା । ଦିଲ୍‌ବର୍ ବସ୍ କର୍ମଚାରୀମାନେ ଧାରୁଆ ଅସ୍ତ୍ରରେ ବାବାମଣି ବସ୍ କର୍ମଚାରୀଙ୍କୁ ଆକ୍ରମଣ କରିବାଦ୍ୱାରା ୨ଜଣ ଆହତ ହୋଇଥିବାର ଜଣାପଡିଛି […]

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା

ଭୁବନେଶ୍ୱର,୧୮/୬(ଏସଏସନିଉଜ).ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ , ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ […]

ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ପିପିଲି, ୧୮/୬(ଏସଏସନିଉଜ).ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ କରାଯିବାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ପିପିଲି ଥାନା ପୋଲିସ ଆଜି ଉତ୍ତରା ଛକର ରାମମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିମୁରାସିଦ ଖାନ୍, ଜାଦିବ, ସାଜିଦ ଅଲ୍ଲୀ, ଇମ୍ରାନ ନାମକ ୪ଜଣ ସାବାଳକ ଓ ଜଣେ ନାବାଳକକୁ ଧରିବାସହ ମୁରାସିଦଠାରୁ ୫୫୦ ଗ୍ରାମ୍ ଓ ସାଜିଦ ଅଲ୍ଲୀଠାରୁ ୪୨୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଥିଲେ ।ଏହାସହିତ ନଗଦ ୩,୫୦୦ ଟଙ୍କା, ଗୋଟିଏ ମୋଟର […]

ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ବନ୍ଦ

ବ୍ରହ୍ମଗିରି, ୧୮/୬(ଏସଏସନିଉଜ).ଚିଲିକାରେ ଭସାପୋଲ, ଡଙ୍ଗା, ବୋଟ୍ ବନ୍ଦ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି । ୨ଦିନ ତଳେ ୩୫ମୌଜା କମିଟିର ସମ୍ପାଦକଙ୍କୁ ଆଳୁପଟଣାର କିଛି ଲୋକ ମାରଧର କରିବା ପରେ ପରିସ୍ଥିତି ଏପରି ସୃଷ୍ଟି ହୋଇଛି । ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ହୋଇଥିବା ବିବାଦ ବାରମ୍ବାର ଉଗ୍ର ରୂପ ନେଉଥିବାବେଳେ କୃଷ୍ଣପ୍ରସାଦର ଲୋକମାନେ ଚିଲିକା ପାର ହେଲେ ସାତପଡ଼ାରେ ଆଳୁପାଟଣା ଲୋକେ ମାଡ଼ ମାରିବା ଭଳି ପରିସ୍ଥିତି ଉପୁଜି ଥିଲା।ତେବେ ପ୍ରଶାସନ ଦୃଷ୍ଟିଦେଉନଥିବାର ଅଭିଯୋଗ […]

ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ୱର, ୧୮/୬(ଏସଏସନିଉଜ). ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଜରୁରୀ ବୈଠକ ଡକାଇ ତିନି ସେନା ବାହିନୀର ମୁଖ୍ୟଙ୍କ ସହ ସମିକ୍ଷା ସହ ଆଲେଚନା କରିଛନ୍ତି ।ଆଲେଚନା ପରେ ସରକାର ଅଗ୍ନିବୀରମାନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରିଛନ୍ତି । କୋଷ୍ଟ ଗାର୍ଡ ଓ ଡିଫେନ୍ସ ସିଲିଲିଆନ ପଦବୀଗୁଡିକରେ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ । […]

ଆଜି ନୂଆମନ୍ତ୍ରିମଣ୍ଡଳର ବୈଠକ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ଆଜି ବସୁଛି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ନୂଆ ମନ୍ତ୍ରିମଣ୍ଡଳ ଦାୟିତ୍ବ ନେବା ପରେଏହା ପ୍ରଥମ ବୈଠକ । ଆଜି ସନ୍ଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ବୈଠକ ।ନିର୍ବାଚନ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପାଳନ ଉପରେ ହୋଇପାରେ ସମୀକ୍ଷା ବୋଲି ଜଣାପଡିଛି ।