Browsing category

ମହାନଗର

ଚାଲିଗଲା ଅସୁସ୍ଥ ହାତୀର ଜୀବନ

ସମ୍ବଲପୁର,୨୧/୬(ଏସ ଏସ ନିଉଜ) ପୋଖରୀରେ ଫସିଥିବା ଅସୁସ୍ଥ ହାତୀମୃତ୍ୟୁ ବରଣ କରିଛି ।ସାପଲହରା ସ୍ଥିତ ଏକ ପୋଖରୀରେ ହାତୀଟି ଫସିଯାଇଥିଲା ।ଗୁରୁବାର ରାତିରୁ ପାଣି ପିଇବାକୁ ଯାଇ ପୋଖରୀରେ ଫସିଥିଲା ।ଶରୀରରେ ଗଭୀର କ୍ଷତ ହୋଇଥିବାରୁ ପାଣି ଭିତରେ ପଡିରହିବା ସହ ତାର ଚିକିତ୍ସା ଚାଲିଥିଲା ।

ଚାକିରିଆଙ୍କ ପାଇଁ ବଡ ଖବର

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଜୁଲାଇ ୧ରୁ ଲଗୁହେବ ନୂଆ ଲେବର କୋଡ ।ନୂଆ ଲେବର କୋଡ ପରେ କର୍ମଚାରୀଙ୍କ ଦରମା, ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ । ପେନସନ୍, ଗ୍ରାଚ୍ୟୁଇଟି, ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସିବ ।ଟେକ୍ ହୋମ୍ ଦରମା ହ୍ରାସ ପାଇବ ଏବଂ ପିଏଫ୍ ଅବଦାନ ବୃଦ୍ଧି ପାଇବ । ଏହା ସହ ଆପଣଙ୍କ କାମ ସମୟ ବଦଳିପାରେ । ଛୁଟିଦିନରେ ପରିବର୍ତ୍ତନ […]

ଏଥର ରଥ ଉପରେ ସେଲଫି ମନା 

ପୁରୀ,୨୧/୬(ଏସ ଏସ ନିଉଜ)ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଉଛି ।ଆସନ୍ତା ଜୁଲାଇ ୧ ରେ ମହାପ୍ରଭୁଙ୍କ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ରଥ ଉପରେ ସେଲଫି ନେବାକୁ ବାରଣ କରାଯାଉଛି ।ରଥଯାତ୍ରା ସମୟରେ ସେବାୟତ ମାନଙ୍କର ସୁବିଧାରେ ଗମନାଗମନ ପାଇଁ ହେବ ପାସ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ ।ରିକ୍ସା ଚାଳକଙ୍କୁ କୋଟିଏ ଟଙ୍କାର ସମ୍ପତ୍ତି ଦେଇ ଚର୍ଚ୍ଚାରେ ରହିଥିବା କଟକର ମିନତୀ ପଟ୍ଟନାୟକ ବିଧିବଦ୍ଧ ଭାବେବିଜେଡିରେ ମିଶିଛନ୍ତି ।ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।

ସଂକଟରେ ମହାରାଷ୍ଟ୍ର ସରକାର !

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ମହାରାଷ୍ଟ୍ର ସରକାରରେ ସଂକଟଦେଖାଦେଇଛି । ୧୦ରୁ ୧୨ ବିଧାୟକ ମିଳୁ ନାହାନ୍ତି । ୧୦ରୁ ୧୨ ଜଣ ଶିବସେନା ବିଧାୟକଙ୍କ ପତ୍ତା ମିଳୁନାହିଁ । ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି ।ସେଥିପାଇଁ ଆଜି ଜରୁରୀ ବୈଠକ ଡାକୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ।

ନନ୍ଦିଘୋଷ ରଥରେ ପିଟିହେଲା ପିକଅପ୍

ପୁରୀ, ୨୦/୬(ଏସଏସନିଉଜ) ପୁରୀ ରଥଖଳା ନିକଟରେ ୨ ପର‌୍ୟ୍ୟଟକଙ୍କୁ ଧକ୍କା ଦେବା ପରେ ଏକ ପିକଅପଟି ନନ୍ଦିଘୋଷ ରଥରେ ପିଟି ହୋଇଥିବା ଜଣାପଡିଛି । ପିକଅପ୍ ଭ୍ୟାନଟି ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ମିଳିଛି ।ପୋଲିସ ଡ୍ରାଇଭର ଜଣକ ଅଟକ ରଖି ପିକଅପ ରେ ଧକ୍କାହୋଇ ଗୁରୁତର ହୋଇଥିବା ଅନୁଗୁଳର ଲୁହାମୁଣ୍ଡର ଗିରିଶ ସାହୁ , ବୈଜନ୍ତି ସାହୁଙ୍କୁ ଚିକିସ୍‌ା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ମଦ ଦୋକାନରୁ ଲୁଟ୍

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ଜୟଦେବବିହାର ଅଞ୍ଚଳରେ ଥିବା ଏକ ମଦ ଦୋକାନରୁ ଲୁଟ୍ ହୋଇଥିବାର ଜଣାପଡିଛି ।ମଦଦୋକାନରୁ ଦାମୀ ମଦ ସହ ନଗଦ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଛନ୍ତୁ ଦୁର୍ବୁତ ।ଲୁଟ ମସୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ସସପେନ୍ସରେ ଅଭିନେତ୍ରୀ ରଶ୍ମିଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ସସପେନ୍ସ ମଧ୍ୟରେ ରହିଛି ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ । ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ ଗତକାଲି ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତକରିବା ସହ ସେଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ସସ୍‌ପେନ୍ସ […]

କାଲିଠୁ ଘରଘର ବୁଲି ରୋଗୀ ଚିହ୍ନଟ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ ପାଇଁ କାଲିଠୁ ଘରଘର ବୁଲି ରୋଗୀ ଚିହ୍ନଟ ପ୍ରକିୟା ଆରମ୍ଭ ହେବାକୁ ଯାଉଛି । ପୁରୁଣା ଷ୍ଟ୍ରାଟେଜି ଆପଣେଇଛୁ, ଟିକା ଓ ସର୍ଭେଲାନ୍ସ ଜୋରଦାର ହୋଇଛି ।କାଲିଠୁ ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ, ଘର ଘର ବୁଲି ରୋଗୀ ଚିହ୍ନଟ ହେବାସହ ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି, ୪୦% ସ୍ୱାସ୍ଥ୍ୟକର୍ମୀ, ୧୦% ସମ୍ମୁଖ ଯୋଦ୍ଧା […]

ରାଜ୍ୟକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ପ୍ରବାହିତ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।ଏହାର ପ୍ରଭାବରେ ଆଜିଠୁ ୫ ଦିନ ଯାଏଁ ରାଜ୍ୟର ଉପକୂଳ ଓଡ଼ିଶା ଯଥା, ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ଆଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।