Browsing category

ମହାନଗର

୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର, ୮/୬(ଏସଏସନିୟୁଜ) ଆସନ୍ତା ଜୁନ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି । ବାଚସ୍ପତି ନିର୍ବାଚନ ନେଇ ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ଜଣାପଡିଛି ।

ପୁଣି ଫଟୋ ଭାଇରାଲ୍‌

ପୁରୀ, ୮/୬(ଏସଏସନିୟୁଜ) ଶ୍ରୀମନ୍ଦିର ଭିତରର ଫଟୋ ପୁଣିଥରେ ଭାଇରାଲ୍ ହୋଇଛି । ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଥିବାବେଳେ ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ୍ ହେବା ନେଇ ଭକ୍ତମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।ଭଦ୍ରକର ସଞ୍ଜୟ ପାଢ଼ୀଶର୍ମା ନାମକ ଜଣେ ଜ୍ୟୋତିଷ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଶ୍ରୀମନ୍ଦିରର ଭିତରେ ମ।ଲକ୍ଷ୍ମୀ ମନ୍ଦିର ନିକଟରେ ଉଠାଯାଇଥିବା ଫଟୋକୁ ପୋଷ୍ଟ କରିଛନ୍ତି।ଏକାସଙ୍ଗରେ ୪ଟି ଫଟୋ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଏ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ […]

ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨

ଭୁବନେଶ୍ୱର,୭/୬(ଏସଏସନିଉଜ)ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline ) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ ବୋଲି କହିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ […]

ପୁଣି ଫେରୁଛି ମାସ୍କ

ଭୁବନେଶ୍ୱର,୭/୬(ଏସଏସନିଉଜ)ଦେଶର ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଦି ୫ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି ।ତେବେ ଏହି ୫ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ସଂଖ୍ୟା ୪ହଜାର ପାଖାପାଖି ରହୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ ଏହିରାଜ୍ୟମାନଙ୍କୁ ସର୍ତକ କରାଯାଇଛି ।ଏଭଳି ସ୍ଥିତିରେ କର୍ଣ୍ଣାଟକ ସରକାର ବାଙ୍ଗାଲୁରୁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଓ ମହାରାଷ୍ଟ୍ର ସରକାର ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିବାର ଜଣାପଡିଛି ।ଏହାସହ ଜୁନ୍ ୧୫ ତାରିଖରୁ ମହାରାଷ୍ଟ୍ରରେ ଅନଲାଇନ୍ ମାଧ୍ୟମରେ […]

କାଲି ଠିକ,ଆଜି ମାନସିକ ରୋଗୀ !

ଭୁବନେଶ୍ୱର,୭/୬(ଏସଏସନିଉଜ) କାଲି ଠିକଠାକ ଥିଲା । ପୋଲିସ ଓ ମଦ ମାଫିଆଙ୍କ ଅସାଧୁ ମଧୁଚନ୍ଦ୍ରିକାର ପେଡି ଖୋଲିଥିଲେ ।ଆଜି ଏକ ଭିଡିଓ ଜାରିକରି ନିଜର ମାନସିକସ୍ଥିତି ଠିକ୍ ନଥିବାରୁ କେଉଁ କଥା କେତେବେଳେ କହୁଛନ୍ତି ଜାଣି ପାରୁ ନାହାଁନ୍ତି ବୋଲି କହିଛନ୍ତି ପୁରୀ ଅବକାରୀ ବିଭାଗ ନୀରିକ୍ଷକ ସଂଜୟ ପଣ୍ଡା । ଗତକାଲି ଅଭିଯୋଗ ଆଣିବା ପରେ ଆଜି ଠାରୁ ହଠାତ୍ ସେ ଛୁଟିରେ ଚାଲି ଯାଇଛନ୍ତି ।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦିନକ […]

ଟିକେଟ୍ କିଣିଲେ କଟକ ମେୟର

କଟକ,୭/୬(ଏସଏସନିଉଜ) କଟକ ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ହେବ । ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜିଠାରୁ ମ୍ୟାଚ ପାଇଁ ସକାଳ ୧୦ ଟାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ମଙ୍ଗଳବାର ଏବଂ ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ […]

ବଦଳିଲେ ମୁକ୍ତାକାଶ ଜେଲର

ବାରଙ୍ଗ,୭/୬(ଏସଏସନିଉଜ)ଜାମୁଝରି ସ୍ଥିତ ବିଜୁପଟନା ୟକ ମୁକ୍ତାକାଶ କାରାଶ୍ରମ ରେ କାର୍ଯ୍ୟରତ ଜେଲର ସ୍ମିତା ମହାନ୍ତି ଙ୍କର ଏଠାରୁ ବଦଳି ହୋଇଛି ।ସେ ନିମାପଡା ସ୍ଥିତ ସବ ଜେଲକୁ ଜେଲର ରୂପେ ବଦଳି ହୋଇଛି ।ତାଙ୍କ ସ୍ଥାନରେ ବାଙ୍କୀ ସବ ଜେଲର ଜେଲର ଅଶୋକ କୁମାର ବେହେରାଙ୍କୁ ଏଠାରେ ନିଯୁକ୍ତି କରାଯାଇଛି ।ବର୍ତ୍ତମାନ କରାଶ୍ରମରେ ୨୮ଜଣ ଅନ୍ତେବାସୀ କଏଦୀ ଥିବାବେଳେ ୧୯ଜଣ ଛୁଟିରେ ରହିଛନ୍ତି ।କରାଶ୍ରମରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ଜଣେ ଅଧିକ୍ଷକ,ଜଣେ ଜେଲର,ଦୁଇଜଣ ଆସିଷ୍ଟାଣ୍ଡ […]

ମୁଖ୍ୟମନ୍ତ୍ରୀ କିଣିଲେ ବାରବାଟୀ ଟି-୨୦ ପ୍ରଥମ ଟିକଟ

ଭୁବନେଶ୍ୱର, ୭/୬(ଏସଏସନିଉଜ) କଟକ ବାରବାଟୀରେ ୧୨ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଟିକଟ କିଣିଛନ୍ତି । ନବୀନ ନିବାସରେ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିକଟ ପ୍ରଦାନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଙ୍କ ସହିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଦୀପକ ସିଂହ ଓ ଉପସଭାପତି ଅନିମେଷ […]

ବିମାନ ଉଡାଣ କେନ୍ଦ୍ରରେ ଅଘଟଣ

ଢେଙ୍କାନାଳ, ୬/୬(ଏସଏସନିଉଜ) କଙ୍କଡାହାଡ଼ ବିରାଶାଳ ବିମାନ ଉଡାଣ କେନ୍ଦ୍ରରେ ଆଜି ଦ୍ୱିହିପହରରେ ବିମାନଟି ରନୱେରେ ଗଡୁଥିବା ବେଳେ ତଳକୁ ଖସି ରାସ୍ତା ତଳକୁ ଖସିଯାଇ ଡ୍ରେନରେ ମାଡ଼ ହୋଇ ଯାଇଥିଲା ।ଯାହାଫଳରେ ଟ୍ରେନି ପାଇଲଟ କରଣ ମଲ୍ଲିକ ଆହତ ହୋଇଥିବା ସୂଚନା ରହିଛି ।ଖବରପାଇ ଅଗ୍ନିଶମ ବାହିନୀ ଆସି କରଣ ମଲ୍ଲିକ ଙ୍କୁ ଉଦ୍ଧାରକରିଥିଲେ ।  

ବିଦେଶ ଯିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର,୬/୬(ଏସ ଏସ ନିଉଜ)୧୦ ବର୍ଷ ପରେବିଦେଶ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସେଠାରେ ଇନଭେଷ୍ଟର୍ସ ମିଟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ।ବିଧିବଦ୍ଧ ଭାବେ ସିଏମ୍ ଅଫିସ୍ ପକ୍ଷରୁଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।ତେବେ ଆଜି ନବୀନ ନିବାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ […]