Browsing category

ମହାନଗର

ବାରଙ୍ଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାରଙ୍ଗ,୨୧/୬(ଏସ ଏସ ନିଉଜ)ମଙ୍ଗଳବାର ଅଷ୍ଟମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଯାଇଛି।ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀ ପରିସରରେ ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟାଙ୍କ ନେତୃତ୍ବରେ ସମସ୍ତ ଯବାନ ମାନଙ୍କ ଉପସ୍ଥିତିରେ ଯୋଗ ଦିବସ ପାଳିତ ହୋଇଯାଇଛି।ସେହିପରି ମୁଣ୍ଡଳୀ ସ୍ଥିତ ସିଆଇଏସଏଫ କେଆରଟିସିରେ ମଧ୍ୟ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଡିଆଇଜି ମାମୁନ ଉର ରସିଦ ଓ କମାଣ୍ଡାଣ୍ଟ ଶଙ୍କରରାଓ ବିରେଡି ପ୍ରମୁଖ ଯୋଗ ଦେଇଥିଲେ।ଏଥିସହ […]

ଆସାମ ଗଲେ ୪ ଏନଡିଆରଏଫ ଟିମ

ବାରଙ୍ଗ,୨୧/୬(ଏସ ଏସ ନିଉଜ) ଆସାମରେ ଜଟିଳ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବାରଙ୍ଗ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀର ୪ଟି ଟିମ ମଙ୍ଗଳବାର ସକାଳେ ଆସାମ ଗସ୍ତରେ ବାହାରିଛନ୍ତି।କମାଣ୍ଡର ଅରୁଣ ଦେଓଗାମଙ୍କ ନେତୃତ୍ବରେ ଏହି ୪ଟି ଟିମ ଭୁବନେଶ୍ୱର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଆସାମର ସିଲଚର ବିମାନ ବନ୍ଦରରେ ଯାଇ ପହଞ୍ଚିବେ।ସେଠାରୁ ସେମାନେ ବନ୍ୟାପ୍ରପିଡ଼ିତ ଲୋକଙ୍କୁ ଉଦ୍ଧର କରିବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଜଣାପଡିଛି ।(ଗୌତମ ରାଉତଙ୍କ ରିପୋର୍ଟ)

ଚାଲିଗଲା ଅସୁସ୍ଥ ହାତୀର ଜୀବନ

ସମ୍ବଲପୁର,୨୧/୬(ଏସ ଏସ ନିଉଜ) ପୋଖରୀରେ ଫସିଥିବା ଅସୁସ୍ଥ ହାତୀମୃତ୍ୟୁ ବରଣ କରିଛି ।ସାପଲହରା ସ୍ଥିତ ଏକ ପୋଖରୀରେ ହାତୀଟି ଫସିଯାଇଥିଲା ।ଗୁରୁବାର ରାତିରୁ ପାଣି ପିଇବାକୁ ଯାଇ ପୋଖରୀରେ ଫସିଥିଲା ।ଶରୀରରେ ଗଭୀର କ୍ଷତ ହୋଇଥିବାରୁ ପାଣି ଭିତରେ ପଡିରହିବା ସହ ତାର ଚିକିତ୍ସା ଚାଲିଥିଲା ।

ଚାକିରିଆଙ୍କ ପାଇଁ ବଡ ଖବର

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଜୁଲାଇ ୧ରୁ ଲଗୁହେବ ନୂଆ ଲେବର କୋଡ ।ନୂଆ ଲେବର କୋଡ ପରେ କର୍ମଚାରୀଙ୍କ ଦରମା, ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ । ପେନସନ୍, ଗ୍ରାଚ୍ୟୁଇଟି, ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସିବ ।ଟେକ୍ ହୋମ୍ ଦରମା ହ୍ରାସ ପାଇବ ଏବଂ ପିଏଫ୍ ଅବଦାନ ବୃଦ୍ଧି ପାଇବ । ଏହା ସହ ଆପଣଙ୍କ କାମ ସମୟ ବଦଳିପାରେ । ଛୁଟିଦିନରେ ପରିବର୍ତ୍ତନ […]

ଏଥର ରଥ ଉପରେ ସେଲଫି ମନା 

ପୁରୀ,୨୧/୬(ଏସ ଏସ ନିଉଜ)ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଉଛି ।ଆସନ୍ତା ଜୁଲାଇ ୧ ରେ ମହାପ୍ରଭୁଙ୍କ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ରଥ ଉପରେ ସେଲଫି ନେବାକୁ ବାରଣ କରାଯାଉଛି ।ରଥଯାତ୍ରା ସମୟରେ ସେବାୟତ ମାନଙ୍କର ସୁବିଧାରେ ଗମନାଗମନ ପାଇଁ ହେବ ପାସ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ ।ରିକ୍ସା ଚାଳକଙ୍କୁ କୋଟିଏ ଟଙ୍କାର ସମ୍ପତ୍ତି ଦେଇ ଚର୍ଚ୍ଚାରେ ରହିଥିବା କଟକର ମିନତୀ ପଟ୍ଟନାୟକ ବିଧିବଦ୍ଧ ଭାବେବିଜେଡିରେ ମିଶିଛନ୍ତି ।ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।

ସଂକଟରେ ମହାରାଷ୍ଟ୍ର ସରକାର !

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ମହାରାଷ୍ଟ୍ର ସରକାରରେ ସଂକଟଦେଖାଦେଇଛି । ୧୦ରୁ ୧୨ ବିଧାୟକ ମିଳୁ ନାହାନ୍ତି । ୧୦ରୁ ୧୨ ଜଣ ଶିବସେନା ବିଧାୟକଙ୍କ ପତ୍ତା ମିଳୁନାହିଁ । ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି ।ସେଥିପାଇଁ ଆଜି ଜରୁରୀ ବୈଠକ ଡାକୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ।

ନନ୍ଦିଘୋଷ ରଥରେ ପିଟିହେଲା ପିକଅପ୍

ପୁରୀ, ୨୦/୬(ଏସଏସନିଉଜ) ପୁରୀ ରଥଖଳା ନିକଟରେ ୨ ପର‌୍ୟ୍ୟଟକଙ୍କୁ ଧକ୍କା ଦେବା ପରେ ଏକ ପିକଅପଟି ନନ୍ଦିଘୋଷ ରଥରେ ପିଟି ହୋଇଥିବା ଜଣାପଡିଛି । ପିକଅପ୍ ଭ୍ୟାନଟି ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ମିଳିଛି ।ପୋଲିସ ଡ୍ରାଇଭର ଜଣକ ଅଟକ ରଖି ପିକଅପ ରେ ଧକ୍କାହୋଇ ଗୁରୁତର ହୋଇଥିବା ଅନୁଗୁଳର ଲୁହାମୁଣ୍ଡର ଗିରିଶ ସାହୁ , ବୈଜନ୍ତି ସାହୁଙ୍କୁ ଚିକିସ୍‌ା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ମଦ ଦୋକାନରୁ ଲୁଟ୍

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ଜୟଦେବବିହାର ଅଞ୍ଚଳରେ ଥିବା ଏକ ମଦ ଦୋକାନରୁ ଲୁଟ୍ ହୋଇଥିବାର ଜଣାପଡିଛି ।ମଦଦୋକାନରୁ ଦାମୀ ମଦ ସହ ନଗଦ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଛନ୍ତୁ ଦୁର୍ବୁତ ।ଲୁଟ ମସୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ସସପେନ୍ସରେ ଅଭିନେତ୍ରୀ ରଶ୍ମିଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ସସପେନ୍ସ ମଧ୍ୟରେ ରହିଛି ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ । ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ ଗତକାଲି ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତକରିବା ସହ ସେଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ସସ୍‌ପେନ୍ସ […]