୨୭ ରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର, ୧୩/୫(ଏସଏସନିଉଜ) ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମେ ୨୭ ରେ କେରଳ ମୌସୁମୀ ଛୁଇଁବାନେଇ ଆକଳନ କରିଛି ପାଣିପାଗ ବିଭାଗ । ସାଧାରଣତଃ କେରଳ ଛୁଇଁବାର ଗୋଟିଏ ସପ୍ତାହରୁ ୧୫ ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ ।
Browsing category
ଭୁବନେଶ୍ୱର, ୧୩/୫(ଏସଏସନିଉଜ) ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମେ ୨୭ ରେ କେରଳ ମୌସୁମୀ ଛୁଇଁବାନେଇ ଆକଳନ କରିଛି ପାଣିପାଗ ବିଭାଗ । ସାଧାରଣତଃ କେରଳ ଛୁଇଁବାର ଗୋଟିଏ ସପ୍ତାହରୁ ୧୫ ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ ।
ଖୋର୍ଦ୍ଧା, ୧୩/୫(ଏସଏସନିଉଜ) କୁମାରବସ୍ତ ନିକଟରୁ ଏକ ଛୁଆ ହରିଣ କୁ ଗାଁ ଲୋକ ଉଦ୍ଧାର କରି ବନ ବିଭାଗକୁ ଦେଇଛନ୍ତି ।ଆଜି ସକାଳେ ତିନିଟି ହରିଣ ଛୁଆ ଚନ୍ଦକା ଅଭୟାରଣ୍ୟରୁ ବାହାରି କୁମାରବସ୍ତ ଗାଁ ଭିତରକୁ ଚାଲିଆସିଥିବାବେଳେ କୁକୁରମାନେ ଗୋଡାଇବାରୁ ଦୁଇଟି ଜଙ୍ଗଲକୁ ପଳାଇଯାଇଥିଲେ ।କିନ୍ତୁ ଗୋଟିଏ ଗାଁରେ ରହିଯାଇଥିବାରୁ ଗ୍ରାମବାସୀମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ ।
ବାଲିଅନ୍ତା, ୧୩/୫(ଏସଏସନିଉଜ) ଜଣେ ଯୁବତୀକୁ ଘରକୁ ଡାକିନେଇ ଦୁଷ୍କର୍ମ କରିବା ଅଭିଯୋଗରେ ପାହାଳ ଥାନା ପୁଲିସ କିଶନ ଅଗ୍ରୱାଲ ନାମକ ଯୁବକକୁ ଗିରଫ କରିଛି ।ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାର ଗତକାଲି ରାତିରେ ପରିଚିତ ହୋଇଥିବା ଯୁବତୀକୁ ଅନୁରୋଧ କରି ନିଜ ଘର ଭଡାଘର ପାହଳକୁ ଆଣିଥିଲେ ।ବାରରେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିଶାସକ୍ତ ଅବସ୍ଥାରେ କିଶନ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣଙ୍କ ପାହାଳ ଥାନାରେ ଅଭିଯୋଗ କରିଥିଲେ ।
ଖୋର୍ଦ୍ଧା, ୧୩/୫(ଏସଏସନିଉଜ) ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାଏକ ଡକାୟତ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛି ।ଏହି ଗ୍ୟାଙ୍ଗ ଗତକାଲି ଭୋର ସମୟରେ ଖୋର୍ଦ୍ଧା-ଜଟଣୀ ବାଇପାସ୍ ମୋଦୀ ପଡ଼ିଆ ନିକଟରେ ଲୁଚି ରହିଥିଲେ । ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାର ସୁଚନା ପାଇ ପୋଲିସ ଚଢଉ କରିଥିଲେ ।ଏହିସମୟରେ ଗ୍ୟାଙ୍ଗର ୭ଜଣ ଧରାପଡ଼ିଥିଲେ ।ସେମାନଙ୍କଠାରୁ ପୋଲସ କଟୁରୀ, ୪ଟି ଲୁହାଛଡ଼, ଚୀନ ପ୍ରସ୍ତୁତ ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଭୁଜାଲୀ, […]
ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ରାଜଧାନୀ ଅଂଚଳରେ ଅପରାଧ ଜଗତରେ ଆତଙ୍କ ଖେଳାଇଥିବା ଚକରା ବାରିକକୁ ପୋଲିସ ଗୁଳି କରିଛି ।ତାକୁଗୁରୁତର ଅବସ୍ଥାରେ ପୋଲିସ ତାକୁ ହସପିଟାଲରେ ଭର୍ତି କରାଯାଇଛି । ତେବେ ସହଯୋଗୀ ଖସି ଯାଇଥିବା ଜଣାପଡିଛି ।କୁଖ୍ୟାତ ଅପରାଧୀ ରବି ରାଓର ମୁଖ୍ୟ ସହଯୋଗୀ ଚକରା ବାରିକର ଗ୍ୟାଙ୍ଗ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଦୌରାତ୍ମ୍ୟ ସୃଷ୍ଟି କରିଛନ୍ତି । ଡକାୟତି, ଲୁଟ, ରାହାଜାନୀ, ଜମି ଦଖଲ ଭଳି ଅପରାଧରେ ଏହି ଗ୍ୟାଙ୍ଗର ପ୍ରମୁଖ […]
ଭୁବନେଶ୍ୱର,୧୧/୫(ଏସଏସନିଉଜ) ବାତ୍ୟା ଅସାନି ଦୁର୍ବଳ ହୋଇ ସାମୁଦ୍ରିକ ଝଡ ଭାବେ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିଛି । ଆନ୍ଧ୍ରର କାକିନାଡା-ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ ।ଘଣ୍ଟାଏରୁ ଦେଢ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।ସ୍ଥଳଭାଗ ଛୁଇଁ ଏହା ଡାହାଣକୁ ରିକର୍ଭ କରିବ ।ଏହାପରେ ଧୀର ଗତିରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ସମୁଦ୍ର ସହ ସମାନ୍ତରଳ ଭାବେ ଗତି କରିବ ବୋଲି ଏସଆରସି ପ୍ରଦୀପ ଜେନା ସୁଚନା ଦେଇଛନ୍ତି ।
କଟକ,୧୧/୫(ଏସଏସନିଉଜ) ନେତାଜୀ ସୁଭାଷ ସେତୁ ଉପରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ବାଇକ ଚାଳକଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି ।ଯାହାଫଳରେ ସେତୁ ଉପରେ ଲୋକଙ୍କ ଭୀଡ ଲାଗିରହିବା ସହ ଯାତାୟତରେ ଅସୁବଧା ସୃଷ୍ଟି ହୋଇଛି ।
ଭୁବନେଶ୍ୱର, ୧୧/୫(ଏସଏସନିଉଜ) ଭୁବନେଶ୍ୱର ରେଳଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛନ୍ତି ଜଣେ ମହିଳା ରେଳ ଧାରଣାକୁ ଖସିଯିବା ବେଳେ ଉଦ୍ଧାର କଲେ ଉପସ୍ଥିତ ଆରପିଏଫ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା ।
ବାରଙ୍ଗ,୧୦/୫ (ଏସଏସ ନିଉଜ) ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଫ୍ଲାଏଓଭର ।ନଚେତ ନାଲ୍କୋ ଛକ, ପଟିଆ ଓ କିଟ ଛକରେ ହେବ ତିନଟି ଫ୍ଲାଏଓଭର ।ଏଥିପାଇଁ ଭୁୂବନେଶ୍ୱର ଉତର ବିଧାୟକ ସୁଶାନ୍ତୁ କୁମାର ରାଉତ ରାଜ୍ୟସରକାରଙ୍କୁ ପ୍ରସ୍ଥାବ ଦେଇଛନ୍ତି ।ଗୋଟେପଟେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଶେଷକରି କିଟ ଛକ,ପଟିଆ ଓ ନାଲକୋ ଛକରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ଅଂଟାଭିଡିଛନ୍ତି ବିଧାୟକ ।ମଙ୍ଗଳବାରଦିନ ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ମୁଖ୍ୟ ସମସ୍ୟା […]
ଭୁବନେଶ୍ୱର,୧୦/୫(ଏସ ଏସ ନିଉଜ)ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସଦ୍ୟତମ ସୂଚନା।ଏହି ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ।୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇ ସାରିଥିବା ଆଶା ରଖାଯାଇଛି ।ଏହାର ପ୍ରଭାବରେ କାଲି କୋରାପୁଟ, ଗଜପତି, ଗଂଜାମରେ ବର୍ଷାଲାଗିରହିବ ।ଏହାସହ ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଏସ୍ଆର୍ସି ପ୍ରଦୀପ କୁମାର ଜେନାଙ୍କ ସୂଚନା ଦେଇଛନ୍ତି ।