Browsing category

ମହାନଗର

ମାନବିକତା ଦେଖାଇଲେ ଅଟୋଚାଳକ

ଭୁବନେଶ୍ୱର,୨୫/୪(ଏସଏସନିଉଜ)ମାନବିକତାର ପ୍ରକୃତ ପରିଚୟ ବଡଗଡ ଥାନା ଅନ୍ତର୍ଗତ ଝରଣାସାହି ବସ୍ତିର ବସନ୍ତ କୁମାର ସାହୁ ନାମକ ଜଣେ ଅଟୋ ଚାଳକ ଦେଇଛନ୍ତି। ଗତ ତା୨୩.୦୪.୨୦୨୨ ରିଖରେ ଅଟୋ ଚାଳକ ବସନ୍ତ ଜ୍ୟୋତ୍ସ୍ନାରାଣୀ ସାହୁ ନାମ୍ନି ଜଣେ ମହିଳା ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ସମ୍ପୃକ୍ତା ମହିଳା ଜଣକ ଏକ ଭ୍ୟାନିଟି ବ୍ୟାଗକୁ ଭୁଲ ବଶତଃ ତାଙ୍କ ଅଟୋରେ ଛାଡି ଚାଲି ଯାଇଥିଲେ। ଏଣୁ ଅଟୋ ଚାଳକ ଜଣକ ଉକ୍ତ ଭ୍ୟାନିଟିକୁ ଖୋଲି ଦେଖିବା ପରେ ସେଥିରେ ସୁନାର […]

କାଲିଠୁ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର,୨୫/୪(ଏସଏସନିଉଜ)ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଆସନ୍ତାକାଲିଠୁ ୫ ଦିନ ଅର୍ଥାତ ୩୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟରେ ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଓ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।ତେବେ ଏହି ସମୟମଧ୍ୟରେ ପୁର୍ବ ନିର୍ଦ୍ଧାରିତ ସମୟମୁତାବକ ମାଟ୍ରିକ ଏବଂ +୨ ପରୀକ୍ଷା ଚାଲୁ ରହିବ ବୋଲି […]

GRSଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୫/୪(ଏସଏସନିଉଜ) ଆଜି ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ ବାବୁଲି ପଢ଼ିଆରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ପକ୍ଷରୁ ବାବୁଲିଙ୍କର ରଘୁନାଥପୁରରେ ଥିବା ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶିର୍ବାଦ ପ୍ଲାଜା ଆପାର୍ଟମେଣ୍ଟ ବିଲଡିଂ, ରଘୁନାଥପୁରରେ ଥିବା ଆଜବେଷ୍ଟସ ଘର ସହ ଏକକାଳିନ୬ଟି ସ୍ଥାନରେ ଚଢଉ କରାଯାଇଛି ।ଯାଞ୍ଚ ବେଳେ ଭୁବନେଶ୍ୱର ଉପକଣ୍ଠରେ ୫୮ଟି ପ୍ଲତ ଓ ବାରଙ୍ଗ ବେଳଗଛିଆରେ ଗୋଟିଏ ପ୍ଲଟ ଥିବାର ଭିଜିଲାନ୍ସ ଜାଣିବାକୁ ପାଇଛି ।

ଯାଆଁଳା ବଜାରରେ ଫୁଟିଛି ଗୁଳି

ଭୁବନେଶ୍ୱର,୨୫/୪(ଏସଏସନିଉଜ) ରବିବାର ରାତିରେ ରାଜଧାନୀର ଯାଆଁଳା ବଜାରରେ ଫୁଟିଛି ଗୁଳି ।ଦୁର୍ବୁତମାନେ ୮ ରାଉଣ୍ଡ ଗୁଳି ଚାଳନା କରିଛନ୍ତି । ଏହି ଗୁଳିମାଡ ବାପ- ପୁଅଙ୍କୁ ହୋଇଛି ।ଗୁଳିମାଡରେ ପୁଅ ଲୋକନାଥ ସୁବୁଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ଭଗବାନ ସୁବୁଦ୍ଧି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଆସି ଉଭୟଙ୍କ ଉପରକୁ ଅଚାନକ ଗୁଳିଚାଳନା କରିଥିଲେ । ଗୁରୁତର ଲୋକନାଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଶତ୍ରୁତାରୁ ଏହି ଗୁଳିକାଣ୍ଡ […]

ମେ ମାସରେ ୧୩ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର,୨୩/୪(ଏସ ଏସ ନିଉଜ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ମେ’ ମାସରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ ।୧ ମେ’ ୨୦୧୧ – ଶ୍ରମ ଦିବସ, ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । […]

୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ୍

ଭୁବନେଶ୍ୱର ୨୩/୪(ଏସ ଏସ ନିଉଜ)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୮୭୯୮୦ ରେ ପହଂଚିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ୍‌ରୁ ରହିଛନ୍ତି।    

ଭୋଜି ଖାଇ ୨୪ ଅସୁସ୍ଥ

ଭୁବନେଶ୍ୱର,୨୩/୪(ଏସଏସନିଉଜ) ନବାଦ ଜିଲ୍ଲାର ଔରୈନା ଗ୍ରାମର ଜଣେ ଯୁବତୀଙ୍କ ବାହାଘରରେ ବରପକ୍ଷର ଲୋକମାନେ ଭୋଜି ଖାଇବା ପରେ ହଠାତ୍ ଆକ୍ରାନ୍ତ ହେବାକୁ ଲାଗିଥିଲେ ।ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏହି ଘଟଣାରେ ପାଖାପାଖି ୨୪ ଜଣଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ । ସଙ୍ଗେସଙ୍ଗେ ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ବେଡର ଅଭାବ ଥିବାରୁ ଛୋଟ ପିଲାଙ୍କୁ ବାହାରେ ଶୁଆଇ ଚିକିତ୍ସା କରାଯାଇଥିଲା […]

ଆଜିଠୁ ଆଦିବାସୀ ମେଳା

ଭୁବନେଶ୍ୱର,୨୩/୪(ଏସ ଏସ ନିଉଜ)ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରିବେ ।ଏହି ମେଳାରେ ୧୦୦ଟି ଷ୍ଟଲ ହେବ ।ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ ।ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ।ଏହି ୧୦ଦିନିଆ ମେଳାରେ ପ୍ରତ୍ୟେକ ସଂଧ୍ୟାରେ […]

ମାଲକାନଗିରି ଅଭିମୁଖେ ରେଳମନ୍ତ୍ରୀ

ମାଲକାନଗିରି,୨୨/୪(ଏସ ଏସ ନିଉଜ) କୋରାପୁଟ ଷ୍ଟେସନରେ ପହଞ୍ଚି ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଜୟପୁର ଓ ମାଲକାନଗିରି ରେଳ ପଥର କାର୍ଯ୍ୟକାରିତା ନେଇ କରିବେ ଆଲୋଚନା । ଏଥିସହିତ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଉଦ୍‌ଘାଟନ କରିବେ।ନବରଙ୍ଗପୁରରୁ ଜୁନାଗଡ଼ ଯାଏଁ ରେଳ ସଂଯୋଗୀକରଣ ହେବା ନେଇ ମାଲକାନଗିରିରେ ସମୀକ୍ଷା ପରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଖରା ଛୁଟି ନେଇ କଣ କହିଲେ ମନ୍ତ୍ରୀ ଜାଣନ୍ତୁ?

ଭୁବନେଶ୍ୱର,୨୨/୪(ଏସ ଏସ ନିଉଜ) ଖରା ଛୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ଜୁନ ୧ ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ ।ସ୍କୁଲ ଓ ଗଣଶିକ୍ଷା ବିଭାଗ ୬ ରୁ ୧୬ ତାରିଖ ଦିନ ଧାର୍ଯ୍ୟ କରିଛି ।ଆଗକୁ ଖରା ସ୍ଥିତି ଦେଖି ପରବର୍ତୀ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।