Browsing category

ମହାନଗର

ସୁନା ଦେକାନୀଙ୍କଠାରୁ ଲୁଟ୍

ଭୁବନେଶ୍ୱର,୨୨/୪(ଏସ ଏସ ନିଉଜ)ରାଜଧାନୀରେ ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ସୁନା ଦୋକାନୀଙ୍କ ଠାରୁ ୫ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଛି ।ଗୋଟିଏ ପଲସରରେ ୩ଲୁଟେରା ଆସି ଏହି ଲୁଟ୍ କରିଛନ୍ତି। ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିବାସହ ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛି ।

ସାଇକେଲ ଚୋରୀ କରି ବନ୍ଧା ହେଲେ

ବାରଙ୍ଗ,୨୧/୪(ଏସ ଏସ ନିଉଜ)ଜଣେ ମହିଳାଙ୍କ ସାଇକେଲ ଚୋରି କରିବା ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି।ସୂଚନା ମୁତାବକ ଚନ୍ଦକା ଥାନା ଚୁଡ଼ଙ୍ଗ ଅଞ୍ଚଳର ଜଣେ ମହିଳା ସୋମବାର ବାରଙ୍ଗ ଥାନା ଦାଢ଼ାପାଟଣା ଗ୍ରାମରେ କାମ କରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସାଇକେଲ ଚୋରି କରିନେଇଥିବା ମହିଳା ଜଣକ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାରଙ୍ଗ ପୋଲିସ ତଦନ୍ତ କରି ଦାଢ଼ାପାଟଣା ଗ୍ରାମର ସୋମୁ ଓରଫ ସୌମ୍ୟରଞ୍ଜନ ରାଉତଙ୍କୁ ଗିରଫ […]

ମଣ୍ଡଳ ସ୍ତରୀୟ ସ୍ୱାସ୍ତ୍ୟ ମେଳା

ବାରଙ୍ଗ,୨୧/୪(ଏସ ଏସ ନିଉଜ) ଗୁରୁବାର ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିସରରେ ଆଜାଦିର ଅମୃତ ମହସ୍ତବ ଉପଲକ୍ଷେ ମଣ୍ଡଳ ସ୍ତରୀୟ ସ୍ୱାସ୍ତ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ଏହାକୁ ଜଟଣୀ ବିଧାୟକ ସୁରେଶକୁମାର ରାଉତରାୟ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।ଏହି ମେଳାରେ ରକ୍ତଦାନ ଶିବିର,ଭେଷଦ ଚିକିତ୍ସା,ଚକ୍ଷୁ ଚିକିତ୍ସା,ଶିଶୁରୋଗ,ସ୍ତ୍ରୀ ଓ ପ୍ରସୂତି,ଚର୍ମ,ଯୌନ,ଶଲ୍ୟ,ଆୟୁର୍ବେଦିକ,ହୋମିଓପାଥୀକ ଚିକିତ୍ସାର ବ୍ୟବସ୍ତା ହୋଇଥିଲା।ମେଳା ପରିସରରେ ହୋଇଥିବା ରକ୍ତଦାନ ଶିବିରକୁ ସାଂସଦ ଅପରାଜିତା ଷଡଙ୍ଗୀ ଉଡଘଟିତ କରିଥିଲେ ।ଏଥିରେ ୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ମେଳାରେ ମାଗଣା ଔଷଧ ବଣ୍ଟନ ଓ […]

ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଭୁବନେଶ୍ବର,୨୧/୪(ଏସଏସନିଉଜ) ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏବେ ରାଜ୍ୟରେ ଚାଲିଥିବା ବିଭିନ୍ନ ସ୍ଥାନରେ ସ୍କୁଲ ବସ୍ ଗୁଡ଼ିକର ଯାଞ୍ଚ କରାଯାଉଛି ।ଆଜି ଡମଣା ଛକ ନିକଟରେ ଏମ୍‌ଭିଆଇ ଚେକିଂ କରୁଥିବାବେଳେ ଏକ ସ୍କୁଲବସ ହାବୁ>ରେ ପଡିଛି ।ଏହି ବସର ଫିଟ୍‌ନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ ନଥିବାରୁ ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କଟାଯାଇଛି ।ଏହସହ ବସ୍‌କୁ ସିଜ୍ କରାଯାଇଥିବାର ଜଣାପଡିଛି ।

ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର ୨୧/୪(ଏସଏସନିଉଜ) ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ।ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ,ଇଡ୍‌କୋ ଜେନେରାଲ ମ୍ୟାନେଜର ଥିବା ଡ. ଗଣେଶ୍ୱର ଜେନାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ.ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ଇଡେ୍‌କା ସିଜିଏମ୍ ,ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ଇଡକୋ (ଏମଏସଏମ ଆଣ୍ଡ ଏମଇ) ଜିଏମ୍‌.ଆନନ୍ଦପୁର […]

୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୧/୪(ଏସଏସନିଉଜ) କରୋନାର ସ୍ଥିତି ନେଇ ଦିଲ୍ଲୀ ସରକାର ଙ୍କ ଚିନ୍ତା ବଢିବାରେ ଲାଗିଛି ।ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛି । ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢ଼େ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ନେବାକୁ ଅନୁରୋଧ. କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି ବର୍ତ୍ତମାନ ଓଡ଼ିଶା ସ୍ଥିତି ଉଦବେଗଜନକ ନାହିଁ, ତଥାପି ଆଗାମୀ ୩ରୁ ୪ ସପ୍ତାହ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି […]

ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର

କଟକ, ୨୧/୪(ସଏସନିଉଜ) କଟକ ମେୟର ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । ସୁବାସ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସାଂସଦଭାବରେ ଆଜି ଦିନରେ ୨ ବର୍ଷ ୨୦ ଦିନ ଅତିକ୍ରାନ୍ତ କରିଛି । ମାର୍ଚ୍ଚ ୨୬ ତାରିଖ ଦିନ କଟକ ମହାନଗର ନିଗମର ପ୍ରତ୍ୟେକ୍ଷ ନିର୍ବାଚନରେ ୨୮,୮୦୦ରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଏପ୍ରିଲ ୭ ତାରିଖରେ ଶପଥ ନେବା ପରେ ଆଜି ମୁଁ ସାଂସଦ […]

ମାଆକୁ ହାଣିଲା ଜନ୍ମକଲା ପୁଅ

ମୟୂରଭଞ୍ଜ,୨୧/(ଏସଏସନିଉଜ) ଜନ୍ମ କଲା ମା ଙ୍କୁ କୁରାଢ଼ୀରେ ଅତି ନୃଶଂସ ଭାବେ ହାଣି ହତ୍ୟା କଲା ପୁଅ । ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗ୍ରାମର ଢେଙ୍କ ସାହିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ଘରୋଇ ବଚସାକୁ ନେଇ କାଲି ବିଳମ୍ବିତ ରାତିରେ ନିଶାସକ୍ତ ପୁଅ ଏକ ଧାରୁଆ କୁରାଢ଼ୀରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିବା ଯୋଗୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳୁ ଗ୍ରାମବାସୀ ଙ୍କଠାରୁ ଖବର ପାଇ […]

ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଜବତ

ଧଉଳି, ୨୧/୪(ଏସଏସନିଉଜ) ନୂଆଗାଁସ୍ଥିତ ଏକ ନିର୍ମାଣାଧୀନ ଘରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହକୁ ଧଉଳି ଥାନା ପୁଲିସ ଜବତ କରିଛି। ମହିଳାଙ୍କ ବୟସ ୪୫ ବର୍ଷ । ମହିଳାଜଣକ ଜଣେ ଶ୍ରମିକ ବୋଲି ଅନୁମାନ କରାଯାଉଥିବାବେଳେ ମହିଳାଙ୍କ ମୃତ୍ୟୁ ରହସ୍ୟମୟ ହୋଇପଡ଼ିଛି। ମୃତଦେହରେ ସେଭଳି କିଛି ଚିହ୍ନ ନଥିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ

ଭୁୁବନେଶ୍ୱର,୨୧/୪(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ୫ଞ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମାଆଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ ସଂପର୍କରେ ସେବାୟତ, ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି।ମନ୍ଦିରର ଉନ୍ନତି କରଣ ତଥା ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ […]