Browsing category

ମହାନଗର

ପ୍ରେମ ପାଇଁ ୯୭ଲକ୍ଷ

ଭୁବନେଶ୍ୱର, ୨୯/୪(ଏସଏସନିଉଜ) ପ୍ରେମ ପାଇଁ ବାଜିଲାଗିଲା ୯୭ଲକ୍ଷ । ପ୍ରେମିକ ପାଇଁ ୯୭ଲକ୍ଷ ଠକେଇ କରି ଧରାପଡିଛନ୍ତି ପ୍ରେମିକା । ୯୭ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ରେମିକାକୁ ଗିରଫ କରିଛି ତମଣ୍ଡୋ ଥାନା ପୋଲିସ । ଯୁବତୀ ଜଣଙ୍କ ଏକ ଘେରୋଇ କଲେଜରେ ଆକାଉଣ୍ଟାଣ୍ଟ ଥିଲେ। ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । ତେବେ ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ […]

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ

ଭୁବନେଶ୍ୱର, ୨୯/୪(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି ।କାରରେ ଉଠାଇ ନେଉଥିବା ବେଳେ ପୋଲିସ ହାତରେ ଧରାପଡିବା ସହ ଚାଲିଛି ପଚରାଉଚରା । ଏହି ଚାଂଚଲ୍ୟକର ଖବର ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ଘଟିଛି । ଏକ ସ୍ୱିଫ୍ଟ କାରରେ ଯୁବତୀଙ୍କୁ ଅପହରଣ କରୁଥିବା ବେଳେ ପୋଲିସ ହାତରେ ଧାରପଡିଛନ୍ତି।ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଡିସିପି ଭାବେ ପ୍ରତୀକ ସିଂଙ୍କୁ ଦାୟିତ୍ୱ ମିଳିଛି । ପିନାକ ମିଶ୍ର କଟକ ଡିସିପି, ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି,ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ, ଉମାଶଙ୍କର ଦାସଙ୍କୁ କଟକ -ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର,ଶ୍ରବଣ ବିବେକ ବ୍ରହ୍ମପୁର ଏସପି, ଅଳିଳାଷ ଜୀ କଳାହାଣ୍ଡି ଏସପି, ସିଦ୍ଧାର୍ଥ କାଟତିଆ ଖୋର୍ଦ୍ଧା ଏସପି, ଅଲେଖ ପହୀ ନୟାଗଡ ଏସପି, ଏସ ସୁଶ୍ରୀ ନବରଙ୍ଗପୁର ଏସପି, ପରମାର […]

ଆସୁଛି ଖରାଦିନିଆ ବାତ୍ୟା

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଗୋଟେପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆସୁଛି ଏକ ବାତ୍ୟା ।୪ର୍ଥ ଥର ପାଇଁ ମେ’ ମାସରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ। ମେ ୬ ତାରିଖରେ ଲଘୁଚାପ ଘନୀଭୂତ ହେବା ପରେ ଏହା କ୍ରମଶଃ ବାତ୍ୟାର ରୂପ ନେଇପାରେ। ୧୦ ତାରିଖ ବେଳକୁ ଏହି ଲଘୁଚାପ ବାତ୍ୟାର କରାଳ ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଗୋଟେପଟେ ପେଟ୍ରୋଲ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି ସେଥିରୁ ନିସ୍ତାର ମିଳିବ ବୋଲି ବଜାରରେ ଇଲେକ୍ଟ୍ରିକ୍ ଯାନର ଚାହିଦା ବଢ଼ିବାକୁ ଲାଗିଥିଲା । ଗତ କିଛିଦିନ ହେବ ଏକାଧିକ ଇଲେକ୍ଟ୍ରିକ ଯାନରେ ନିଆଁ ଲାଗିବା ପରେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ିବରେ ଲାଗିଥିଲା ।କେନ୍ଦ୍ର ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।ବର୍ତ୍ତମାନ ଇଲେକ୍ଟ୍ରିକ ଯାନର ନୂଆ ମଡେଲ ଲଞ୍ଚ କରିବା ଉପରେ ସରକାର ରୋକ୍ ଲାଗୁ କରିଛନ୍ତି ।

ମାଟ୍ରିକ୍ ପରୀକ୍ଷା ଦେଲେ ବିଧାୟକ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେଇଛନ୍ତି ।ବିଧାୟକ ୧୯୭୮ରୁ ପାଠଛାଡିଥିଲେ।ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି ।ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ସେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଛନ୍ତି ।

ଆଜିଠୁ ପଶ୍ଚିମଦ୍ବାରରୁ ଦର୍ଶନ

ପୁରୀ,୨୯/୪(ଏସ ଏସ ନିଉଜ) ଶ୍ରୀମନ୍ଦିରରେ ଆଜିଠୁ ପଶ୍ଚିମ ଦ୍ବାରରୁ ଦର୍ଶନ ହେବ।ଭକ୍ତଙ୍କ ସୁବିଧା ପାଇଁ ପଶ୍ଚିମ ଦ୍ବାର ନିକଟରେ ନିର୍ମାଣ ହୋଇଛି ସ୍ଥାୟୀ ସେଡ୍‌।ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି ।ଦକ୍ଷିଣ ଦ୍ବାରରୁ ଲାଗିଲା ନୂଆ ସେଡ୍‌।ଦକ୍ଷିଣ ଓ ଉତ୍ତର ଦ୍ବାରରେ ପ୍ରସ୍ଥାନର ମଧ୍ୟ ବ୍ୟବସ୍ଥା ହୋଇଛି।

ଗ୍ରୀଷ୍ମପ୍ରବାହ ପାଇଁ ୧୧ ଜିଲ୍ଲାରେ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ) ରାଜ୍ୟରେ ଲାଗିରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ ।ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି।ସେଇଥି ପାଇଁ ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।ଆଗାମୀ ୨ ଦିନ ଯାଏଁ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ତାତି ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦୁଆଯାଇଛି ।

ଆଜିଠୁ ମାଟ୍ରିକ ପରୀକ୍ଷା

  ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ) ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି।ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ।୩ ହଜାର ୫୪୦ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଏହି ଛାତ୍ରଛାତ୍ରୀ।ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ରହିଥିବା ବେଳେ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ସିଟିଂ ରହିଛି ।

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ) ଆଜିଠୁ ୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯିବେ ।୩୦ରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିଙ୍କ ହେବାକୁ ଥିବା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯାଗଦେବେ ।