Browsing category

ମହାନଗର

ଦିନମଜୁରିଆଙ୍କ ବଢିଲା ପାରିଶ୍ରମିକ

ଭୁୁବନେଶ୍ୱର,୩୦/୪(ଏସଏସନିଉଜ)ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ଶ୍ରମିକ ଦିବସରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ରୁ ୪୧୬କୁ ବୃଦ୍ଧି ।ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ରୁ ୪୭୬କୁ ବୃଦ୍ଧି ହୋଇଛି।

ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଟକ, ୩୦/୪(ଏସଏସନିଉଜ) କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଉଭୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦର ଥାନାକୁ ଜଣାଇବାପରେ ପୋଲିସ ଗଟଣାସ୍ଥଳରେ ଆସି […]

ରାତିକରେ ନେଇଗଲେ ୨ ମନ୍ଦିରରୁ ୧୮ ମୂର୍ତ୍ତି

ବାଲିଅନ୍ତା, ୩୦/୪(ଏସଏସନିଉଜ) ଗତରାତିରେ ପୁଣି ଦୁଇଟି ମନ୍ଦିରରୁ ୧୮ଟି ମୂର୍ତ୍ତି ଚୋରି ହୋଇଛି। ୧୮ଟି ମୂର୍ତ୍ତି ମଧ୍ୟରେ ରହିଛି ୧୫ଟି ଅଷ୍ଟଧାତୁର ବହୁମୂଲ୍ୟ ମୂର୍ତ୍ତି। ମୂର୍ତ୍ତିଗୁଡ଼ିକର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ‌ହେବ ବୋଲି ଆକଳନ କରାଯାଇଛି। ଗଜପତି ପ୍ରତାପରୁଦ୍ର ଦେବଙ୍କ ଅମଳର ପ୍ରତାପରୁଦ୍ରପୁରସ୍ଥିତ ପ୍ରାଚୀନ ଆଖଣ୍ଡଳେଶ୍ବର ମନ୍ଦିରରୁ ୧ଫୁଟ୍ ଉଚ୍ଚତାର ପ୍ରଭୁ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା, ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୩ଟି ମା’ ପାର୍ବତୀଙ୍କ ବିଗ୍ରହ ଓ ୪ ଇଞ୍ଚ୍ ଉଚ୍ଚତାର ଆଣ୍ଠୁଆ […]

ତାତି ପାଇଁ ବଦଳିଲା ସ୍କୁଲ ସମୟ

ଭୁବନେଶ୍ୱର, ୩୦/୪(ଏସଏସନିଉଜ)ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମେ’ ୨ ତାରିଖଠାରୁ ସ୍କୁଲଗୁଡ଼ିକରେ ସକାଳ ୬ଟାରୁ ୯ଟା ପର‌୍ୟ୍ୟନ୍ତ ପାଠପଢ଼ା ହେବ। ୩ୟ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଆସିବେ । ଏଥିସହ ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ […]

ମେ ୧୦ରେ ବାତ୍ୟା !

ଭୁବନେଶ୍ୱର, ୩୦/୪(ଏସ ଏସ ନିଉଜ) ଦାନା ବାନ୍ଧୁଛି ବାତ୍ୟା । ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା ମେ’ ୧୦ ତାରିଖବେଳକୁ ଆସିପାରେ ।ସମ୍ଭାବ୍ୟ ବାତ୍ୟା ସିଭିୟର ରୂପ ନେଇପାରେ ବୋଲି ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି।୧୦/୧୧ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ବୋଲି ପୂର୍ବାନୁମାନ କରିଛି ବିଭିର୍ଣ ସଂସ୍ଥା ।

ବିକ୍ରି ହେଲା ପବନହଂସ

ଭୁବନେଶ୍ୱର, ୩୦/୪(ଏସ ଏସ ନିଉଜ) ହେଲିକପଟର ପବନହଂସର ୫୧ ପ୍ରତିଶତ ଅଂଶଧନକୁ ବିକ୍ରି କଲେ କେନ୍ଦ୍ର ସରକାର । ଉତ୍ତରାଖଣ୍ଡ ଏବଂ ହିମାଚଳରେ ଗ୍ରାମୀଣ ଇଲାକାରେ ଶସ୍ତାରେ ସେବା ଯୋଗାଉଥିଲା ।ପବନହଂସର ୫୧ପ୍ରତିଶତ ଅଂଶଧନ ବିକ୍ରି ନେଇ ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଥିଲା।ସବୁଠୁ ଅଧିକ ଟେଣ୍ଡର ଡାକିଥିବା ଷ୍ଟାର ନାଇନ୍ ମୋବିଲିଟି ପ୍ରାଇଭେଟ୍ ଲିମିଡେଟ୍ କୁ ଏହା ମିଳିଛି ।ଏଥିପାଇଁ କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ ଦେଇଛନ୍ତି । ଯାହାଫଳରେ ହେଲିକପ୍ଟରର ଘରୋଇକରଣ ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୪ (ଏସ ଏସ ନିଉଜ) ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାର ପତିମାନଙ୍କ ସମ୍ମିଳନୀରେ ଯୋଗଦେବେ।ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରମନା ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ମେ ୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।

ଯୁବକଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼,୩୦/୪(ଏସ ଏସ ନିଉଜ) ରାସ୍ତା ଉପରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଟାଉନ ଥାନା ସରକାରୀ କଲେଜ ରୋଡ୍‌ରେ ଏହି ଘଟଣା ଘଟିଛି । ୨ ଦୁର୍ବୃତ୍ତ ମୁଖାପିନ୍ଧିବାଇକ୍‌ରେ ଆସି ଗୁଳି କରି ଚମ୍ପଟ୍ ମାରିଛନ୍ତି ।ମୃତ ଯୁବକ ସ୍ଥାନୀୟ ମୁଣ୍ଡାପଡ଼ା ର ହୋଇ ଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।

ଉଦଯାପିତ ହେଲା ବାର୍ଷିକ ବାଦିପାଲା ଉସ୍‌ବ

ବାରଙ୍ଗ,୨୯/୪(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବଡବାଲିପଡା ଗ୍ରାମରେ ସବୁବର୍ଷ ଭଳି ଚଳିତବର୍ଷ ବାର୍ଷିକ ବାଦିପାଲା ଉସ୍‌ବ ଗୁରୁବାର ରାତିରେ ଶେଷ ହୋଇଯାଇଛି ।୭ଦିନ ଧରି ଚାଲିଥିବା ଏହି ଉସ୍‌ବରେ ରାଜ୍ୟର ଜଣାଶୁଣା ନାମି ପାଲା ଗାୟକମାନଙ୍କ ଦ୍ୱାରା ପାଲା ପରିବେଶଣ ହୋଇଥିଲା ।ଗାଁରଏହା ପ୍ରମୁଖ ପର୍ବ ହୋଇଥିବାରୁ ଗ୍ରାମବାସୀମାନେ ବେଶ ଉସ୍‌ାହିତ ଥିଲେ ।ମଦନମୋହନ ଓ ଶିଖରଚଣ୍ଢୀଙ୍କ ପୀଠସ୍ଥଳୀରେ ଏହି ପାଲା ପରିବେଶଣ ହୋଇଥିଲା ।ଶେଷଦିନରେ ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ଯୋଗଦେଇ ପାଲାକଳାକାରମାନଙ୍କ ସହ ଗ୍ରାମର ମୁରବୀମାନଙ୍କୁ ସମ୍ବର୍ଦ୍ଧିତ […]

ଟ୍ରେନ୍ ଧକ୍କାରେ ୮ଗୋରୁ ମୃତ

ବାରଙ୍ଗ,୨୯/୪(ଏସଏସନିଉଜ)ଶୁକ୍ରବାର ସନ୍ଧ୍ୟାରେ କଳାରାହଙ୍ଗ ଲେବଲକ୍ରସିଂଠାରେ ଟ୍ରେନ ଧକ୍କାରେ ୮ଟି ଗୋରୁ ମୃତ୍ୟୁବରଣ କରିଛନ୍ତି ।ଗୋଟିଏ ବଗିଥିବା ଟ୍ରେନଟି ବାରଙ୍ଗରୁ ଭୁବନେଶ୍ୱର ପଟକୁ ଆସୁଥିବାବେଳେ ଏହି ଧକ୍କା ହୋଇଥିଲା ।୮ଟି ଗୋରୁ ରେଳଧାରଣାରେ ଥିବାବେଳେ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା ।ଫଳରେ ୮ଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା ।(ଶଶିକାନ୍ତନାୟକଙ୍କ ରିପୋର୍ଟ)