ନନ୍ଦନକାନନରେ ପଶିଲା ଦନ୍ତା

ବାରଙ୍ଗ,୧୯/୫(ଏସଏସନିଉଜ)ପୁଣି ନନ୍ଦନକାନନରେ ପଶିଛି ଦନ୍ତାହାତୀ ।ବୁଧବାର ବିଳମ୍ଭିତ ରାତିରେ ହାତୀଟି ଚନ୍ଦକା ଜଙ୍ଗଲରୁ ବାହାରି ନନ୍ଦନକାନନର ସୁରକ୍ଷା ପ୍ରାଚୀର ଭାଙ୍ଗି ଭିତରେ ପଶିଛି । ନନ୍ଦନକାନନର ପୁଣି ୪ଟିସ୍ଥାନରେ ତାରଜାଲି ଭାଙ୍ଗି ଘାସପାର୍କ ଓ ଭାଲୁସଫାରୀ ମଧ୍ୟରେ ଥିବା ଜଙ୍ଗଲରେ ରହିଥିବାର ଗୁରୁବାର ସକାଳେ ଜଣାପଡିଥିଲା ।ତେବେ ଏହି ହନ୍ତାହାତୀଟି ବହୁବାର ନନ୍ଦନକାନନକୁ ଆସିବା ସହ ବ୍ୟାପକ ନଷ୍ଟ ମଧ୍ୟ କରିଛି । ହନ୍ତାହାତୀ ନନ୍ଦନକାନନକୁ ଆସିବା ନୁଆ କଥା ହୋଇନଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଦ୍ୟାବଧି ଉଦ୍ୟମ କରାଯାଉନଥିବାର ଜଣାପଡିଛି ।ଗୁରୁବାର ସକାଳେ ସୁରକ୍ଷାବିଭାଗର କର୍ମଚାରୀମାନଙ୍କଠାର ଖବରପାଇ ସୁରକ୍ଷାବିଭାଗ ଦାୟିତ୍ୱରେ ଥିବା ରେଞର ଗୁଲାମଫକିରୱାଲା ଖାନ ସଦଳବଳେ ହାତୀକୁ ଜଗିରହିବା ସହ ତାର ଗତିପଥ ଉପରେ ତିକ୍ଷଣ ନଜର ରଖିଥିଲେ ।କାଳେ ପର୍ଯ୍ୟଟକମାନେ ପରିଭ୍ରମଣ କରୁଥିବା ଅଂଚଳ ମଧ୍ୟକୁ ହାତିଟି ପସିଆସିବ ସେଥିପାଇଁ ଦୃଷ୍ଟି ଦେଇଥିଲେ ।ସନ୍ଧ୍ୟାହେବାପରେ ଦନ୍ତାକୁ ଚନ୍ଦକା ବନବିଭାଗ କର୍ମଚାରୀମାନଙ୍କ ସହାୟତାରେ ନନ୍ଦନକାନନ ସୁରକ୍ଷାବିଭାଗର କର୍ମଚାରୀମାନେ ବାଣଫୁଟାଇ ଘଉଡାଇଥିଲେ ।

Comments (0)
Add Comment