ଗ୍ୟାସ ଚୁଲାରୁ ବାହାରିଲା ନାଗସାପ

ବାରଙ୍ଗ,୧୮/୫(ଏସଏସନିଉଜ)ଚନ୍ଦକା ଥାନା ଅନ୍ତର୍ଗତ ଭୋଳା ଗ୍ରାମର ଚନ୍ଦନ ବେହେରାଙ୍କ ଘର ଗ୍ୟାସ ଚୁଲାରେ ପଶି ରହିଥିବା ଏକ ନାଗସାପକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି ।୫ଫୁଟ ଲମ୍ବର ଏହି ନାଗ ସାପଟି ଗ୍ୟାସ ଚୁଲାରେ ପଶି ରହିଥିବାର ସନ୍ଧ୍ୟାରେ ଘରର ମହିଳା ରୋଷେଇ କରିବାକୁ ଯିବାବେଳେ ଜାଣିବାକୁ ପାଇଥିଲେ ।ଏହାପରେ ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତ ପାତ୍ରଙ୍କୁ ସାପକୁ ଧରିବା ପାଇଁ ଖବର ଦିଆଯାଇଥିଲା ।ପାତ୍ର ଘଟଣାସ୍ଥଳକୁ ଯାଇ ସାପଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Comments (0)
Add Comment