Browsing category

ମହାନଗର

ଖାଦ୍ୟାଭାବରୁ ଚାଲିଗଲା କୁଟୁରାର ଜୀବନ

ବାରଙ୍ଗ,୨୪/୩(ଏସ ଏସ ନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୬ନମ୍ବର (ଖ)ଖୁଆଡରେ ରହୁଥିବା ୬ବର୍ଷର ଅଣ୍ଡିରା କୁଟୁରା ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅପରାହ୍ନରେ ମୃତ୍ୟୁ ହୋଇଛି।ଆଜି ସକାଳ ସମୟରେ ଖୁଆଡରେ ଖାଦ୍ୟାଭାବ ଯୋଗୁଁ ଅନ୍ୟ କୁଟୁରାଙ୍କ ସହ ମାଡଗୋଳ ହୋଇ ତାର ଦେହରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହେବାରୁ ଅଚେତ୍ ହୋଇ ତଳେ ପଡିଯାଇଥିଲା।ଖବର ପାଇ ବନ୍ୟପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା କରୁଥିବା ବେଳେ ତାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ନନ୍ଦନକାନନ ପ୍ରାଣୀଉଦ୍ୟାନରେ […]

ବାରଙ୍ଗରେ ବିରାଜିନି ଓ ଭୁବନେଶ୍ୱରରେ ଅଜିତ ହେଲେ ବ୍ଲକ ଉପାଧକ୍ଷ

ବାରଙ୍ଗ,୨୩/୩(ଏସଏସନିଉଜ) ବୁଧବାରଥିଲା ବ୍ଲକ ଉପାଧକ୍ଷ ନିର୍ବାଚନ ।ଏଥିରେ ବାରଙ୍ଗବ୍ଲକର ଉପାଧକ୍ଷ ପାଇଁ ଦୁଇଜଣ ପାର୍ଥୀ ହୋଇଥିବାବେଳେ ମଧୁପୁର ପଂଚାୟତର ସମିତିସଭ୍ୟ କିସନଜେନାଙ୍କ ସପକ୍ଷରେ ୪ଟି ଭୋଟ ମିଳିଥିବାବେଳେ ପ୍ରତିଦ୍ୱନ୍ଦି ଥିବା କୁରାଙ୍ଗପ୍ରଧାନପଂଚାୟତର ସମିତିସଭ୍ୟା ବିରାଜିନି ମଲିକଙ୍କ ସପକ୍ଷରେ ୧୨ଟି ଭୋଟ ମିଳିଥିଲା ।ଫଳରେ ବିରାଜିନି ମଲିକ ବାରଙ୍ଗବ୍ଲକର ଉପାଧକ୍ଷଭାବେ ନିର୍ବାଚିତ ହୋଇଥିବାର ବିଡିଓ ପ୍ରଭାକରପଣ୍ଡା ସୁଚନାଦେଇଛନ୍ତି ।ସେହିଭଳିଭାବେ ଭୁୁବନେଶ୍ୱରବ୍ଲକର ଉପାଧକ୍ଷଭାବେ ଦାରୁଠେଙ୍ଗ ପଂଚାୟତର ସମିତିସଭ୍ୟ ଅଜିତ ଶ୍ରିଚନ୍ଦନ ନିର୍ବାଚିତ ହୋଇଛନ୍ତି ।ଅଜିତଙ୍କ ସପକ୍ଷରେ ୧୦ଟି ଭୋଟ ମିଳିଥିବାବେଳେ […]

ବାପ,ପୁଅଙ୍କୁ ଗିରଫ ଦାବୀରେ ଶବରଖି ରାସ୍ତାରେ ବସିଲେ ଗ୍ରାମବାସୀ

ବାରଙ୍ଗ,୨୩/୩(ଏସଏସନିଉଜ) ଜାଗାବିବାଦକୁ କେନ୍ଦ୍ରକରି ଚନ୍ଦକାଥାନା ଅର୍ନ୍ତଗତ କୁଜିମହଲ ଶବର ସାହିରେ ହୋଲିଦିନ ଦୁଇପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ୫ଜଣ ଆହତ ହୋଇଥିବାବେଳେ ଆକ୍ରମଣର ଶିକାର ହୋଇଥିବା ପରିବାରର ଅଭିଯୋଗକୁ ଭିତିକରି ପୋଲିସ ଦୁଇଜଣଙ୍କୁ ଗିରଫକରି କାମସାରି ବସିପଡିଥିଲା ।ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସୁଶାନ୍ତପ୍ରଧାନ ନାମକ ବ୍ୟକ୍ତି ଚିକିସ୍‌ାଧିନ ଅବସ୍ଥାରେ ବୁଧବାରଦିନ ମୃତ୍ୟୁବରଣ କରିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ପୋଲିସର ଖାମଖିଆଲ ନିତିକୁ ବିରୋଧ କରି ଗ୍ରାମବାସୀମାନେ ମୁଖ୍ୟ ଅଭିଯୁକ୍ତର ଗିରଫ ଦାବୀରେ […]

ଜଳୁଛି ଡମ୍ପିୟାର୍ଡ

ଚନ୍ଦକା, ୨୩/୩(ଏସଏସନିଉଜ)ଦାରୁଠେଙ୍ଗ ଗ୍ରାମପଂଚାୟତ ଅଧିନସ୍ଥ ଭୁଆଶୁଣୀ ଡମ୍ପିୟାର୍ଡରେ ୭ଦନ ହେବ ନିଆଁ ଜଳୁଛି ।ହେଲେ ନିଆଁ ଥମିବାର ନାଁ ଧରୁନାହିଁ ।ଏହାସହ ଏ ଅଂଚଳ ଧୁଆଁମୟ ହୋଇ ଚନ୍ଦକା-ବାରଙ୍ଗ ମୁଖ୍ୟରାସ୍ତାରେ ଯାତାୟତରେ ବାଧକ ସାଜିଛି ।ଦାରୁଠେଙ୍ଗ, ଜୁଝଗଡ, ଭୁଆଶୁଣୀ, ଶ୍ୟାମସୁନ୍ଦରପୁର, ଭାଲୁଙ୍କା, ଆମ୍ବପଡିଆ,କୃଷ୍ନନଗର ଆଦି ଗ୍ରାମବାସୀମାନେ ବିଶେଷଭାବେ ହଇରାଣ ହେବାସହ ଗାଁ ଧୁଆଁମୟ ହୋଇ ରହୁଛି ।ଏହି ନିଆଁ ଧିରେଧିରେ ୧ଏକରରୁ ଆରମ୍ଭ ହୋଇ ପ୍ରାୟ ୪୦ ଏକରରେ ପହଁଚିଲାଣି ।୨ଟି ଦମକଳ ସହ ୪ଟି ପାଣିଟ୍ୟାଙ୍କରରେ […]

ଆରମ୍ଭ ହେଲା ପରମେଶ୍ୱରଙ୍କ ପଂଚୁଦୋଳମହୋସ୍‌ବ

ଚନ୍ଦକା, ୨୩/୩(ଏସଏସନିଉଜ)ଦାରୁଠେଙ୍ଗ ଗ୍ରାମର ଇଷ୍ଟଦେବ ପ୍ରଭୂ ପରମେଶ୍ୱର ଙ୍କ ପଂଚୁଦୋଳ ମହୋସ୍‌ବ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ।କୋଭିଡ କଟକଣା କୁ ଦୃଷ୍ଟିରେ ରଖି ମହୋସ୍‌ବକୁ ଅତି ଛୋଟଆକାରରେ କରାଯାଇଛି । ୭ଟିସାହି ମହୋସ୍‌ବରେ ଭାଗନେଇ ସାମୁହିକଭାବେ ଏକ ଶୋଭାଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିବେ ।ଅନ୍ୟପଟେ ପ୍ରଭୂ ପରମେଶ୍ୱର ଆଜି ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରିଛନ୍ତି ।ପରମ୍ପରା ଅନୁଯାୟୀ ଏହି ଯାତ୍ରାରେ ନୁଆଠାକୁର ରାଧାକୃଷ୍ନ, ଚନ୍ଦ୍ରଶେଖରଦେବ, ଗୋପାଳ ଦେବଜିୟୁ, କଂଟାବାଡର ଗୋପିନାଥଦେବ ବିମାନରେ ଆସି […]

କେନାଲରେ ପଡିଛି ମଣିଷ ଖପୁରୀ !

ବ।ରଙ୍ଗ,୨୩/୩(ଏସଏସନିଉଜ)ବିଏମସି ନିର୍ବାଚନ ପୁର୍ବରୁ ରାଜଧାନୀ ଉପକଣ୍ଠରେ ପଡିଛି ମଣିଷ ଖପୁରୀ ।ଗୋଟିଏ କି ଦିଇଟି ନୁହେଁ ୧୦ ରୁଉର୍ଦ୍ଧ ମଣିଷ ଖପୁରୀ ଓ ହାଡ ପଡିଛି ।ପଟିଆ ଷ୍ଟେସନଠାରୁ ଇଞଣା ଗ୍ରାମକୁ ଯିବାବେଳେ କେନାଲ ଉପରେ ହୋଇଥିବା ନୁଆବ୍ରିଜଠାରୁ ଅଳ୍ପ ଦୁରରେ ଏହା ପଡିଛି ।କେନାଲ ରପାଶ୍ୱର୍ରେ ଲୋକମାନେ ପକାଉଥିବା ଅଳିଅ।ଆବର୍ଜନା ଭିତରେ ମଣିଷ ଖପୁରୀ ସହ ହାଡ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି ।ଏକ ବସ୍ତାରେ ବନ୍ଧାହୋଇ ପଡିଥିବା ବେଳେ ସେଥିରୁ ଖସି ପଡିବା ପରେ […]

ମଦ୍ୟପ ଯୁବକର ଆକ୍ରମଣରେ ଦୁଇ ଆହତ

ବାରଙ୍ଗ,୨୧/୩(ଏସ ଏସ ନିଉଜ)ଛତାବର ମେଳଣ ପଡ଼ିଆରେ ରବିବାର ଅପରାହ୍ନରେ ଜଣେ ମଦ୍ୟପ ଯୁବକର ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି।ଛତାବର ଗ୍ରାମର ମନୋଜ ମୁଦୁଲି ଓ କୃଷ୍ଣଚନ୍ଦ୍ର ମୁଦୁଲି ମେଳଣ ପଡ଼ିଆରେ ଥିବାବେଳେ ଏହି ଗ୍ରାମର ନିରଂଜନ ମହାକୁଡ଼ ତାଙ୍କ କାର ନଂ ଙଊ୦୨-ଈଛ =୯୨୭୯ ନେଇ ମେଳଣ ପଡିଆରେ ପହଞ୍ଚିଥିଲେ।ସେ ମାତାଲ ଅବସ୍ଥାରେ ରହିଥିବାରୁ କାରର ଚାବି ଆଣି ଆକ୍ରମଣ କରିଥିଲେ ।ଫଳରେ କୃଷ୍ଣଚନ୍ଦ୍ର ଙ୍କର କପାଳରେ ଓ ମନୋଜଙ୍କ ବେକରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ […]

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେଫସିଛନ୍ତି । ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀଉମେଶ କୁମାର ଶାସନୀ । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ତନାଘନା କରୁଥିବା ବେଳେ କେନ୍ଦୁଝର ଜିଲ୍ଳାର ଶାତପଡ଼ାରେ ଥିବା ସରକାରୀ ବାସଭବନ , କାର୍ଯ୍ୟାଳୟ ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ଭୁବନେଶ୍ବରରେ ଚଢାଉ ଜାରି ରଖିଛି ।

ପୁଣି ବଢିଲା ତେଲ ଓ ଗ୍ୟାସ ରେଟ୍‌

ଭୁୁବନେଶ୍ୱର, ୨୨/୩(ଏସଏସନିଉଜ)ଦୀର୍ଘ ଚାରି ମାସର ବ୍ୟବଧାନ ପରେ ‌‌ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ଲେଖାଏଁ ବଢ଼ିଥିବାନେଇ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଏହି ନୁଆଦର ମଙ୍ଗଳବାର ସକାଳରୁ ଲାଗୁ ହେବ।ଏହାସହ । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୬୬ ପଇସା ହୋଇଛି । ସେହିପରି ଡିଜେଲ ଦର ୮୬ ପଇସା ବଢି ୯୨ ଟଙ୍କା ୪୮ […]

ଆଜି ପ୍ରଚାରର ଶେଷଦିନ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ପୌର ନିର୍ବାଚନ ଲାଗି ଆଜି ହେଉଛି ପ୍ରଚାରର ଶେଷଦିନ । ମଙ୍ଗଳବାର ଅପରାହ୍ଣ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ଭୋଟ୍ ଗ୍ରହଣ ହେବ । ୨୬ ତାରିଖସକାଳ ୮ଟାରୁ ଗଣତି ଚାଲିବ।ଶେଷଦିନ ହୋଇଥିବାରୁ ଭୋଟରଙ୍କୁ ଆପଣେଇବାପାଇଁ ପାର୍ଥୀମାନେ ପ୍ରାଣମୁର୍ଚ୍ଚା ଉଦ୍ୟମ ଆରମ୍ଭ କରିଛନ୍ତି । ସମସ୍ତ ପୌରାଞ୍ଚଳରେ ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୧୯୫ ପ୍ଲାଟୁନ୍ ସୁରକ୍ଷାବଳ […]