Browsing category

ମହାନଗର

ପୁଣି ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର, ୨୦/୩(ଏସଏସନିଉଜ) ପୁଣି ରାଜଧାନୀରେ ଫୁଟିଛି ଗୁଳି । ତମାଣ୍ଡୋ ଅଞ୍ଚଳରେ ଥିବା ଏକ କାର୍ ଗ୍ୟାରେଜରେ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି ।ଏହି ଗୁଳିମାଡରେ ୨ ଆହତ ହୋଇଥିବାର ଜଣାପଡିଛି । ବଚସାକୁ ନେଇ ଗୁଳିମାଡ଼ ହୋଇଥିବାବେଳେ ୨ଟି କାର୍ ଓ ବନ୍ଧୁକ ଜବତ କରିଛି ପୋଲିସ ।ଏହାସହ ୫ ଜଣକୁ ଗିରଫ ମଧ୍ୟ କରିଥିବାର ସୂଚନା ମିଳିଛି ।

ଶ୍ରୀମନ୍ଦିରରେ ଚପଲ ପିନ୍ଧି ପଶିଲେ ଭକ୍ତ!

ପୁରୀ,୨୦/୩(ଏସ ଏସ ନିଉଜ)କୋଭିଡ୍‌ କଟକଣା ହଟିବା ପରେ ଆଜି ପ୍ରଥମ ଥର ପାଇଁ ରବିବାରରେ ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଥିଲା ଶ୍ରୀମନ୍ଦିର।ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଈଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ପରେ ମଧ୍ୟ ପଶ୍ଚିମବଙ୍ଗର ନିତ୍ୟାନନ୍ଦ ନାମକ ବ୍ୟକ୍ତି ଚପଲ୍‌ ପିନ୍ଧି ଶ୍ରୀମନ୍ଦିର ଭିତରେ ପଶିଥିବା ଅଭିଯୋଗ ହୋଇଛି। ନିତ୍ୟାନନ୍ଦ ଚପଲ ପିନ୍ଧି ରୋଷ ଘର ନିକଟରୁ ବୁଲୁଥିବା ବେଳେ ରୋଷ ପାଇକ ତାଙ୍କୁ ବାହାରକୁ ନେଇ ଆସିଥିଲେ।

ବାଣୀବିହାରରେ ଚାପା ଉତ୍ତେଜନା!

ଭୁବନେଶ୍ୱର,୨୦/୩(ଏସଏସନିଉଜ) ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଛି । ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳ ପରେ ହଷ୍ଟେଲରେ ପଶି ଦୁର୍ବୃତ୍ତ ମାନେ ୩ଟି ଗାଡ଼ି ଭଙ୍ଗାରୁଜା ସହ ପୋଡ଼ି ପୋଡ଼ିଦେଇଛନ୍ତି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ ନେଇ ଗତକାଲି ବିବାଦ ଉପୁଜିଥିଲା।ଏହାକୁନେଇ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଥିବାରୁ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାପାଇଁ ବୁଝାସୁଝା. କରି […]

ସରପଞ୍ଚଙ୍କ ଘରକୁ ବୋମାମାଡ

ନିଆଳି,୨୦/୩(ଏସଏସନିଉଜ) କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି ।ରାଜନୈତିକ ଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହେଉଛି ।ଖବରପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।

ଉତ୍ସବମୁଖର ନୂଆଶାସନ ଗାଁ

କଟକ,୧୯/୩(ଏସଏସନିଉଜ)ଆଠଗଡ଼ ବ୍ଲକ ନୁଆଶାସନ ଗାଁରୁ ଦାରୁ ନେବା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ, ନାଭିପଦ୍ମ, ନୀଳଚକ୍ର ଏବଂ ବିରଜା କ୍ଷେତ୍ରରୁ ସାଢି ଆସିଛି ।ନୂଆଶାସନ ଗାଁର ବିପିନ ବିହାରୀ ସାହୁଙ୍କ ବାଡ଼ିରେ ଥିବା ଲିମ୍ବ ଗଛ ଜଗତସିଂହପୁର ଏରସମା ଅଂଚଳର ଘଡିଜାଣ ସତ୍ୟଶାନ୍ତି ଆଶ୍ରମରେ ଜଗନ୍ନାଥଙ୍କ ପ୍ରତିମୂର୍ତି ପ୍ରତିଷ୍ଠା ହେବ ।ଏଥିନିମନ୍ତେ ଲିମ୍ବ ଗଛଟି ଚିହ୍ନଟ ହେବାପରେ ଗାଁରେ ଖୁସିର ମାହୋଲ ଖେଳିଯାଇଛି ।ଗାଁ ଲୋକେ ଲିମ୍ବ ଗଛକୁ ପୂଜାର୍ଚ୍ଚନା କରିବାକୁ ଆରମ୍ଭ କରିଛନ୍ତି ।ଶ୍ରୀରାମ […]

ଗାଁଦାଣ୍ଡରେ ଗୋଡାଇଗୋଡାଇ ହାଣିଲେ

କଣାସ ,୧୯/୩(ଏସଏସନିଉଜ) ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳାଇ ପଦର ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅପରାହ୍ନରେ ଦୁର୍ବୃତ୍ତମାନେ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଗାଁଛାଡି ପଳାଇଥିଲେ । ଦୁର୍ବୃତ୍ତମାନେ ଗାଁ ଦାଣ୍ଡରେ ଫାର୍ସା ଧରି ଗୋଡେଇ ଗୋଡେଇ ହାଣିଥିଲେ ।ଗୁରୁତରମାନଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ଜିଲ୍ଲା […]

ପଡିଲା ବୋମା

ବ୍ରହ୍ମଗିରି, ୧୯/୩(ଏସଏସନିଉଜ) ପୁଣି ଅଶାନ୍ତ ହୋଇପଡିଛି ଦଣ୍ଡୁଆସିପଡ଼ା ଗାଁ । ପୂର୍ବ ବିବାଦକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ବୋମାମାଡ ମଧ୍ୟ କରାଯାଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ହୋଇଥିବା ବୋମାମାଡ ଘଟଣାର ପୁଣି ପୁନରାବୃତି ହୋଇଛି ।ତେବେ କାହାର କୈାଣସି କ୍ଷତି ହୋଇନଥିବାର ଜଣାପଡିନଥିବାବେଳେ ବ୍ରହ୍ମଗିରି ଥାନା ପୋଲିସ ପହଁଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ଆରମ୍ଭ କରିଛି ।

ହୋଲିରେ ଜନ୍ମ ଦେଲା ଷ୍ଟମ୍ପଟେଲ ମାଙ୍କଡ଼

ବାରଙ୍ଗ,୧୯/୩(ଏସ ଏସ ନିଉଜ) ଷ୍ଟମ୍ପଟେଲ ମାଙ୍କଡ଼ ଶନିବାର ସକାଳେ ଏକ ଏକ ସାବକକୁ ଜନ୍ମ ଦେଇଛି।ଏହି ସାବକକୁ ମିଶାଇଲେ ୮ରେ ପହଂଚିଛି।ସେଥିମଧ୍ୟରେ ୩ମାଈ, ୩ଅଣ୍ଡିରା, ୨ଟିର ଲିଙ୍ଗ ନିରୂପଣ ହୋଇ ପାରିନାହିଁ।ତେବ୍ବେ ମା ଓ ଛୁଆ ଉଭୟ ସୁସ୍ତ ଥିବାର ଉପ ନିର୍ଦେଶକ ଡ଼,ସଞ୍ଜିତ କୁମାର କହିଛନ୍ତି ।

କରାଶ୍ରମରେ ନୂଆ କଏଦୀ

ମେଣ୍ଢାଶାଳ,୧୯/୩(ଏସ ଏସ ନିଉଜ)ଜାମୁଝରିସ୍ଥିତ ବିଜୁପଟ ନାୟକ ମୁକ୍ତାକାଶ କାରାଶ୍ରମ ଆଜି ନୂଆ ୫ଜଣ କଏଦୀ ଆସି ପହଞ୍ଚିଛନ୍ତି।ଫଳରେ କଏଦୀ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଂଚିଛି।କରୋନା ସଂକ୍ରମଣ ପାଇଁ ୬ମାସ ପୂର୍ବରୁ ୨୪ଜଣ କଏଦୀଙ୍କୁ ଛୁଟିରେ ଛଡ଼ାଯାଇଛି।ମୁକ୍ତାକାଶରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ରହିଥିବା ବେଳେ ବର୍ତମାନ ୨୫ଜଣ କଏଦୀ ରହିଛନ୍ତି ।କମ ସଂଖ୍ୟକ କଏଦୀ ରହୁଥିବା ଯୋଗୁ ଲୁଗାବୁଣା, ପରିବା ଉତ୍ପାଦନ,ଆଭ୍ୟନ୍ତରୀଣ ଅଞ୍ଚଳ ପରିସ୍କାର ପରିଛନ ପୂର୍ବଭଳି ହୋଇପାରୁନଥିବାର ଜଣାପଡିଛି।ନୂଆକରି ଆସିଥିବା କଏଦୀମାନଙ୍କ ମଧ୍ୟରେ ବାରିପଦା […]

ଚନ୍ଦକା ଅଭୟାରଣ୍ୟରେ ଲାଗିଛି ନିଆଁ

ଚନ୍ଦକା,୧୯/୩(ଏସ ଏସ ନିଉଜ) ଚନ୍ଦକା ଅଭୟାରଣ୍ୟ ର କିଛି ଅଞ୍ଚଳରେ ନିଆଁ ଲାଗିଥିବାର ଜଣାପଡିଛି।ଭଗିପୁର ଓ ଗୟଳବାଙ୍କ ଗାଁ ପାଖ ଅଭୟାରଣ୍ୟରେ ନିଆଁ ଲାଗିଛି।କ୍ଷୟକ୍ଷତିର ପରିମାଣ ଜଣାପଡିନଥିବା ବେଳେ ଖବର ପାଇ ବନ କର୍ମଚାରୀମାନେ ନିଆଁ ଲିଭାଉଛନ୍ତି ।