Browsing category

ମହାନଗର

ମେଣ୍ଢାସାଳରେ ଦୁଇଦିନିଆ ବିଷୁବ ଆସର

ବାରଙ୍ଗ,୧୬/୪ (ଡିଏନଏ) ମେଣ୍ଢାଶାଳ ଗ୍ରାମର ଯୁବ ଅନୁଷ୍ଠାନ ବାସୁଦେବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦୁଇଦିନିଆ ବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି।ଗୁରୁବାର ରାତିରେ ଉଦଯାପନି ଉସ୍ତବରେ ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ସରମ୍ପଚ କୌଶଲ୍ୟା ବଳିଆରସିଂହ,ସନ୍ତୋଷ କୁମାର ଜେନା ଅତିଥି ଭାବେ ଯୋଗଦାନ କରିଥିଲେ।ଏହିଅବସରରେ ଗ୍ରାମର ମୁରବି ପ୍ରଫୁଲକୁମାର ଶ୍ରୀଚନ୍ଦନ,ପଫୁଲ କୁମାର ପାତ୍ର,ଭାରତ ଭୁଶଣ ମହାରଣା ,ବାଙ୍କ ବିହାରୀ ଦାସ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ବିଜୟ ବଡ଼ଜେନା,ଭାରତ ଚନ୍ଦ୍ର ରାଉତରାୟ,ନିର୍ମଳ ବିଶ୍ୱାଳ,ଫାଣ୍ଡି ଅଧିକାରୀ ମାନାଶ ରଞ୍ଜନ ସାହୁ,ଖବରଦାତା ପଦ୍ମଚରଣ ବଡ଼ଜେନା ଙ୍କ […]

ମହାଙ୍ଗାରେ ଗଣହତ୍ୟା

କଟକ,୧୨/୪(ଏସଏସନିଉଜ)ଏକ ଅଭାବନୀୟ ଘଟଣା କ୍ରମେ କଟକ ଜିଲ୍ଲା ମହଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମ ରେ ଗୋଟିଏ ପରିବାରର ସମସ୍ତ ପାଞ୍ଚ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି।ମିଳିଥିବା ସୂଚନାରୁ ଜଣାପଡିଛି ଯେ,ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ବାଦ ବିବାଦ ଲାଗି ରହିଥିଲା।ହତ୍ୟାକାଣ୍ଡ ର ପୂର୍ବରୁ ହତ୍ୟାକାରୀ ସାନ ଭାଇ ଶିବ ସାହୁ କୁ ବଡ ଭାଇ ଅଲେଖ ସାହୁ ଓ ତାର ପରିବାର ମିଳିମିଶି ମାଡ଼ ମାରିଥିଲେ।ଏଥିରେ ପ୍ରତିଶୋଧ ପରାୟଣ […]

ବର୍ଷେ ପୁରିବାକୁ ଦେଲେନି ନେଇଗଲେ ବିବେକର ଜୀବନ

ବାରଙ୍ଗ,୧୨/୪(ଏସଏସନିୟୁଜ)ଚାଲିଗଲା ବିବେକର ଜୀବନ ।ଆଉ ଗୋଟିଏ ଦିନ ପରେ ତାକୁ ବର୍ଷେ ଚାଲିଥାନ୍ତା ।କିନ୍ତୁ ବର୍ଷେ ନପୁରୁଣୁ ମଙ୍ଗଳବାର ଅପରାହ୍ନରେ ବିବେକ ନାମକ ସାଧାରଣବାଘଛୁଆର ମୃତ୍ୟୁ ଘଟିଛି ।ବିବେକ ହେଉଛି ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଧରାଣରଙ୍ଗର ବାଘ ଛୁଆ ।ମା ମେଘା ଓ ବାପା ନନ୍ଦନ ଔରଷରୁ ଗତ ୧୪ଅପ୍ରିଲ୨୦୨୧ରେ ଜନ୍ମଗ୍ରହଣ କରି ୩୧ନଂ ଏନ୍‌କ୍ଲୋଜରରେ ରହିଥିଲା ।ଗତ ତିନିଦିନ ତଳେ ଛୋଟେଇଛୋଟେଇ ଚାଲୁଥିବାର ଦାୟିତ୍ୱରେ ଥିବା କର୍ମଚାରୀ ଆସି ଡାକ୍ତରମାନଙ୍କୁ ସୁଚନା ଦେଇଥିଲେ ।ସୁଚନା ପାଇ […]

ଜାଗା ଦେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର,୧୨/୪(ଏସଏସନିଉଜ)ରାଜଧାନୀର ଭୁବନେଶ୍ୱରର ପଳାଶୁଣିରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଜାଗା ପରିଦର୍ଶନ କରିବାସହ ଜାତୀୟ ରାଜପଥ ପ୍ରାଥିକରଣ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାୟ ୨ କୋଟି ଟଙ୍କା ବ୍ୟୟବରାଦରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ ।ପ୍ରାୟ ଦୁର୍ଗାପୁଜାବେଳକୁ ଫୁଟ୍ ଓଭରବ୍ରିଜ କାର୍ଯ୍ୟ ସରିଯାଇଥିବାବେଲି ଜଣାପଡିଛି ।

ପୁଣି ଓମ୍‌ଫେଡର ଛଟେଇ କର୍ମଚାରୀଙ୍କ ଧାରଣା

ବାରଙ୍ଗ,୧୨/୪(ଏସଏସନିଉଜ) ଗତ କିଛି ମାସ ଧରି ବାରଙ୍ଗ ବ୍ଲକ୍ ରାମଦାସପୁର ପଂଚାୟତର ଅରିଲୋ ଗ୍ରାମ ନିକଟରେ ହୋଇଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ।ନୁଆକରି ହୋଇଥିବା ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଭୂବନେଶ୍ୱର ସ୍ଥିତ ଓମ୍‌ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀ ଓ ଏମାନଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ ଯୁବତୀ ମାନଙ୍କୁ ଏଠାରେ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ପରବର୍ତୀ ସମୟରେ କେତେକ ଯୁବକ […]

ଡାକ୍ତରଖାନା ସଫାକଲେ ଲୋକପ୍ରତିନିଧି

ବାରଙ୍ଗ,୧୨/୪(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚୟତର ସରମ୍ପଚ କୌଶଲ୍ୟା ବଳିଆରସିଂହ ଙ୍କ ନେତୃତ୍ୱରେ ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛିା ସ୍ୱାସ୍ତ୍ୟକେନ୍ଦ୍ର କୁ ପରିସ୍କାର ପରିଛନ ରଖିବାପାଇଁ ଏହି ସଚେତନତା ସୃଷ୍ଟି କରାଯାଇଥିଲା ।ମୁଖ୍ୟ ଚିକିତ୍ସା ଅଧିକାରୀ ମୋହନ ହେମ୍ରମ ,ବିପିଓ ମନଦର୍ଶନୀ ମିଶ୍ର,ଗିରିଜାପ୍ରସାଦସାହୁ, ବିଶ୍ୱଜିତଦାଶ ,ବସୁଦେବସାହୁ,ବିଜୟବେହେରା,ନଳିନୀ ନାୟକଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ମାନେ ଯୋଗଦେଇ ସଫେଇ କରିଥିଲେ। ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସରମ୍ପଚ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ।ଡାକ୍ତରଖାନା ତରଫରୁ […]

ଜିଲ୍ଲାପାଳ ପଢ଼ାଇଲେ ପାଠ

ମାଲକାନଗିରି,୧୨/୪(ଏସ ଏସ ନିଉଜ)ସ୍ବାଭିମାନ ଅଞ୍ଚଳରେ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ।ଜିଲ୍ଲାପାଳ ଯନ୍ତାପାଇ, ଟୋଟାଗୁଡ଼ା, ବିଦରପକନା ଓ ହନ୍ତାଳଗୁଡ଼ାକୁ ଗସ୍ତ ସମୟରେ ଅଙ୍ଗନବାଡ଼ିର ସ୍ଥିତି ପରଖିଥିଲେ।ଏହିସମୟରେ  ପିଲାଙ୍କ ଖାଦ୍ୟ ଓ ପାଠପଢ଼ାର ସ୍ଥିତି ଜିଲ୍ଲାପାଳ ପରଖିଥିଲେ।

ତାରାତାରିଣୀପୀଠରେ5Tସଚିବ

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ)ଚୈତ୍ର ଶେଷ ମଙ୍ଗଳବାର ରେ ତାରାତାରିଣୀ ପୀଠରେ ଚାଲିଛି ଚୈତ୍ରଯାତ୍ରା ।ଏହାକୁ ଦେଖିବା ପାଇଁ ବହୁ ଭକ୍ତମାନଙ୍କର ସମାଗମ ହୋଇଛି ।ଏହାରି ଭିତରେ ଚୈତ୍ର ଶେଷ ମଙ୍ଗଳବାରରେ ଗଞ୍ଜାମର ମା ତାରାତାରିଣୀ ପୀଠରେ ଦର୍ଶନ କଲେ ୫ଟି ସଚିବ ଭି.କେ ପଣ୍ଡିଆନ୍ ।ଏହାସହ ମନ୍ଦିରର ଉନ୍ନୟନମୂଳକ କାମର ମଧ୍ୟ ସ୍ଥିତି ବୁଲି ଦେଖିଥିଲେ ।

ତୃତୀୟ ମୃତଦେହ ଉଦ୍ଧାର

କଟକ,୧୨/୪(ଏସ ଏସ ନିଉଜ)ମହାନଦୀର ଯୋବ୍ରା ନିକଟରେ ୩ ଜଣ ବୁଡ଼ିଯିବା ଘଟଣାରେ ଆଜି ତୃତୀୟ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ୍ ।ଏମ୍.ଡି ସାଦିକ୍‌ଙ୍କ ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର କରାଯାଇଛି। ରବିବାର ୩ ସାଙ୍ଗ ଗାଧୋଇବାକୁ ‌ଆସି ମହାନଦୀରେ ବୁଡ଼ି ଯାଇଥିଲେ ।

ମଧୁପୁରରେ ଆରମ୍ଭ ହେଲା ବହିପୁଜା

ବାରଙ୍ଗ,୧୧/୪(ଏସଏସନିଉଜ) ପରମ୍ପରାକୁ ବଞ୍ଚାଇ ରଖିଥିବା ଗାଁ ହେଉଛି ମଧୁପୁର।ଗ୍ରାମର ଯୁବକମାନେ ଏକାଠି ହୋଇ କାହିଁ କେଉଁକାଳରୁ ଶ୍ରୀ ଶ୍ରୀ ସୀତାକାନ୍ତ ରାମଲୀଳା ସମିତି ଗଠନ କରିଛନ୍ତି।ଏହି ସମିତିର ସଦସ୍ୟମାନେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପରେ ଆଧାରିତ କଥାବସ୍ତୁକୁ ନେଇ ରାମଲୀଳା କରିଥାନ୍ତି ।ଏଥି ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।କର୍ମମୟ ଜୀବନ ଜଞ୍ଜାଳ ଭିତରେ ସମୟ ବାହାରକରି ପ୍ରଭୁଙ୍କ କଥାକୁ ସାଧାରଣରେ ପରିପ୍ରକାଶ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷରେ ଆଗେଇଛନ୍ତି ମଧୁପୁର ଗ୍ରାମରଯୁବକମାନେ।ରାମନବମୀ […]