ମେଣ୍ଢାସାଳରେ ଦୁଇଦିନିଆ ବିଷୁବ ଆସର

ବାରଙ୍ଗ,୧୬/୪ (ଡିଏନଏ) ମେଣ୍ଢାଶାଳ ଗ୍ରାମର ଯୁବ ଅନୁଷ୍ଠାନ ବାସୁଦେବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦୁଇଦିନିଆ ବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି।ଗୁରୁବାର ରାତିରେ ଉଦଯାପନି ଉସ୍ତବରେ ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ
ସରମ୍ପଚ କୌଶଲ୍ୟା ବଳିଆରସିଂହ,ସନ୍ତୋଷ କୁମାର ଜେନା ଅତିଥି ଭାବେ ଯୋଗଦାନ କରିଥିଲେ।ଏହିଅବସରରେ ଗ୍ରାମର ମୁରବି ପ୍ରଫୁଲକୁମାର ଶ୍ରୀଚନ୍ଦନ,ପଫୁଲ କୁମାର ପାତ୍ର,ଭାରତ ଭୁଶଣ ମହାରଣା ,ବାଙ୍କ ବିହାରୀ ଦାସ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ବିଜୟ ବଡ଼ଜେନା,ଭାରତ ଚନ୍ଦ୍ର ରାଉତରାୟ,ନିର୍ମଳ ବିଶ୍ୱାଳ,ଫାଣ୍ଡି ଅଧିକାରୀ ମାନାଶ ରଞ୍ଜନ ସାହୁ,ଖବରଦାତା ପଦ୍ମଚରଣ ବଡ଼ଜେନା ଙ୍କ ସହ ଗ୍ରାମର ମୁରବୀମାନଙ୍କୁ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।ମେଳଣ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଦୁଇ ଦିନର ରାତିରେ ଗୋଟିପୁଅ ନୃତ୍ୟ,ମେଲୋଡି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାକୁ ସମ୍ପାଦକ ପ୍ରକାଶ ଶ୍ରୀଚନ୍ଦନ ପରିଚାଳନା କରିଥିଲେ।

Comments (0)
Add Comment