Browsing category

ମହାନଗର

ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର,୧୫/୨(ଏସଏସନିଉଜ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ୧୬ ତାରିଖ ।ଏହିଦିନ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।ପ୍ରଥମପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ସଭ୍ୟ, ୧୬୬୯ ସରପଞ୍ଚ, ୨୨,୩୭୯ ୱାର୍ଡ ସଭ୍ୟଙ୍କ ନିମନ୍ତେ ଭୋଟଗ୍ରହଣ କରାଯିବ । ପ୍ରଥମ ପର‌୍ୟ୍ୟାୟ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର‌୍ୟ୍ୟ ସମାପ୍ତ ହୋଇଛି । ଏଥିନିମନ୍ତେ ପୋଲିଂ ପାର୍ଟି ବୁଥ୍ ଅଭିମୁଖେ ଯାତ୍ରା ଆରମ୍ଭ […]

ଭୋଟ୍ ପାଇଁ କର୍ମଚାରୀ ପାଇବେ ଛୁଟି

ଭୁବନେଶ୍ୱର,୧୫/୨(ଏସଏସନିଉଜ) ରାଜ୍ୟରେ ୫ଟି ପର‌୍ୟ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ ।ଏଥିରେ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିବାନେଇ ଚାକିରି କରିଥିବା ସରକାରୀ ଓ ବେସରକାରୀ ସଂସ୍ଥା ସେମାନଙ୍କୁ ଛୁଟି ଦେବାକୁ ବାଧ୍ୟତାମୂଳକ କରାଯାଇଛି ।କର୍ମଚାରୀ ଚାହିଁଲେ ସେମାନଙ୍କ ସଂସ୍ଥା ଛୁଟିଦେବାକୁ ବାଧ୍ୟ ଓ ଛୁଟି ନଦେଲେ ଏହା ଆଇନ ଅନୁଯାୟୀ ଅପରାଧ ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ।

ମେଣ୍ଢାଶାଳରେ କୁମ୍ଭମେଳା ମହୋସ୍‌ବ

ମେଣ୍ଢାଶାଳ,୧୪/୨(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷପରି ଚଳିତବର୍ଷ କୁମ୍ଭମେଳା ଅନୁଷ୍ଠିତ ହୋଇଯାଇଛି ।ରବିବାରଦିନ ଶୁଭଅଦିବାସ ଓ ସୋମବାରଦିନ ନାମସଂଙ୍କିର୍ତନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ।ନାମସଂଙ୍କିର୍ତନ କାର୍ଯ୍ୟକ୍ରମରେ ମେଣ୍ଢାଶାଳ, ତମାଣ୍ଡୋ,ଜାଆଁଳା, ଯୋରକଣୀ, କୁଜିମହଲ,ବରପଦା,ଗିରିଙ୍ଗାପୁଟ,ମାଣିତ୍ରୀ.ରେଙ୍ଗଳ,ଅନନ୍ତପୁର,ବଡରଘୂନାଥପୁର,ମଦନପୁର,ଗୈାଡକାଶିପୁର,ଭୋଳା,ଅରଗଡ,ଅନ୍ଧାରୁଆ,ଘାଟିକିଆ ଗ୍ରାମର ସଙ୍ଗକିର୍ତନଦଳ ଯୋଗଦେଇ ସଂଙ୍କିର୍ତନ ପରିବେଷଣ କରିଥିଲେ । ଏହି ମହୋସ୍‌ସବକୁ ରବିନ୍ଦ୍ରନାଥମିଶ୍ରଙ୍କ ପୈାରହିତ୍ୟରେ ଭରତଚନ୍ଦ୍ର ରାଉତରାୟ, ପ୍ରଫୁଲଚନ୍ଦ୍ରଶ୍ରିଚନ୍ଦନ,ଭସ୍କରଚନ୍ଦ୍ରସୁୁଦ୍ଧି,ପ୍ରଫୁଲକୁମାରପାତ୍ର,ସୁରେନ୍ଦ୍ରନାଥ ସାମନ୍ତରାୟ, ପ୍ରମୁଖ ଭଦ୍ରବ୍ୟକ୍ତିମାନେ ଏହାକୁ ପରିଚାଳନା କରିଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

ମଦବୋଝେଇ କାର ଛାଡି ଖସିଗଲେ

ବାରଙ୍ଗ,୧୪/୨(ଏସଏସନିଉଜ)ରବିବାର ବିଳମ୍ବିତ ରାତିରେ ବାରଙ୍ଗ ଥାନା ପୋଲିସ ଏକ ମଦବୋଝେଇ କାରକୁ ଜବତକରିବା ସହ କାରରେ ଥିବା ତିନିଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।କୈାଣସି ସୁତ୍ରରୁ ଖବରପାଇ ବାରଙ୍ଗଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ଚୁଡଙ୍ଗରାସ୍ତାରେ ଦ୍ରୁତଗତିରେ ଆସୁଥିବା ଓଡି ୦୫କେ ୮୩୧୯ନଂ କାରଟିକୁ ରୋକିଥିଲେ ।କୈାଶଳକ୍ରମେ କାରରେ ଥିବା ତିନିଜଣ ଯୁବକ କାର ଛାଡି ଚନ୍ଦକା ଜଙ୍ଗଲଆଡେ ଦୌଡି ପଳାଇଥିଲେ ।ପୋଲିସ କାର ସହ କାରଭିତରୁ ୩୨୦ ଲିଟର ଦେଶୀ ମଦ ଜବତ କରିଛି ।ପୁଲିସ […]

କବାଡିଆ ପାଖରେ ବିକ୍ରିବେଳେ ଧରିଲେ ଫରେଷ୍ଟଗାର୍ଡ

ବାରଙ୍ଗ,୧୪/୨(ଏସଏସନିଉଜ)ନନ୍ଦନକାନନର ଫର୍ଡର ଫାର୍ମରେ ରହିଥିବା ଅନାବଶ୍ୟକ ଥିବା ଲୁହା, ତମ୍ବାତାର, ପମ୍ପକେବୁଲ ଆଦି ସାମଗ୍ରୀକୁ ନନ୍ଦନକାନନର ଜଣେ କର୍ମଚାରୀ କବାଡିଆକୁ ବିକ୍ରି କରିବାପାଇଁ ଉଦ୍ୟମ କରୁଥିବାବେଳେ ଫରେଷ୍ଟଗାର୍ଡ ହାତରେ ସୋମବାରଦିନରେ ଧରାପଡିବା ଘଟଣା ଏବେ ଚର୍ଚ୍ଚା ଯୋରଧରିଛି ।ନନ୍ଦନକାନନରେ ବିଭିର୍ଣ କାର୍ଯ୍ୟପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ବଳକା ଅଂଶକୁଷ୍ଟୋରବିଭାଗର ୱାର୍କସପରେ ରଖାଯାଇଥାଏ ।ଏହାକୁ ପର୍ଯ୍ୟାୟକ୍ରମେ ନିଲାମ ହୋଇଥାଏ ।କିନ୍ତୁ ଏହି ବଳକା ସାମଗ୍ରୀଗୁଡିକୁ ୱାର୍କସପରେ ରଖାନଯାଇ ଫର୍ଡରଫାର୍ମରେ ରଖାଯାଇଥିଲା ।ସୋମବାର ପାଖାପାଖି ୧୧ଟା ସମୟରେ ଏକ ଅଟୋରେ […]

ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ

ବାରଙ୍ଗ,୧୧/୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଲାଗି ରହିଛି।ଚନ୍ଦକା ଜଙ୍ଗଲରୁ ବାରମ୍ବାର ଖସିଆସିଥିବା ଏକ ଦନ୍ତାହାତୀ ପ୍ରାଣୀଉଦ୍ୟାନର ପରିସର ହମିରାଟାଙ୍ଗିରେ ରହୁଛନ୍ତି।ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ସୁରକ୍ଷା ପାଚେରି ଭାଙ୍ଗି ଦୁଇଟି ହାତୀ ଉଦ୍ୟାନ ଭିତରକୁ ପଶି ଆସିଥିବାର ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରୁ ଜଣାପଡିଛି ।ପ୍ରାଣୀଉଦ୍ୟାନରେ ଏଣେତେଣେ ଘୂରିବୁଲିବା ସହ ବୋଟ ଘାଟ ପାଖ ପାଣି ପମ୍ପ ଘର ପଛପଟେ ଲାଗିଥିବା […]

ଜଗା ଦର୍ଶନ ପାଇଁ ଦଣ୍ଡମାରିମାରି ଯାଉଛନ୍ତି ବୃଦ୍ଧ

ବାରଙ୍ଗ,୧୧/୨(ଏସଏସନିଉଜ)ସଂସାରର ମଙ୍ଗଳ କାମନା କରି ବାହାରିଛନ୍ତି ପୁରୀ ।ପୁଣୀ ଶରୀରକୁ କଷ୍ଟ ଦେଇ ରାସ୍ତା ଉପରେ ଖାଲି ପାଦରେ ଚାଲିବା ସହ ଦଣ୍ଡ ମାରିମାରି ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଛନ୍ତି ୭୦ବର୍ଷର ବୃଦ୍ଧ ରାମହଂସ ଦାସ ।ରାମହଂସଙ୍କ ଘର ରାଜସ୍ଥାନର ସବିମାଧପୁରଜିଲ୍ଲା ଗଙ୍ଗାପୁରସେଠ ତହସିଲର ଖଣ୍ଡଦୀପ ଗାଁ ରେ ।୨୯ଏପ୍ରିଲରୁ ଘରୁବାହାରିବା ସହ ଏହାମଧ୍ୟରେ ୯ମାସ୧୪ଦିନ ବିତିଗଲାଣି ।ଜଗତ କଲ୍ୟାଣ ପାଇଁ ଓ ସଂସାରରୁ ଦୁର୍ନିିତି,ଭ୍ରଷ୍ଟାଚାର ଦୁର ହେବାର ସକଳ୍ପ କରି ଶରୀରକୁ କଷ୍ଟ ଦେଇ ଜଗା […]

ବ୍ୟାଙ୍କ କହିଲା ଟଙ୍କା ଫେରାଅ।

  ୧. ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ୩ଟି ଗାଁ ଭୁଟୁଲି, ରେଂଗାଲି ଓ କୁରୁମ୍‌କେଲ୍‌କୁ ଜଙ୍ଗଲ ବାହାରକୁ ସ୍ଥାନାନ୍ତର ପାଇଁ ନିର୍ମାଣାଧୀନ ପୁନର୍ବାସ କଲୋନି କାମର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ । ୨. ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବାକୁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୭ ବଦଳରେ ଫେବ୍ରୁଆରି ୨୮ରେ ହେବ । ସେହିପରି ୨ୟ […]

ଆମ୍ବବରେଇ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ

ବାରଙ୍ଗ,୧୦/୨(ଏସ ଏସ ନିଉଜ) ବାରଙ୍ଗ ବ୍ଲକ ବେଲଗଛିଆ ପଞ୍ଚାୟତର ଆମ୍ବବରେଇ ଗ୍ରାମର ରାଧାଗୋବିନ୍ଦ କ୍ଲବ ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ସୋମବାର ବାର୍ଷିକ ଓଡ଼ିଶୀ ନାମ ସଂକୀର୍ତ୍ତନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ବହୁ ମାନସିକଧାରୀ ନିକଟସ୍ଥ ପୁରୀ ମୁଖ୍ୟ କେନାଲରୁ ପାଣି ଉଠାଇ କଳସ ଶୋଭାଯାତ୍ରାରେ ବାହାରି ସଂକୀର୍ତ୍ତନ ସ୍ଥଳରେ ପହଞ୍ଚିଥିଲେ।୪୮ ମଣ୍ଡଳ ସଂକୀର୍ତ୍ତନ ମଣ୍ଡଳୀର ଦେଉଳି,ଭାଣପୁର,ବ୍ରାହ୍ମଣୀଗାଁ ଏବଂ ଆମ୍ବବରେଇକୁ ନେଇ ସମୁଦାୟ ଚାରୋଟି ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ।ସନ୍ଧ୍ୟାରେ ସମସ୍ତ ସଂକୀର୍ତ୍ତନ ମଣ୍ଡଳୀଙ୍କ […]

ସୁଶୀଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ

ବାରଙ୍ଗ,୧୦/୨(ଏସ ଏସ ନିଉଜ)ମହାବୀର କ୍ରିକେଟ କ୍ଲବ ଇଂଜଣା ଆନୁକୂଲ୍ୟରେ ପ୍ରଥମ ସୁଶୀଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଟି ୧୬ ଗୋଟି ଦଳକୁ ନେଇ ଆୟୋଜନ କରାଯାଇଥିଲା । ପ୍ରଥମ ଉଦ୍ଘାଟନୀ ମ୍ୟାଚ୍ ରେ ନେତାଜୀ କ୍ରିକେଟ କ୍ଲବ ବରିମୁଣ୍ଡ ଓ ରଘୁନାଥପୁର କ୍ରିକେଟ କ୍ଲବ ମଧ୍ୟରେ ମ୍ୟାଚ ଆୟୋଜନ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନେତାଜୀ କ୍ରିକେଟ କ୍ଲବ ବରିମୁଣ୍ଡ ନିର୍ଦ୍ଧାରିତ ୧୨ ଓଭରରେ ୧୭୯ ରନ ସଂଗ୍ରହ କରିଥିଲା […]