Browsing category

ମହାନଗର

୭ ହଜାର ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର,୧୧/୧(ଏସଏସନିୟୁଜ)ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ହଜାର ୭୧ ହଜାର ୭୧ ନୂଆ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୧୨୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୯୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଏମାନଙ୍କମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୦୭ ଜଣ ରହିଛନ୍ତି ।

ନେଇପାରିଲେନି ଟଙ୍କା,ଲୁଟିନେଲେ ସ୍କୁଟି

ବାରଙ୍ଗ,୧୦/୧(ଏସ ଏସ ନିଉଜ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଝିଙ୍କରଡିହ ନଦୀବନ୍ଧ ରାସ୍ତାରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ।ଟଙ୍କା ଲୁଟ ଉଦ୍ୟମ ବିଫଳ ହେବାରୁ ଦୁର୍ବୃତ୍ତ ମାନେ ଟଙ୍କା ରଖାଯାଇଥିବା ସ୍କୁଟିକୁ ଲୁଟିନେଇଛନ୍ତି।ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କଟକରେ ରହୁଥିବା ନହରକଣ୍ଟା ଗ୍ରାମର ସୌମ୍ୟକାନ୍ତ ନନ୍ଦ।ଏନେଇ ସୌମ୍ୟକାନ୍ତ  ସୋମବାର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।ସୌମ୍ୟକାନ୍ତଙ୍କ ଅଭିଯୋଗ ମୁତାବକ ସୋମବାର ଦିନ ତାଙ୍କ ପତ୍ନୀ କଟକ […]

ଭିତରକନିକାରେ ବଢିଲେ କୁମ୍ଭୀର ସଂଖ୍ୟା

ରାଜନଗର , ୧୦/୧(ଏସଏସନିୟୁଜ)ଭିତରକନିକାରେ ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି ।ତେବେ ଏହି ଗଣନାରେ ଗତବର୍ଷଠାରୁ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧିପାଇଛି ।ଗତବର୍ଷ ୧୭୬୮ଟି କୁମ୍ଭୀର ଗଣନା କରାଯାଇଥିବାବେଳେ ଚଳିତବର୍ଷ ଏହାବୃଦ୍ଧିପାଇ ୧୭୮୪ରେ ପହଁଚିଛି ।ଚତବର୍ଷଠାରୁ ଚଳିତବର୍ଷ ୧୬ଟି କୁମ୍ଭୀର ବୃଦ୍ଧି ପାଇଥିବାର ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୦/୧(ଏସଏସନିୟୁଜ)ସୋମବାର ଭରତପୁରରେ ସୁରେଖା ପଲେଇ ନାମକ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବତୀ ଜଣକ ତାରିଣୀ ବସ୍ତିରେ ରହୁଥିବା ବେଳେ ବ୍ରହ୍ମଗିରି ଅଂଚଳର ବୋଲି ଜଣାପଡ଼ିଛି ।ପୋଲିସ ମୃତଦେହ ନିକଟରୁ ୨ଟି ମୋବାଇଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ଗତକାଲିରାତିରେ ଯୁବତୀଜଣଙ୍କ କିଛି ଯୁବକଙ୍କ ସହମିଶି ଭୋଜି କରିଥିଲେ । ଆଜି ନିକଟସ୍ଥ ଏକ ଘର ଭିତରୁ ତାଙ୍କ ମୃତ ଦେହ ଜବତ କରାଯାଇଛି । ପାରିପାଶ୍ୱିର୍କସ୍ଥିତିରୁ ଯୁବତୀଙ୍କୁ କେହି […]

ଆଖଣ୍ଡଳମଣିଙ୍କ ଦର୍ଶନ ମନା

ଭଦ୍ରକ, ୧୦/୧(ଏସଏସନିୟୁଜ) ଭଦ୍ରକ ଜିଲାର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ଜାରିକରିଛି ଜିଲ୍ଲାପ୍ରଶାସନ ।କରୋନାସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳିଭାବେ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ପୀଠରେ ୧୪୪ଧାରା ଜାରି ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସୂଚନା ଦିଆଯାଇଛି ।ଏହାସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି ।ଏହି କଟକଣା ରବିବାର ରାତି ଗୋଟାଏରୁ ଜାନୁଆରୀ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଗୁକରାଯାଇଛି ।ସେହିପରି ପୀଠରେ କୌଣସି ମେଳା, ମହୋତ୍ସବ ଆଦି ଆୟୋଜନ ନ କରିବାକୁ […]

ନନ୍ଦନକାନନରେ ପଶିଲା କରୋନା

ବାରଙ୍ଗ, ୧୦/୧(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନର ଜନ୍ତୁ ବିଭାଗ କାର୍ଯ୍ୟାଳୟରେ କରୋନା ପଶିଛି।ଫଳରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଛାନିଆ ହୋଇପଡିଛନ୍ତି।ପଜିଟିଭି କର୍ମଚାରୀ ଜଣକ ହେଲେ ଜନ୍ତୁ ବିଭାଗର ଫରେଷ୍ଟର ଅରୁପ ରାଉତ।ଉଦ୍ୟାନର କିଏ କେତେବେଳେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ଏବେ ଚିନ୍ତାବଢିଯାଇଛି।ବନପାଳ କରୋନା କିମ୍ବା ଓମିକ୍ରନ ତାହା ସ୍ପଷ୍ଟ ହୋଇନଥିବାବେଳେ ସେ ଆଶିଂକ ସଂକ୍ରମିତ ଚିହ୍ନଟ ହେବାପରେ ନନ୍ଦନକାନନ ନଆସି ଗୃହ ସଙ୍ଗରୋଧରେ ରହିବାସହ ଉଦ୍ୟାନର ସମସ୍ତ କର୍ମଚାରୀ ,ଅଧିକାରୀଙ୍କୁ ସତର୍କ ରହିବାକୁ ଉପନିର୍ଦେଶକ ଡ. […]

ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୧୦/୧(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର‌୍ୟ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ର ୪୭ ହଜାର […]

ପ୍ରତିରକ୍ଷାମନ୍ତ୍ରୀ ହେଲେ କରୋନା ସଂକ୍ରମିତ

ଭୁବନେଶ୍ୱର ,୧୦/୧(ଏସଏସନିୟୁଜ) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇସେ ଘରେ ସଙ୍ଗରୋଧରେ ରହି ଥିବାନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।ତାଙ୍କ ନିକଟରେ କରୋନାର କୌଣସି ବଡ ଲକ୍ଷଣ ନଥିବା ବେଳେ ସେ ସାମାନ୍ୟ ଲକ୍ଷଣ ସହ ପଜିଟିଭ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜକୁ ସଙ୍ଗରୋଧରେ ରଖିବା ସହ କରେନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।

୧୦୦ ଟପିଲା ଓମିକ୍ରନ ମାମଲା

ଭୁବନେଶ୍ୱର ,୧୦/୧(ଏସଏସନିୟୁଜ) ରାଜ୍ୟରେ ଆଉ ୨୮ ଓମିକ୍ରନ୍‍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍‍ ସୂଚନା ଦେଇଛି । ଫଳରେଆଜିର ଓମିକ୍ରନ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ୍‍ ୧୦୩ରେ ପହଞ୍ଚିଛି । ପୂର୍ବରୁ ରାଜ୍ୟରେ ୭୫ଜଣଙ୍କ ଠାରେ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା ।

୭ଟି ପର୍ଯ୍ୟାୟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୮/୧(ଏସ ଏସ ନିଉଜ)୫ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଏଥର ୭ଟି ପର୍ଯ୍ୟାୟରେ ହେବ ।ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଭୋଟ୍ ହେବ । ମୋଟ୍ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ […]