Browsing category

ମହାନଗର

ପୁଣି ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮/୧(ଏସଏସନିୟୁଜ) ଶନିବାର ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏହାକୁମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଁଚିଛି ।ପୂର୍ବରୁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରହିଥିଲା ।  

ଫୁଟବଲଟୁର୍ଣାମେଣ୍ଟ କୁ ଉଦ୍ ଘାଟନ କଲେ ନାରିନେତ୍ରୀ କୈାଶଲ୍ୟା

ମେଣ୍ଢାଶାଳ,୮/୧(ଏସଏସନିୟୁଜ)ମେଣ୍ଢାଶାଳଗ୍ରାମପଂଚାୟତର ହରିଡାମଡା ଅଦିବାସୀସାହି ଖେଳପଡିଆରେ ଶୁକ୍ରବାରିନ ୩୫ତମ ଆଦିବାସୀ ଫୁଟବଲ ଟୁର୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।ଏହି ମ୍ୟାଚକୁ ପଂଚାୟତର ନାରିନେତ୍ରୀ କୈାଶଲ୍ୟା ବଳିୟାରସିଂହ ଆନୁଷ୍ଠାନିକଭାବେ ଉଦ୍ ଘାଟନ କରିଥିଲେ ।ପଳାସପୁରସହ କଂଟାବଡ ଓ ଦ୍ୱତୀୟମ୍ୟାଚରେ ଗୁପ୍ତପଡାସହ ଦଳୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମମ୍ୟାଚରେଟ୍ରାଇବ୍ରେକରରେ ବିଜେତା ବଛାଯାଇଥିଲା ।ଫଳରେ କଂଟାବାଡଦଳ ଗୋଟିଏ ଗୋଲଦେଇ ବଜୟୀ ହୋଇଥିଲା ।ଦ୍ୱିତୀୟମ୍ୟାଚରେ ଦଳୁଆ୪-୦ଗୋଲରେ ବିଜୟୀଲାଭ କରିଥିଲା ।ଆସନ୍ତା୧୧ତାରିଖରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବବୋଲି ପ୍ରଭାତପରିଡା ଓ ସମ୍ପାଦକ ସୁଧରପ୍ରଧାନ ଜଣାଇଛନ୍ତି ।ରେଫରୀ […]

ଆସିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା

ଭୁବନେଶ୍ୱର,୮/୧(ଏସଏସନିୟୁଜ)ଆଉ ଦିନକେଇଟା ପରେ ହେବ ପଂଚାୟତନିର୍ବାଚନ । ଏନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଁଚିଛି । କେବଳ ନିର୍ବାଚନ ତାରିଖ ଘୋଷଣା କରାଯିବା ବାକି ରହିଛି ।ଏହାଭିତରେ ପ୍ରକାଶ ପାଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ।ତବେ ୩୦ଟି ଜିଲ୍ଲା ମଧ୍ୟରୁ ଅନୁସୂଚିତ ଜନଜାତି ପାଇଁ ୭ଟି ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୫ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ୧୫ଟି ଜିଲ୍ଲାରେ […]

ପୁଣି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ୱର, ୮/୧(ଏସଏସନିୟୁଜ) ଭୁବନେଶ୍ୱରରେ ପୁଣି ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି ।ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନେଇଛି । ଏବେ ରାଜଧାନୀରେ ମୋଟ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫ରେ ପହଞ୍ଚିଛି । ନିଳାଦ୍ରୀବିହାର ବୁଦ୍ଧ ପାର୍କ, ସତ୍ୟନଗର, ଗଜପତି ନଗରର ବିଭିନ୍ନ ପ୍ଲଟ , ବମିଖାଲ, ସହିଦନଗର, ଖାରବେଳ ନଗର, ଟଙ୍କପାଣି ରୋଡ଼, ପୁରୁଣା ଭୁବନେଶ୍ୱର, ଗଙ୍ଗାଯମୁନା ରୋଡ଼ର ଅନେକ ପ୍ଲଟରେ କଣ୍ଟେନମେଣ୍ଟ […]

ପୁଣି ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ପୁରୀ, ୮/୧(ଏସଏସନିୟୁଜ) ବାହାର ଜିଲ୍ଲାର ଲୋକେ ଆଉ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେନି। କୋଭିଡ୍ ସଂକ୍ରମଣ ହାର ବଢୁଥିବାରୁ ସ୍ବର୍ଗଦ୍ବାରରେ ଶବଦାହ କ୍ଷେତ୍ରରେ ୧୦ ତାରିଖରୁ କଟକଣା ଲାଗୁ ହେବାକୁ ଯାଉଛି। ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାର ବାରଣ କରାଯାଇଛି।କିନ୍ତୁ ଜିଲ୍ଲା ଭିତର ଲୋକେ ସ୍ବର୍ଗଦ୍ବାରରେ ଶବଦାହ କରିପାରିବାସହ ମୃତକ କୋଭିଡ୍ ଆକ୍ରାନ୍ତ କି ନୁହେଁ, ତାହାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ରେଡ୍ ଜୋନକୁ ଗଲା ୨ ଜିଲ୍ଲା

ଭୁବନେଶ୍ୱର, ୮/୧(ଏସଏସନିୟୁଜ) ରାଜ୍ୟରେ କରୋନା ଧୀରେଧୀରେ ତାର କାୟାବିସ୍ତାର କରିଚାଲିଛି । ଆଜି ୩୬୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୮୪ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୮୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ରେ ପହଞ୍ଚିଛି ।ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ […]

ପଞ୍ଚାୟତ ଗେଟ୍ ଉଦଘାଟନ କଲେ ଜଟଣୀବିଧାୟକ

ଜଟଣୀ,୭/୧(ଏସଏସନିୟୁଜ)ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଞ୍ଚଳ ର ସମ୍ମାନ ଓ ସ୍ୱାଭିମାନ ର ପ୍ରତିକ ସାଜିଥିବା ପଞ୍ଚାୟତ ଗେଟ୍ କୁ ଲୋକାର୍ପଣକରିଛନ୍ତି ।ଯାହାକି ଗର୍ବ ଓ ଗୈାରବର ସ୍ମରକ ପାଲଟିଛି ।ସେହିଭଳିଭାବେ ଛଣଘର ପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ମା ଖଣ୍ଡୁଆଳି ଉଦ୍ୟାନ ରେ ଏକ ଗୋଷ୍ଟି ଶୌଚାଳୟର ମଧ୍ୟ ଉଦଘାଟନ କରିଛନ୍ତି ।ଏହି ଉଦ୍‌ଘାଟନ ଉସ୍‌ବରେ ଦଳୀୟକର୍ମୀମାନଙ୍କ ସହ ଲୋକପ୍ରତିନିଧି ଓ ପଂଚାୟତବାସୀ ଉପସ୍ଥିତଥିଲେ ।  

ଧରହେଲା ଗଂଜେଇ ଵୋଝେଇ କାର,ଗିରଫ ହେଲେ୪

ବାରଙ୍ଗ,୭/୧(ଏସ ଏସ ନିଉଜ)କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡିଲେ ୪ ଯୁବକ।ଗୁରୁବାର ସନ୍ଧ୍ୟାରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନନ୍ଦନକାନନ ଥାନା ପୋଲିସ ନନ୍ଦନକାନନ ଛକ ନିକଟରେ ଯାଞ୍ଚ କରିଥିଲା।ଏହି ସମୟରେ ତ୍ରିଶୁଳିଆ ଆଡ଼ୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତି କାର ସମେତ କାରଟିକୁ ଏସ୍କର୍ଟ କରି ଆଣୁଥିବା ଏକ ବାଇକକୁ ପୋଲିସ ଜବତ କରିଥିଲା।ପୋଲିସ ଏଥିରେ ସଂପୃକ୍ତ ୪ ଜଣଙ୍କୁ […]

ସୋମବାର ଠାରୁ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର,୭/୧(ଏସଏସନିୟୁଜ) ଆସନ୍ତା ସୋମବାର ଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିଛି । କରୋନା ସଂକ୍ରମଣ ବଢୁଥିବାରୁ ସେବାୟତ ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବାନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।ପ୍ରକାସଥାଉକି,ଶ୍ରୀମନ୍ଦିର ପ୍ରଶାସନର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,,୭/୧(ଏସଏସନିୟୁଜ) ଦେଶରେ କରୋନାସଂକ୍ରମଣଙ୍କ ସଂଖ୍ୟା ଦୈନିକ ଲକ୍ଷେ ଟପିଛି । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫୨ ଲକ୍ଷ ୨୬ ହଜାର ୩୮୬କୁ ବୃଦ୍ଧି ପାଇଛି । ଗତକାଲି ୯୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା ।ସେହିଭଳିଭାବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]