ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ନୂଆପଡ଼ା, ୨/୨(ଏସଏସନିଉଜ) ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘର ସମେତ ନୂଆପଡ଼ା ଓ କଟକ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା କୋଠା, ମଧୁପାଟଣାରେ ଗୋଟିଏ କଲ୍ୟାଣ ମଣ୍ଡପ, ଚୌଦ୍ଵାରରେ ୩ ଏକର ଜମି ଠାବ ହୋଇଥିବାବେଳେ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଓ ସୁନାରୁପା ଗହଣା ଜବତ ହୋଇଥିବାର ଜଣାପଡିଛି ।

 

Comments (0)
Add Comment