Browsing category

ମହାନଗର

ଦୁର୍ନୀତି ଅଭିଯୁକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨/୨(ଏସଏସନିଉଜ)ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି।ଶ୍ରୀ କୁମାର ଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ […]

ଭଡ଼ା ଘରୁ ସେକ୍ସ ରାକେଟ ଠାବ

କଟକ,୩୧/୧(ଏସଏସନିୟୁଜ)ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରିଛି ଲାଲବାଗ ଥାନା ପୋଲିସ ।ଭଡାଘରୁ ୨ ଯୁବତୀ ଉଦ୍ଧାର କରିବା ସହ ଜଣେ ଗ୍ରାହକ ଓ ଦଲାଲଙ୍କ ସମେତ ୪ ଅଟକ ରଖିଛି ପୋଲିସ । ଭଡ଼ାଘରର ମାଲିକ ଦମ୍ପତିଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର,୩୧/୧(ଏସଏସନିୟୁଜ)ରାଜ୍ୟର ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଆଜି ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।ଏଥିମଧ୍ୟରୁ ଅନୁସୂଚିତ ଜାତି ପାଇଁ ୮ଟି ସଂରକ୍ଷିତ ରଖାଯାଇଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି, ଅନୁସୂଚିତ ଜନଜାତିଙ୍କ ପାଇଁ ୩ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ଆସନ ସଂରକ୍ଷିତ କରାଯାଇଛି। ମହିଳାଙ୍କ ପାଇଁ ୪୦ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଥିବା ବେଳେ ୪୨ଟି ଅଧ୍ୟକ୍ଷ […]

ଭିଜିଲାନ୍ସ ଜାଲରେ ବ୍ଲକର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ,୩୧/୧(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ କୁମଣ୍ଡ ସ୍ଥିତ ବାସଭବନ, ଅମ୍ବାପାଳ ସ୍ଥିତ ଘର, ତାଳଚେର ବ୍ଲକ୍ ଅଫିସ, ମେରାମୁଣ୍ଡଳୀ ସ୍ଥିତ ଶ୍ୱଶୁର ଘରେ, ତାଳଚେର ବିଡିଓ ଅଫିସରେ ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି । ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫଡି ଓ ଅନ୍ୟ ଡିପୋଜିଟ୍ ଆକାରରେ ମୋଟ ୯୬,୯୦,୧୯୩ ଟଙ୍କା ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ […]

ଫେବ୍ରୁଆରୀ ପାଇଁ ନୂଆ ଗାଇଡ଼ଲାଇନ୍

ଭୁବନେଶ୍ୱର,୩୧/୧(ଏସଏସନିଉଜ) ଫେବ୍ରୁଆରୀ ମାସ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଗାଇଡ଼ଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡ଼ଲାଇନ୍ ଅନୁସାରେ, ରାତି ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁହେବ ଓ ମଲ୍, ରେଷ୍ଟୁରାଣ୍ଟ ଓ ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ । ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ବାରଣ ହୋଇଥିବାବେଳେ ଶିକ୍ଷାନୁଷ୍ଠାନ ବ୍ୟତିତ ଅନ୍ୟ କେଉଁଠି […]

କୂଅରୁ ଉଦ୍ଧାର ହେଲା ମହିଳା କଣ୍ଡକ୍ଟରଙ୍କ ମୃତଦେହ

ଭୁବନେଶ୍ୱର,୩୧/୧(ଏସଏସନିୟୁଜ) ଭୁବେନଶ୍ୱର ଶ୍ରୀରାମ ନଗର ଲେନ୍-୧୩ରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ ।ମୃତ ମହିଳାଙ୍କ ନାମ କ୍ରିଷ୍ଣା ମହାନ୍ତି । ସେ ‘ମୋ ବସ୍’ରେ କଣ୍ଡକ୍ଟର ଭାବେ କାମ କରିବାସହ ଭଡା ଘରେ ରହୁଥିଲେ । ଗତରାତିରେ ମୋବାଇଲରେ କଥାହେଉଥିବାବେଳେ ଛାତରୁ ଖସି ପଡି କୂଅ ଭିତରେ ଗଳି ପଡିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି । ପୋଲିସ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର […]

ପର୍ଯ୍ୟଟକଙ୍କ ଭ୍ୟାନିଟରୁ ଚୋରି କରି ମହିଳା ଗିରଫ

ବାରଙ୍ଗ,୩୧/୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଚୋରି ଉଦ୍ୟମ କରି ଜଣେ ଗିରଫ।ଗିରଫ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ଵର ୟୁନିଟ ୩ ପ୍ରେସ କଲୋନୀର ଲକ୍ଷ୍ମୀ ରେଡ୍ଡୀ (୨୫)।ସୂଚନା ମୁତାବକ ରବିବାର ବାଲିଅନ୍ତା ଥାନା ବଇଁଚୁଆ ଅଞ୍ଚଳର ପୁଷ୍ପାଞ୍ଜଳି ସାହୁ ସପରିବାର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିଲେ।ଏହି ସମୟରେ ଜଣେ ଅପରିଚିତ ମହିଳା ତାଙ୍କ ବ୍ୟାଗ୍ ଭିତରୁ ଟଙ୍କା ଚୋରୀ କରି ଖସି ପଳାଉଥିବା ବେଳେ ପରିବାର ଲୋକେ […]

ଜରାଆଶ୍ରମରେ ଖାଦ୍ୟ ବାଣ୍ଟିଲେ ଦିଲୀପ

ଚନ୍ଦ୍ରଶେଖରପୁର,୩୧/୧(ଏସ ଏସ ନିଉଜ) ବିଶ୍ବ କୁଷ୍ଠ ଦିବସ ଅବସରରେ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲାରେ ଥିବା ଏକ ଜରା ଆଶ୍ରମରେ ଖାଦ୍ଯ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଟ୍ରଷ୍ଟର ସଭାପତି ଦିଲ୍ଲୀପ ସ୍ବାଇଁ ସମେତ ତାଙ୍କର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ। କୁଷ୍ଠ ରୋଗ ଭୂତାଣୁ ଏପର୍ଯ୍ଯନ୍ତ ଦୂର ହୋଇନାହିଁ। ଆମକୁ ସଚେତନ ରହିବାକୁ ପଡ଼ିବ। ରୋଗୀଙ୍କୁ ଘୃଣା ନ କରି ତାଙ୍କ ସେବାରେ ବ୍ରତୀ ହେବା ଆବଶ୍ୟକ ବୋଲି ଟ୍ରଷ୍ଟର ସଭାପତି ଦିଲ୍ଲୀପ […]

ଚୋରି ଅଭିଯୋଗରେ ଜଣେ କୋର୍ଟଚାଲାଣ

ବାରଙ୍ଗ,୨୯/୧(ଏସଏସନିୟୁଜ) ରଘୁନାଥପୁର ଅଞ୍ଚଳରେ ଥିବା ଏକ ଗାଡି ଗ୍ୟାରେଜରୁ ଆଲୁମିନିୟମ ପାର୍ଟସ ଚୋରୀ ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଜଣେ ଚୋରକୁ ଗିରଫ୍ କରି ଆଜି କୋର୍ଟଚାଲାଣ କରିଛି।ଗିରିଫ୍ ବ୍ୟକ୍ତି ଜଣକ ହେଉଛନ୍ତି ଇଫୋସିଟ ଥାନା ଅଧିନସ୍ଥ ଶିଖରଚଣ୍ଡି ନଗର ଶାନ୍ତିନଗର ପ୍ଲଟନଂ ୩୧ ଅଞ୍ଚଳରେ ରହୁଥିବା କୁର୍ମୟା ରେଡି(୨୫)।ସେ ଗତ ୨୮ତାରିଖ ଅପରାହ୍ନ ସାଢେ ୨ଟାବେଳେ ପ୍ରିୟବ୍ରତ୍ତ ଦାଶଙ୍କ ରଘୁନାଥପୁର ଅଞ୍ଚଳରେ ଥିବା କେ.ଏସ୍ ଅଟୋମୋବାଇଲ ଗ୍ୟାରେଜ ଭିତରେ ପଶି ଏକ ଚାରିଚକିଆ ଯାନରେ ଲାଗୁଥିବା […]

ଖଣ୍ଡଗିରିରେ ଏଥର ଦୁଲୁକିବନାହିଁ ଯାତ୍ରା ପେଣ୍ଡାଲ

ଭୁବନେଶ୍ୱର,୨୯/୧(ଏସଏସନିୟୁଜ) କରୋନା ମହାମାରୀ ପାଇଁ ବାଧକ ସାଜିଲା ଖଣ୍ଡଗିରି ଯାତ୍ରା ।ଗତବର୍ଷଭଳି ଏଥର ମଧ୍ୟ ଦୁଲୁକିବନାହିଁ ଯାତ୍ରା ପେଣ୍ଡାଲ । ଚଳିତ ଥର ଖଣ୍ଡଗିରି ଯାତ୍ରା ପାଇଁ ଅନୁମତି ମିଳିପାରିନାହିଁ । ଯାହାଫଳରେ ଦ୍ବିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ଯାତ୍ରା ବନ୍ଦ ହୋଇଥିବାରୁ ଯାତ୍ରା ଦଳ, କଳାକାର, କମିଟି ସମସ୍ତଙ୍କୁ ନିରାଶହେବାକୁ ପଡିଛି । ଯାତ୍ରା ପରିବେଷଣ ନେଇ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟିମାନଙ୍କ ପକ୍ଷରୁ ଗତ ୨୫ ତାରିଖରେ ଭୁବନେଶ୍ବର ଡିସିପି ଓ ମହାନଗର […]