Browsing category

ମହାନଗର

ତିନି ମହାନଗର ନିଗମର ସିଟ୍ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା

ଭୁବନେଶ୍ୱର,୨୯/୧(ଏସଏସନିୟୁଜ)ରାଜ୍ୟର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ୩ମହାନଗରନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଥିବାନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଟକର ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଥିବାର ବିଜ୍ଞପ୍ତିରେ କୁହାଯାଇଛି ।ସେହିପରି ମହାନଗର ନିଗମ ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଓ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହିଆଧାରରେ ବ୍ରହ୍ମପୁର […]

ହାତପାହାନ୍ତାରେ ମିଳିବ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ

କଟକ,୨୮/୧(ଏସଏସନିଉଜ) ଏଣିକି ଅନଲାଇନ ମାଧ୍ୟମରେ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ ଜନସାଧାରଣଙ୍କୁ ହାତପାହାନ୍ତା ରେ ମିଳିପାରିବ ।ରାଜ୍ୟସରକାରଙ୍କ ଜନ୍ମ ଓ ମୃତ୍ୟୁ ପଞିକରଣ ନୁତନ ପଦ୍ଧତି ମାଧ୍ୟମରେ ଓଡିଶାର ୩୧୪ଗୋଟି ଗ୍ରାମୀଣ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଚଂଳର ୧୧୪ଗୋଟି ଇ- ପୈାରାଚଂଳରେ ଏହି ସେବା ଉପଲବ୍ଧ କରାଯିବାପାଇଁ ଚଳିତ ଜାନୁୟାରୀ୧ ତାରିଖ୨୦୨୨ରୁ ରାଜ୍ୟସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ୱେବସାଇଟ www.birthdeath.odisha.gov.in ସଂଯୋଗ ଶୁଭାରମ୍ଭ କରିଛନ୍ତି ।ଜନସାଧାରଣମାନେ ଏହି ୱେବସାଇଟ ମାଧ୍ୟମରେ ନିଜନିଜ ଅଂଚଳରରେ ଥିବା ଜନସେବା […]

୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ, ୨୮/୧(ଏସ ଏସ ନିଉଜ) ଫେବ୍ରୁଆରୀ ୧ ତାରିଖରୁ ଶ୍ରୀମନ୍ଦିର ଖୋଲିବ ।ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୧ରୁ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।

ବିବାହ ମଣ୍ଡପରୁ ଲୁଟ୍‍

ଭୁବନେଶ୍ୱର,୨୮/୧(ଏସଏସନିଉଜ)ରାଜଧାନୀ ସ୍ଥିତ କେସୁରା ଅଞ୍ଚଳର ଏକ ବିବାହ ମଣ୍ଡପରୁ ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଛନ୍ତି ୨ ଲୁଟେରା । ଅଭିନବ ଉପାୟରେ ଗହଣା ଲୁଟ୍ ହୋଇଛି । ଜଣେ ନାବାଳକ ଓ ଜଣେ ଯୁବକ ଘର ଲୋକ ଭଳି ଆସି ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।ପରିବାର ଲୋକ ବହୁ ଖୋଜାଖାଜି କରି ନିରାଶ ହେବାପରେ ସିସିଟିଭି ଫୁଟେଜରୁ ଲୁଟ୍ ହୋଇଥିବାର ଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ । […]

ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗା ବୁଡ଼ ବାରଣ

କୋଣାର୍କ, ,୨୮/୧(ଏସଏସନିଉଜ) କରୋନା କଟକଣା ପାଇଁ ଏବର୍ଷ ବି ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି । ଫେବ୍ରୁଆରୀ ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିଛି । କଟକଣା ଭିତରେ ଠାକୁରଙ୍କ ମହାସ୍ନାନ ହେବ । ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ ସହମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନୀତି କଟକଣା ଭିତରେ ହେବ ।  

ବନ୍ଧା ହେଲା କେବିଏନ ଗ୍ରୁପ ମୁଖ୍ୟ ବୁବୁ

ଭୁୁବନେଶ୍ୱର,୨୮/୧(ଏସଏସନିୟୁଜ)ଶେଷରେ ପେଲିସ ହାତରେ ଧରାପଡିଛି କେବିଏନ୍ ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା ।ପୋଲିସ ଆଖିରେ ଧୁଳିଦେଇ ୨ମାସଧରି ଫେରାର ରହିଥିବା ବୁବୁକୁ ଡେଲ୍ଟା ଅଞ୍ଚଳରୁ କମିଶନରେଟ ପୁଲିସ୍ ଗିରଫକରିବା ସହ ତାପାଖରୁ ଏକ ଖଣ୍ଡାକୁ ଜବତ କରିଛି । ପୂର୍ବରୁ ପୁଲିସ୍ ଏହି ଗ୍ରୁପ୍‌ର ୯ ସଦସ୍ୟଙ୍କୁ ବାନ୍ଧି ସାରିଥିଲା । କେବିଏନ୍ ଗ୍ରୁପର ସଦସ୍ୟମାନେ ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରି ଏହାର ଭୟାନକ ଭିଡିଓ ଓ ରାସ୍ତା […]

ନିର୍ବାଚନ ପୁର୍ବରୁ ବୋମା ମାଡ଼

ପୁରୀ,୨୭/୧(ଏସଏସନିଉଜ) ପୁରୀ ସଦର ଥାନା କାଶୀ ହରିପୁର ପଂଚାୟତରେ ଗୁରୁବାର ସକାଳେ ବୋମା ମାଡ କରାଯାଇଛି । ବାଇକରେ କିଛି ଦୁର୍ବୃତ ଆସି ବନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ୩ଟି ବୋମା ମାଡ କରି ପଳାଇଥିଲେ । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ଅଫୁଟା ରହିଥିଲା ।ତେବେ ପଂଚାୟତ ନିର୍ବାଚନ ପୁର୍ବରୁ କୈାଣସି ପାର୍ଥୀକୁ ଭୟଭିତ କରିବା ପାଇଁ ଏପରି ହୋଇଥିବାର ସନ୍ଦେହ କରାଯାଉଛି । କିଏ ଓ କାହିଁକି ଏହି ବୋମା ମାଡ କରିଛି, […]

ଆଜିଠାରୁ ୟୁଟ୍ୟୁବରେ ପାଠପଢିବେ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୭/୧(ଏସଏସନିଉଜ) ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଆଜିଠାରୁ ୟୁଟ୍ୟୁବରେ ପାଠପଢିବେ ।ଏହି ଜ୍ଲାସ ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ଗୋଟିଏ କ୍ଲାସ ହେବ । ପ୍ରତ୍ୟେକ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ୟୁଟ୍ୟୁବ ପାଠପଢ଼ା ସମ୍ପର୍କରେ ସଚେତନ ରହିବାକୁ କୁହାଯାଇଥିବାବେଳେ ପୁର୍ବରୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ […]

ସାତକୋଶିଆରେ ଗଡିବ ସଫାରି ଗାଡ଼ି

ଅନୁଗୁଳ , ୨୭/୧(ଏସଏସନିଉଜ) ସାତକୋଶିଆ ଅଭୟାରଣ୍ୟରେ ଗଡିବ ସଫାରି ଗାଡ଼ି । ପର୍ଯ୍ୟଟକମାନେ ସଫାରୀଗାଡିରେ ବସି ଅଭୟାରଣ୍ୟରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବା ଓ ଏଥିସହ ପାଖରୁ ବନ୍ୟପ୍ରାଣୀଙ୍କୁ ଦେଖି ମଜ୍ଜା ଉଠାଇପାରିବେ ।ଏଥିପାଇଁ ୪ଟି ସଫାରୀ ବସ ଆସି ପହଁଚିଛି ।ତେବେ ସଫାରୀ ବସରେ ବୁଲିଲେ କେତେଟଙ୍କା ଦେବାକୁ ପଡିବ,କେଉଁଅଂଚଳ ବୁଲିବାକୁ ହେବ, ଏବିଷୟରେ ବିଧିବଦ୍ଧ ଭାବେ ନିଷ୍ପତି ସରିଲେ ଖୁବଶିଘ୍ର ପର୍ଯ୍ୟଟକମାନେ ଏହି ସେବାପାଇପାରିବେ ବୋଲି ଜଣାପଡିଛି ।

ଫେରିବ ଶୀତ

ଈୁବନେଶ୍ୱର, ୨୭/୧(ଏସଏସନିଉଜ) ପୁଣି ଫେରିବ ଶୀତ । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ୩୦ ତାରିଖ ଯାଏ ଶୀତ ଲହର ଜାରି ରହିବ । ଏହାସହିତ ଜଗତସିଂହପୁର, କଟକ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ କରିଛି ।