Browsing category

ମହାନଗର

ମିଠା ଦୋକାନ ଉପରେ ଚଢ଼ାଉ

କଟକ, ୨୭/୧(ଏସଏସନିଉଜ) ଦୀର୍ଘଦିନ ଧରି ବାସିଖାଦ୍ୟ ବିକୁଥିବା ଅଭିଯୋଗ ଜନସାଧାରଣଙ୍କ ଠାରୁ ପାଇବାପରେ ଗୁରୁବାର ସକାଳୁ ସକାଳୁ ଉକ୍ତ ମିଠା ଦୋକାନ ଉପରେ ଚଢ଼ାଉ କରିଥିଲେ ସିଏମସିର ଖାଦ୍ୟ ନିରୀକ୍ଷଣ ଅଧିକାରୀ । ନୂଆବଜ଼ାର ସ୍ଥିତ ମହାବିର ସ୍ୱିଟ ଷ୍ଟଲ ଉପରେ ଅଚାନକ ଚଢଉ କରିଥିଲେ ।ସେଠାରୁ ପ୍ରାୟ ୨୦କେଜିର ବାସିଖାଦ୍ୟ ନଷ୍ଟ କରାଯାଇଥିବାର ସୁଚନା ମିଳିଛି ।

ଗିରଫ ହେଲା ପିଶାଚ

ପୁରୀ , ୨୭/୧(ଏସଏସନିଉଜ) ଗତ ୨୩ ତାରିଖରେ ପଡୋଶୀ ଘରେ ଥିବା ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହେଶ ମହାନ୍ତିକୁ ପୁରୀ ପୁଲିସର ସ୍ୱତନ୍ତ୍ର ଟିମ ଗିରଫ କରିଛି । ନାବାଳିକାଜଣକୁ ଛାତ ଉପରକୁ ନେଇ ସେଠାରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ପିଶାଚ । ଘଟଣା ଘଟିବାର ତିନିଦିନପରେ ପୋଲିସ ହାତରେ ଧରାପଡିଛି ।

ଝାମ୍ପି ନଲେ ସୁନାହାର

ରେଢ଼ାଖୋଲ, ୨୭/୧(ଏସଏସନିଉଜ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳିଗଡ ଶିବମନ୍ଦିର ସମ୍ମୁଖରେ ଜଣେ ନବବିବାହିତା ବିଜୟିନୀ ପ୍ରଧାନ ଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି ଦୁର୍ବୁତ ।ଗତ୨୩ତରିଖରେ ବିଜୟିନୀଙ୍କ ବାହାଘର ହୋଇଛି ।

ବଦଳିଲା ନିୟମ

୧. ଜମ୍ମୁ କାଶ୍ମୀରର ସୋପିଆଁରେ ଏନକାଉଣ୍ଟର; ୨ ଲସ୍କର ଆତଙ୍କବାଦୀ ନିହତ । ୨. ୱେଷ୍ଟଇଣ୍ଡିିଜ କ୍ରିକେଟ୍ ଦଳର ଭାରତ ଗସ୍ତରେ କେବଳ ଅହମଦାବାଦ ଓ କୋଲକାତାରେ ଖେଳାଯିବ ମ୍ୟାଚ୍ । ୩. ୩ୟ ଲହରରେ ମୃତ୍ୟୁବରଣ କରିଥିବା ୬୦% କରୋନା ଆକ୍ରାନ୍ତ ଟିକା ନେଇନଥିଲେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ୪. ସୋନପୁର ମହାନଦୀ ବ୍ରିଜ୍ ସଡକ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ୨ ଲକ୍ଷ ଟଙ୍କା:ମୁଖ୍ୟମନ୍ତ୍ରୀ ୫. […]

ବାରଙ୍ଗରୁ ୯ଜଣଙ୍କର କଟିଲା ପାର୍ଥୀପତ୍ର

ବାରଙ୍ଗ,୨୨/୧(ଏସଏସନିଉଜ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନପାଇଁ ଶୁକ୍ରବାରଥିଲା ପାର୍ଥୀପତ୍ର ଦାଖଲର ଶେଷଦିନ ।ଶେଷଦିନରେ ବାରଙ୍ଗବ୍ଲକର ୧୬ଗୋଟି ପଂଚାୟତରେ ସରପଂଚପାଇଁ ୬୮ଜଣ,ସମିତିସଭ୍ୟପାଇଁ ୬୪ଓ ୱାର୍ଡମେମ୍ବରପାଇଁ ୪୦୧ଜଣଙ୍କୁନେଇ ସମୁଦାୟ ୫୩୩ଜଣ ପାର୍ଥୀପତ୍ର ଦାଖଲ କରିଥିଲେ ।ଶନିବାର ଯାଂଚ ପରେ ସେମାନଙ୍କ ମଧ୍ୟରୁ ୱାର୍ଡମେମ୍ବର୮ଜଣ ଓ ସମିତିସଭ୍ୟଜଣେଙ୍କୁ ମିଶାଇ ୯ଜଣ କଟିବାପରେ ୫୨୪ଜଣଙ୍କର ପାର୍ଥିପତ୍ର କାଏମ ରହିଥିବାର ବିଡିଓ ପ୍ରଭାକର ପଣ୍ଡା ସୁଚନା ଦେଇଛନ୍ତି ।

ନୃଶଂସ ଭାବେ ହତ୍ୟା କଲା ନାତି

କନ୍ଧମାଳ ,୨୨/୧(ଏସଏସନିଉଜ) କନ୍ଧମାଳ ଜିଲ୍ଲା ରାଇକିଆ କାମ୍ବାଗୁଡା ଗାଁରେ ଜେଜେ ମାଁଙ୍କୁ ତଣ୍ଟି ଚିପି ହତ୍ୟା କରିଲା ନାତି । ୮୦ ବର୍ଷର ବୃଦ୍ଧା ସୋରଜିନି ପ୍ରଧାନ ତାଙ୍କ ମାନସିକ ବିକାରଗ୍ରସ୍ତ ନାତି ସହ ରହୁଥିଲେ । ଗତକାଲି ରାତିରେ ନାତି ମନୋଜ ପ୍ରଧାନ ଜେଜେମାଙ୍କୁ ଅତି ନୃଶଂସଭାବେ ହତ୍ୟା କରିଥିବା ବିଷୟରେ ଗାଁଲୋକଙ୍କଠାରୁ ଖବରପାଇ ଆଜି ପୋଲିସ ପହଞ୍ଚି ଶବକୁ ଜବତ କରି ମନୋଜ କୁ ଗିରଫ କରିଛି ।

ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

  ଭୁବନେଶ୍ୱର,୨୨/୧(ଏସ ଏସ ନିଉଜ) ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ […]

ସାଧାରଣତନ୍ତ୍ର ଦିବସରେ କେଉଁଠାରେ କିଏ ଉଡାଇବେ ଜାତୀୟ ପତାକା

ଭୁବନେଶ୍ୱର,୨୧/୧(ଏସଏସନିୟୁଜ) ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଦେବେ। କଟକରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୁରୀରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ବଲପୁରରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ନୟାଗଡ଼ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁରରେ ସଂସ୍କୃତି ମନ୍ତ୍ରୀ […]

ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ: ମହଙ୍ଗା ପଡିଲା

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ଗୋଟେପଟେ ନାଇଟ କର୍ଫ୍ୟୁ ଚାଲିଥିବାବେଳେ ବିଳମ୍ଭିତରାତିରେ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରିବା ମହଙ୍ଗା ପଡିଲା ।ଖବରପାଇ ପୋଲିସ ଚଢଉ କରିବାରୁ ଛତ୍ରଭଙ୍ଗ ଦେଇଥିଲେ ଯୁବକ ।ଏହିଭଳି ଘଟଣା ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ଦେଖିବାକୁ ମିଳିଛି । ରାତି ପାଖାପାଖି ସାଢ଼େ ୧୨ଟା । ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟ ସାମ୍ନା ମୁଖ୍ୟ ରାସ୍ତାରେ ୧୫ଟି ବାଇକ୍ ସହ ୨ଟି କାର ରଖାଯାଇଥିଲା । ଏକ ବାର୍ଥ ଡେ କେକ୍ ରଖି ସେଲିବ୍ରେସନ କରୁଥିଲେ ।ପୋଲିସକୁ […]

ବିଜେଡି ପକ୍ଷରୁ ବବିତାରାଉତ ନାମାଙ୍କନ ପତ୍ର ଦାଖଲ କଲେ

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ରାଜନୈତିକ କ୍ଷେତ୍ରରେ ସବୁସମୟରେଚର୍ଚ୍ଚାରେରହିଆସିଛି ଭୁୁବନେଶ୍ୱରବ୍ଲକର ରଘୁନାଥପୁର, ଦାଢା, କଲ୍ୟାଣପୁର, ବରିମୁଣ୍ଡ,ଇଞଣା ଆଦିକୁ ନେଇ ଗଠିତ ୫ପଂଚାୟତ । ଏହି ୫ପଂଚାୟତକୁନେଇ ଗଠିତ ହୋଇଛି ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ । ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ଶେଷରେ ଦାଢାଗ୍ରାମପଂଚାୟତର ବାଲିପଡା ଗ୍ରାମର ବବିତା ରାଉତକୁ ବିଜେଡି ପାର୍ଥିନୀ କରିଛି ।ଶେଷଦିନରେ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ […]