Browsing category

ମହାନଗର

କେନ୍ଦ୍ରକୁ ମଗାଯିବ ସ୍ବତନ୍ତ୍ର ମାର୍ଗଦର୍ଶିକା

ଭୁବନେଶ୍ୱର,୪/୧(ଏସଏସନିୟୁଜ) ଓମିକ୍ରନ ଏବେ ଧିରେଧିରେ ତାର କାୟାବିସ୍ତାର କରିବା ଆରମ୍ଭ କରିବାକୁ ଲାଗିଲାଣି ।ଏହାକୁ ରୋକିବା ପାଇଁ ରାଜ୍ୟସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପଡୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏବେ ଏହାର ହାର କମ୍ ରହିଛି। ମାତ୍ର ଏହାକୁ ହାଲୁକା ଭାବେ ଗ୍ରହଣ କରିହେବନାହିଁ।ଏଥିନିମନ୍ତେ ଶଯ୍ୟା ସଂଖ୍ୟା ବୃଦ୍ଧି ଅମ୍ଳଜାନ ସଂରକ୍ଷଣ ସହ ଆନୁଷଙ୍ଗିକ […]

ଜାନୁୟାରୀରେ ବଟାନିକାର୍ଲରେ ବଣଭୋଜି ମନା

ବାରଙ୍ଗ,୩/୧(ଏସଏସନିୟୁଜ) ୫ଦିନର ବନ୍ଦ ପରେ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଉଭୟପାର୍କ ପର୍ଯ୍ୟଟକମାନଙ୍କପାଇଁ ମଙ୍ଗଳବାରଠାରୁ ଖୋଲିବାକୁ ଯାଉଛି ।ଉଭୟପାର୍କ ବନ୍ଦ ସତ୍ୱେ ପ୍ରତିଦିନ ନଜାଣିପାରି କିଛିକିଛି ପର୍ଯ୍ୟଟକମାନେ ନନ୍ଦନକାନନକୁ ଆସି ନିରାଶ ହୋଇ ଫେରୁଥିଲେ ।ଯେଉଁମାନେ ଅନଲାଇନରେ ବଟାନିକାର୍ଲଗାର୍ଡେନପାଇଁ ପିଣ୍ଡି ଓ ଅନଲାଇନରେ ପ୍ରବେଶ ପାଇଁ ଟିକେଟ କାଟିଛନ୍ତି ସେମାନେ ୧୦ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ନନ୍ଦନକାନନ କର୍ତୁପକ୍ଷ ସୁଚନା ଦେଇଛନ୍ତି ।ସେହିଭଳିଭାବେ ମଙ୍ଗଳବାରଦିନ ଉଭୟପାର୍କ ଖୋଲୁଥିବାବେଳେ ବଟାନିକାର୍ଲଗାର୍ଡେନ ରେ ବଣଭୋଜି ପାଇଁ ବାରଣ କରାଯାଇଛି […]

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର

ଭୁବନେଶ୍ୱର,୩/୧(ଏସଏସନିୟୁଜ) ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଓଡ଼ିଶା ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ସବୁ ମ୍ୟୁନିସିପାଲ କମିସନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ସୀମା ପୁନଃ ନିର୍ଦ୍ଧାରଣ ହେବ । ଓବିସି ସଂରକ୍ଷଣ ଅଣସୂଚିତ ଅଞ୍ଚଳରେ ରହିବନି […]

ଜଗନ୍ନାଥଙ୍କ ଦର୍ଶନ କଲେ ନୂଆ ଡିଜିପି

ପୁରୀ, ୩/୧(ଏସଏସନିୟୁଜ) ଆଜି ନୂଆ ଡିଜିପି ସୁନୀଲ ବଂଶଲ ପତ୍ନୀଙ୍କ ସହିତ ଆସି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବାସହ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି  

୩ହଜାର ଲିଟର ପୋଚ ନଷ୍ଟକଲା ଅବକାରୀବିଭାଗ

ବାଙ୍କୀ, ୩/୧(ଏସଏସନିୟୁଜ)ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫୦ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯିବାସହ ୩ହଜାର ୨୦୦ଲିଟର ମଦ ରନ୍ଧା ପାଇଁ ମହଜୁଦ ଥିବା ପୋଚକୁ ନଷ୍ଟ କରାଯାଇଛି । ପଶାଣିଆ ଓ ବରପୁଟ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚୋରାରେ ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ସୂଚନା ପାଇ ଚଢାଉ କରାଯାଇଥିଲା। ଏହି ଘଟଣାରେ କାହରିକୁ ଗିରଫ କରିପାରିନଥିବା ଜଣାପଡିଛି।

ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର,୩/୧(ଏସଏସନିୟୁଜ)ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକ୍ସେନାଙ୍କ ବଦଳି ହୋଇ ଜିଲ୍ଲାପାଳ ହେଲେ ଦିବ୍ୟଜ୍ୟୋତି ପରିଡ଼ା । ଶୁଭମ୍ ସାକ୍ସେନା ହେଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ। ରାଉରକେଲା ମହାନଗର ନିଗମର କମିଶନର ହେଲେ ଶୁଭଙ୍କର ମହାପାତ୍ର।

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର‌୍ୟ୍ୟକାରୀ ହେବ ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ଥିବାବେଳେ ଏହା […]

ସିଲ୍ ହେଲା ସିମେଣ୍ଟ କାରଖାନା

କଟକ, ୩/୧(ଏସଏସନିୟୁଜ) କଟକ ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନାକୁ ପୋଲିସ ସିଲ୍ କରିଛି । ଅପମିଶ୍ରଣ ଓ ନକଲି ସାମଗ୍ରୀ ଉତ୍ପାଦନ କରାଯାଉଥିବା ଅଭିଯୋଗର ଆଧାରରେ ପୋଲିସ ସିମେଣ୍ଟ କାରଖାନାକୁ ସିଲ୍ କରିଥିବାର ଜଣାପଡିଛି ।

ପୁଅକୁ ମାରି କୂଅକୂ ଫିଙ୍ଗିଦେଲା ଜନ୍ମଦେଇଥିବା ମାଆ!

କେନ୍ଦ୍ରାପଡ଼ା, ୩/୧(ଏସଏସନିୟୁଜ) ୨ ବର୍ଷର ପୁଅକୁ ହତ୍ୟା କରିଛି ଜନ୍ମଦେଇଥିବା ମାଆ ।ହତ୍ୟା କରି ଅଖାରେ ପୁରାଇ କୁଅକୁ ଫିଙ୍ଗିଦେଇଥିବାଭଳି ଅଭିଯୋଗ ହୋଇଛି । କୂଅଭିତରୁ ଅଗ୍ନିଶମ ବାହିନୀ ଓ ପୋଲିସ୍ ମୃତଦେହକୁ ଉଦ୍ଧାର କରିଛି । ସାମାନ୍ୟ ଘରୋଇ କଳିରୁ ଏହି ଭଳି ବର୍ବର୍ କାଣ୍ଡ ମାଆ ଘଟାଇଥିବା କୁହାଯାଉଥିବାବେଳେ ଉଭୟ ସ୍ୱାମୀ ଓ ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।ଯାହା ଏବେ ସେହିଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

NITରେ କରୋନା

ରାଉରକେଲା, ୩/୧(ଏସଏସନିୟୁଜ) ରାଉରକେଲା ଏନଆଇଟିର ୩ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ଜଣେ ଜଣେ ଛାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ତେବେ ୩ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବାର ଜଣାପଡିଛି ।