ମୁହଁ ଫେରାଉଛି କରୋନା

ଆଜିର ଖବର,ତାରିଖ–17-JAN-2022 (ସୋମବାର)

୧. ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ଟୋକିମରା’ ପର୍ବ ପର୍ଯ୍ୟାୟକ୍ରମେ ପାଳିତ ହୋଇଛି ।
୨. ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ ପୂର୍ବରୁ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତଙ୍କୁ ଦଳ ବିରୋଧୀ ବିବୃତ୍ତି ପାଇଁ କ୍ୟାବିନେଟରୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି ।
୩. ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିକୁ ନିଜର ଦାବି କଲା ନେପାଳ, ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଭାରତକୁ କଲା ଅପିଲ ।
୪. ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ଏନେଇ ନାମାଙ୍କନ ପତ୍ର ଦାଖଲ ହେବ । ଅର୍ଥାତ ୧୭ ରୁ ୨୧ ତାରିଖ ଯାଏ ୱାଡସଭ୍ୟଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନୋମିନେସନ୍ ଭରିବେ ।
୫. ତମାଖୁ ଦ୍ରବ୍ୟର ବ୍ୟବହାର ପ୍ରଦର୍ଶିତ କରୁଥିବା ଫିଲ୍ମ-ଓଟିଟି ପ୍ଲାଟଫର୍ମ ଉପରେ ଲାଗୁ ହେଉ ଅଧିକ ଟ୍ୟାକ୍ସ, ଶିଶୁ ସୁରକ୍ଷା ଆୟୋଗଙ୍କ ଦାବି ।
୬. ୧୭ରୁ ବିଶ୍ୱ ଆର୍ଥିକ ମଞ୍ଚର ଡାଭୋସ ଶିଖର ସମ୍ମିଳନୀ, ସୋମବାର ସମ୍ୱୋଧନ କରିବେ ମୋଦି । ୫ ଦିନ ଧରି ଚାଲିବ ଏହି ଶିଖର ସମ୍ମିଳନୀ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ‘ବୈଶ୍ୱିକ ସ୍ଥିତି’ ବିଷୟ ଉପରେ ସମ୍ମିଳନୀକୁ ସମ୍ୱୋଧିତ କରିବେ ୭. ଭାରତୀୟ ଉଦୀୟମାନ ଶଟଲର ଲକ୍ଷ୍ୟ ସେନ୍‌ ଚଳିତ ଇଣ୍ଡିଆ ଓପନ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର ଲୋ କିନ୍‌ ୟେଙ୍କୁ ୨୪-୨୨, ୨୧-୧୭ରେ ହରାଇ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇଛନ୍ତି ଲକ୍ଷ୍ୟ ।
୮. ବଢ଼ିଲା କଣ୍ଟେନମେଣ୍ଟ ଜୋନ୍: ଭୁବନେଶ୍ୱରରେ ଆଉ ୧୦ ମାଇକ୍ରୋ କଣ୍ଟେନମେଣ୍ଟ ଓ ୮ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି ।
୯. ଓଡ଼ିଶା ପହଞ୍ଚିବ ଓମିସିୟୋର କିଟ୍ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇପାରିବ । ରାଜ୍ୟରେ ଜିନୋମ ସିକ୍ୱେନ୍ସିଂ ଅଧିକ ସଂଖ୍ୟକ ହୋଇପାରୁନଥିବାରୁ ଓମିସିୟୋର କିଟ୍ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ଭାବରେ ସହାୟକ ହେବ ।
୧୦. ମୁମ୍ବାଇରୁ ମୁହଁ ଫେରାଉଛି କରୋନା: ଗତ ୨୪ଘଣ୍ଟା ମଧ୍ୟରେ ମୁମ୍ବାଇରେ କରୋନା ମାମଲା ତୀବ୍ର ହ୍ରାସ ଘଟିଛି । ରବିବାର ମୁମ୍ବାଇରେ କୋରୋନାର ୭୮୯୫ଟି ନୂତନ କୋଭିଡ ମାମଲା ସାମ୍ନାକୁ ଆସିଛି । ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ରବିବାର କେବଳ ମହାରାଷ୍ଟ୍ରରେ ୪୧,୩୨୭ଟି ମାମଲା ରେକର୍ଡ଼ ହୋଇଛି ।
୧୧. ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏର ରାଜ୍ୟ ସଭାପତି ହୋଇଛନ୍ତି ପ୍ରଫେସର ଡାକ୍ତର ରଜତ କୁମାର ରାୟ ।
୧୨. ଏଇଟ୍ ସିଟର୍ ଯାଏଁ ସବୁ କାର୍‌ରେ ବାଧ୍ୟତାମୂଳକ ହେବ ୬ ଏୟାର ବ୍ୟାଗ୍ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ ।
୧୩. କରୋନା କାଳରେ ବୃଦ୍ଧି ପାଇଛି ପାରାସିଟାମୋଲର ବ୍ୟବହାର: ଏହି ବଟିକା ବିକ୍ରିରେ ସୃଷ୍ଟି କଲା ରେକର୍ଡ ।
୧୪. ବିମାନ ଯାତ୍ରୀଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏଣିକି ବିମାନରେ ଯାତ୍ରା କରିବା ଆହୁରି ମହଙ୍ଗା ହେବ ।  ଏହା ସହିତ ବିମାନ ଇନ୍ଧନ ଅର୍ଥାତ୍ ଏଟିଏଫ୍ ୪.୨ ପ୍ରତିଶତ ମହଙ୍ଗା ହୋଇଛି ।
୧୫. ଟିକାର ଉଭୟ ଡୋଜ୍‌ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ । ରବିବାର ସୁଦ୍ଧା ଦେଶରେ ୧୫୬ କୋଟି ୭୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।
୧୬. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି। ସେ ଏକ ଟୁଇଟ୍ କରି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପଞ୍ଜୀକରଣ ପାଇଁ କହିଛନ୍ତି ।
➡️ଓମିକ୍ରନ୍ କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING

Comments (0)
Add Comment