ଭୁବନେଶ୍ୱର,୨୬।୭(ଏସଏସନିଉଜ)ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର ପଦାସାହି ସ୍ଥିତ ବୁଥନମ୍ବର–୩ଠାରେ ଆୟୋଜିତ ୧୩୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାଦାୟକ ସମ୍ବୋଧନ ଶ୍ରବଣ କରିଥିଲେ।
ମନ୍ କି ବାତ୍ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶର ନାଗରିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ସଂଳାପର ଏକ ସଶକ୍ତ ମାଧ୍ୟମ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶର ବିକାଶ, ସାମାଜିକ ଦାୟିତ୍ୱବୋଧ, ଜନଭାଗୀଦାରି, ଆତ୍ମନିର୍ଭର ଭାରତ ଏବଂ ରାଷ୍ଟ୍ର ଗଠନରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଅବଦାନକୁ ଆହୁରି ସୁଦୃଢ଼ କରିବାର ପ୍ରେରଣା ଦେଇଥାଏ
ବୋଲି ଶ୍ରୀ ମହାପାତ୍ର କହିଥିଲେ।
ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ଆହ୍ୱାନ ଜନସାଧାରଣଙ୍କୁ ଦେଶହିତରେ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢ଼ିବା, ସମାଜସେବାରେ ନିଜକୁ ସମର୍ପିତ କରିବା ଏବଂ ‘ବିକଶିତ ଭାରତ’ ଗଠନରେ ସକ୍ରିୟ ସହଭାଗୀ ହେବା ପାଇଁ ଉତ୍ସାହିତ କରୁଛି। ଏହି ବାର୍ତ୍ତା ପ୍ରତ୍ୟେକ ନାଗରିକଙ୍କ ମନରେ ରାଷ୍ଟ୍ରପ୍ରେମ, କର୍ତ୍ତବ୍ୟବୋଧ ଓ ସେବାଭାବକୁ ଅଧିକ ସୁଦୃଢ଼ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ବୁଥ୍ କାର୍ଯ୍ୟକର୍ତ୍ତା, ଦଳୀୟ ପଦାଧିକାରୀ, ସ୍ଥାନୀୟ ବାସିନ୍ଦା ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶ୍ରବଣ କରିଥିଲେ।