ଟିକା ନ ନେଲେ ଖେଳି ପାରିବନି…..

ଆଜିର ଖବର,ତାରିଖ–18-JAN-2022(ମଙ୍ଗଳବାର)

୧. ଭାରତ ପୁଞ୍ଜିନିବେଶର ଏକ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଶ୍ବ ଅର୍ଥନୀତି ଫୋରମ୍‌ର ‌ଡାଭୋସ୍ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।
୨. ପଜିଟିଭ୍ ହାରରେ ବି ସର୍ବକାଳୀନ ଦିନିକିଆ ରେକର୍ଡ, ସୁନ୍ଦରଗଡ଼ ଜିଲ୍ଲାର ପଜିଟିଭ୍ ହାର ୫୫% ।
୩. ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଶାନ୍ତିଦେବୀ -ସାତ ଦଶନ୍ଧିର ନିରବଚ୍ଛିନ୍ନ ସେବାରେ ପଡିଛି ପୂର୍ଣ୍ଣଚ୍ଛେଦ ।
୪. ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ନୂଆ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ହାର୍ଦ୍ଦିକ ପାଣ୍ଡ୍ୟା, ଆଫଗାନିସ୍ତାନ ଲେଗ୍‌ ସ୍ପିନର ରଶିଦ ଖାଁ ଏବଂ ଶୁବମାନ ଗିଲଙ୍କୁ ଦଳରେ ନେବ ।
୫. ଜମ୍ମୁ-କଶ୍ମୀର ପୁଲିସ ସୋମବାର ଅୱନ୍ତିପୋରାରୁ ଦୁଇ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି ।
୬. JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା ।
୭. ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)ଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟକୁ ଆଜିଠୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ହୋଇଛି ।
୮. କୌଣସି ବ୍ୟକ୍ତିଙ୍କ ବିନା ସହମତିରେ ତାଙ୍କୁ କୋଭିଡ୍‌ ଟିକା ଦିଆଯାଇପାରିବ ନାହିଁ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା କୋଭିଡ୍‌-୧୯ ଟିକା ଗାଇଡ୍‌ଲାଇନରେ ବାଧ୍ୟତାମୂଳକ ଟିକାକରଣ କଥା କୁହାଯାଇନାହିଁ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।
୯. ଆଫଗାନିସ୍ତାନରେ ଭୂମିକମ୍ପର ତୀବ୍ର ଝଟକା, ୧୨ ମୃତ, ଅନେକ ଆହତ ।
୧୦. ଅଖିଳ ଭାରତୀୟ କୋଟା ଓ ରାଜ୍ୟ କୋଟାର ସିଟ୍ ଅଧିନରେ ଆଡମିଶନ ପାଇଁ NEET UG 2021 କାଉନସେଲିଂ ସିଡ୍ୟୁଲ ଜାରି କରାଯାଇଛି । ମେଡିକାଲ କାଉନସେଲିଂ କମିଟି, ଏମସିସିର ଅଫିସିଆଲ ୱେବସାଇଟ୍ mcc.nic.inରେ ଏହି ସିଡ୍ୟୁଲ ପ୍ରକାଶ ପାଇଛି ।
୧୧. ଦକ୍ଷତା ବିକାଶ ପ୍ରତିଯୋଗିତାରେ କୀର୍ତ୍ତିମାନ ସ୍ଥାପନ କଲା ଓଡ଼ିଶା । ଇଣ୍ଡିଆ ସ୍କିଲ୍ ୨୦୨୨ ପ୍ରତିଯୋଗିତାରେ ମିଳିଲା ୫୧ଟି ପଦକ ।
୧୨. ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରାଯାଇଛି । ଉଭୟ ଫେସବୁକ୍ ଏବଂ ଟ୍ୱିଟ୍ଟରରେ ଏହି ଫଟୋକୁ ପରିବର୍ତ୍ତନ କରାଯାଇଛି ।
୧୩. ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ୭୧୧୬ଜଣ ୱାର୍ଡମେମ୍ବର ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
୧୪. ଟିକା ନ ନେଲେ ଖେଳି ପାରିବନି ଫ୍ରେଞ୍ଚ ଓପନ: ଜୋକୋଭିଚଙ୍କୁ ଲାଗିଲା ଆଉ ଏକ ଝଟକା ।
୧୫. ଓମିକ୍ରନ ପାଇଁ ଆସିପାରେ ସ୍ୱତନ୍ତ୍ର ଟିକା: ନିର୍ମାଣ କରୁଛି ପୁନେର ଜେନୋଭା ବାୟୋଫାର୍ମାସିଟ୍ୟୁକାଲ କମ୍ପାନୀ ।
୧୬. ଆଗକୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ:୧୪ ଫେବୃୟାରୀ ପରିବର୍ତ୍ତେ ୨୦ ଫେବୃଆରୀରେ ମତଗ୍ରହଣ ଅନୁଷ୍ଠିତ ହେବ।
୧୭. ଆଇଇଆଇଟି ମାଡ୍ରାସର ନୂଆ ଆକଳନ: ଦେଶରେ ଖସୁଛି ଆର ଭାଲ୍ୟୁ, ୱାସିଂଟନର ବୈଜ୍ଞାନିକଙ୍କ ମତରେ ଶୀଘ୍ର ସରିବ ମହାମାରୀ ।
୧୮. ମାର୍ଚ୍ଚରୁ ୧୨-୧୪ ବର୍ଷ ବର୍ଗ ପିଲାଙ୍କୁ ମିଳିପାରେ କୋଭିଡ୍ ଟିକା ।
୧୯. ୩୧% କମିଲା ସଂକ୍ରମଣ, କିନ୍ତୁ ଟିପିଆର ଏବେ ବି ୨୮% । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୨,୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରବିବାର ଦିଲ୍ଲୀରେ ୧୮,୨୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
୨୦. ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି ।
୨୧. ଚଳିତବର୍ଷ ମାର୍ଚ୍ଚ ୨୧ ପରେ ଆଫ୍‌ଗାନିସ୍ତାନରେ ସବୁ ଝିଅଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ ବୋଲି ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି ।
୨୨. ସ୍ମାର୍ଟ ସିଟି ରାଉରକେଲା ପାଇଁ ଖୁସି ଖବର। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି ।
➡️ଓମିକ୍ରନ୍ କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING ,ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

Comments (0)
Add Comment