ବଦଳିଲା ନିୟମ

ଆଜିର ଖବର,ତାରିଖ–23-01-2022 (ରବିବାର)

୧. ଜମ୍ମୁ କାଶ୍ମୀରର ସୋପିଆଁରେ ଏନକାଉଣ୍ଟର; ୨ ଲସ୍କର ଆତଙ୍କବାଦୀ ନିହତ ।
୨. ୱେଷ୍ଟଇଣ୍ଡିିଜ କ୍ରିକେଟ୍ ଦଳର ଭାରତ ଗସ୍ତରେ କେବଳ ଅହମଦାବାଦ ଓ କୋଲକାତାରେ ଖେଳାଯିବ ମ୍ୟାଚ୍ ।
୩. ୩ୟ ଲହରରେ ମୃତ୍ୟୁବରଣ କରିଥିବା ୬୦% କରୋନା ଆକ୍ରାନ୍ତ ଟିକା ନେଇନଥିଲେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।
୪. ସୋନପୁର ମହାନଦୀ ବ୍ରିଜ୍ ସଡକ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ୨ ଲକ୍ଷ ଟଙ୍କା:ମୁଖ୍ୟମନ୍ତ୍ରୀ
୫. ନୂଆ ନୁହେଁ ଇଣ୍ଡିଆଗେଟ୍ ଓ ଛତ୍ରକୁ ନେଇ ବିବାଦ, ୬୦ଦଶକରେ ହଟାଯାଇଥିଲା ଅସଲ ଐତିହାସିକ ପ୍ରତିକୃତି । ଯେଉଁଥିରେ ଏବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଲଗାଯିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଘୋଷଣା କରିଛନ୍ତି ୬. ଓମିକ୍ରନର ସବ୍ ଭାରିଆଣ୍ଟକୁ ନେଇ ଚିନ୍ତିତ ବୈଜ୍ଞାନିକ! ଭାରତ ସହ ୪୦ ଦେଶ ପାଇଁ ସତର୍କ ଘଣ୍ଟି ।
୭. ଜାନୁଆରୀ ୩୧ରେ ‘ବିଶ୍ଵାସଘାତ ଦିବସ’ ପାଳନ କରିବ କିଷାନ ମୋର୍ଚ୍ଚା, ବିଜେପିକୁ ଭୋଟ୍ ନଦେବାକୁ ଚେତାବନୀ ।
୮. ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଖୁସିଖବର । କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହା ଅଧିନରେ ଦିଲ୍ଲୀ-ଏନସିଆରରେ ବି ‘ୱାନ୍ ରାସନ୍ ୱାନ୍ କାର୍ଡ ଯୋଜନା’ ଲାଗୁ ହେବା ପରେ ଅନ୍ୟ ରାଜ୍ୟଗୁଡ଼ିକରେ ବି ମାଗଣା ରାସନ ମିଳିବା ଆରମ୍ଭ ହୋଇଛି ।
୯. ଗଣତନ୍ତ୍ର ଦିବସ ପରେ ଆୟୋଜିତ ଧ୍ୱଜାବତରଣ କାର୍ଯ୍ୟକ୍ରମରେ ପରିବେଷଣ ହେଉଥିବା ଧ୍ୱନୀରେ ବଡ଼ ପରବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ଠାରୁ ଆଉ ଧ୍ୱଜାବତରଣ ବେଳେ ଶୁଭିବନି ମହାତ୍ମା ଗାନ୍ଧିଙ୍କ ପସନ୍ଦର ଧାର୍ମିକ ଗୀତ Abide with me ।
୧୦. ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ ଆୟୋଜନରୁ ବାଦ ପଡ଼ିଛି କଟକର ବାଟବାଟୀ ଷ୍ଟାଡିୟମ । ନିଷ୍ପତ୍ତି ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ୩ଟି ଯାକ ଦିନିକିଆ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ଇଣ୍ଡିଜ୍‌ ମଧ୍ୟରେ ୩ଟି ଯାକ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ ।
୧୧. ଉତ୍ତର ପ୍ରଦେଶ ସରକାର ସ୍କୁଲ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ 30 ଯାଏ ସମସ୍ତ ସ୍କୁଲ କଲେଜ ଛୁଟିକୁ ବୃଦ୍ଧି କରାଯାଇଛି ।
୧୨. ମାର୍ଚ୍ଚ ଶେଷ ସପ୍ତାହରୁ ଆଇପିଏଲ, ୧୨ ଓ ୧୩ରେ ହେବ ଖେଳାଳିଙ୍କ ଅକ୍ସନ
୧୩. ଆମେରିକା ପ୍ରଶାସନ ତରଫରୁ ଚୀନକୁ ଉଡାଣ ଭରିବାକୁ ଥିବା ୪୪ ଟି ବିମାନ ଉଡାଣକୁ ବାତିଲ କରିବା ପାଇଁ ଘୋଷଣା କରିଛି ଆମେରିକା । ୩୦ ଜାନୁଆରୀରୁ ଏହି ନିୟମ ଲାଗୁ କରାଯିବ ।
୧୪. ଶ୍ରୀଲଙ୍କା ନାଗରିକଙ୍କ ହତ୍ୟାକୁ ସମର୍ଥନ କରିଥିବା ପାକିସ୍ତାନୀ ୟୁଟ୍ୟୁବରକୁ ଜେଲଦଣ୍ଡ ।
୧୫. ଗତକାଲି ରାଜ୍ୟରୁ ୧୧,୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୧୦,୭୬୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୩,୧୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୧୩୬ ଏବଂ କଟକରୁ ୮୪୭ ଜଣ ସୁସ୍ଥ ହୋଇଛନ୍ତି ।
୧୬. ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ରାଜନୀତିକ ରାଲି, ରୋଡ ଶୋ’ ଓ ପଦଯାତ୍ରା ଉପରେ ଲଗାଇଥିବା ରୋକ ଅବଧିକୁ ଆଜି ପୁଣିଥରେ ବୃଦ୍ଧି କରିଛନ୍ତି । ଏହି କଟକଣାକୁ ଜାନୁଆରୀ ୩୧ ଯାଏ ବଢ଼ାଯାଇଥିବା କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।
୧୭. ଫେବ୍ରୁଆରି ପନ୍ଦର ସୁଦ୍ଧା ତୃତୀୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ମିଶ୍ର । ଏହା ସହ ୟୁ କେ ସରକାର ଓମିକ୍ରନ ବିଏ -୨ କୁ ଭେରିଆଣ୍ଟ ଅଫ ଇଣ୍ଟରେଷ୍ଟ ଘୋଷଣା କରିଛନ୍ତି ।
୧୮. ବଦଳିଲା ନିୟମ, ଆକ୍ରାନ୍ତ ହେବାର ୩ ମାସ ପରେ ନେବାକୁ ପଡ଼ିବ ଟିକା…।
୧୯. ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୨୭ଜଣ ରହିଛନ୍ତି ।ସଂକ୍ରମିତଙ୍କ ମଧ୍ୟରୁ ୫୧୨୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୭୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
➡️ଓମିକ୍ରନ୍ କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING 🌹🙏

Comments (0)
Add Comment