ପିକଅପ୍ ଭ୍ୟାନ୍ ଲୁଟ୍ ଘଟଣାର ପର୍ଦାଫାସ କଲା ପୋଲିସ

କଟକ, ୨/୨(ଏସଏସନିଉଜ)ଏକ ବିଦେଶୀ ମଦ ବୋଝେଇ ପିକଅପ୍ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାସ କରିଛି ଜଗତପୁର ଥାନା ପୋଲିସ । ପୋଲିସ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଟାଙ୍ଗୀ ଥାନା ନରେନ୍ଦ୍ରପୁର ଅଞ୍ଚଳର ପିକଅପ୍ ଭ୍ୟାନ ଡ୍ରାଇଭର ଗୋପନ ଓରଫ ମଙ୍ଗଲ ପିଙ୍ଗୁଆ, ପଦିଆ ଓରଫ ପ୍ରଦୀପ କୁମାର ସେଠ. ଚମ୍ପତି ଅଞ୍ଚଳର ଅରୁଣ ଭୋଇ , ଇଟା ଓରଫ ପ୍ରଫୁଲ୍ଲ କୁମାର ଦାସଏବଂ ବୁଟା ଓରଫ ନାରଣ ଦାସଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ସାଢେ୧୨ଲକ୍ଷଟଙ୍କା ମୁଲ୍ୟର ୧୫୭ କାର୍ଟୁନ୍ ବିଦେଶୀ ମଦ, ଲୁଟ୍ ହୋଇଥିବା ପିକପ୍ ଗାଡି, ଲୁଟରେ ବ୍ୟବହୃତ ୨ଟି ବାଇକ୍ ସହ ୩ଟି ମୋବାଇଲ ଫୋନ୍ ଜବତ କରିବାସହ ଅପହରଣ ହୋଇଥିବା ପିକଅପ୍ ଗାଡି ହେଲ୍‌ପର୍ ଲକ୍ଷ୍ମୀଧର ପ୍ରଧାନକୁ ଉଦ୍ଧାର କରିଛି । ଗତ ୨୭ ତାରିଖ ବିଳମ୍ବିତ ରାତ୍ରୀରେ ଓଡି-୦୫- ଏଏଫ୍‌-୪୬୫୧ନଂ ମଦ ବୋଝେଇ ପିକଅପ୍ ଗାଡିଟି ବିରୂପାନଦୀ ବନ୍ଧ ନୂଆସାହି ରାସ୍ତା ଦେଇ ନିଆଳି ଅଭିମୁଖେ ଯାଉଥିଲା ।ଏହିସମୟରେ ୬ ଜଣ ଦୁବୃର୍ତ୍ତ ପିକଅପ୍ ଭ୍ୟାନକୁ ଅଟକାଇ ଡ୍ରାଇଭରର ହାତ ଓ ଗୋଡକୁ ବାନ୍ଧି ନଦୀ ଶଯ୍ୟାରେ ପକାଇ ପିକପ୍ ଗାଡି ସମେତ ଗାଡି ହେଲପରଙ୍କୁ ଅପହରଣ କରି ନେଇଥିଲେ ।

 

Comments (0)
Add Comment