ନନ୍ଦନକାନନରେ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳନ

ବାରଙ୍ଗ,୨/୨(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ଚେତନା କେନ୍ଦ୍ର ସମ୍ମୁଖରେ ବୁଧବାର ବିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ ହୋଇଥାଇଛି।କୋଭିଡ କଟକଣାକୁ ଦୃଷ୍ଟିରେ ରଖି କର୍ତ୍ତୁପକ୍ଷ ଏହି ଦିବସରେ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଥିବା ପର‌୍ୟ୍ୟଟକଙ୍କୁ ଉତ୍ସବରେ ସାମିଲ କରିବା ସହିତ ସେମାନଙ୍କୁ ସଚେତନତା କରିବା ଲାଗି ଦସ୍ତଖତ ଅଭିଯାନ କାର‌୍ୟ୍ୟକ୍ରମ କରାଯାଇଥିଲା।ତା ସହିତ ସଂଞ୍ଚାର ଜରିଆରେ ଆର୍ଦ୍ରଭୂମି ଉପରେ ଏହାର ସୁରକ୍ଷା ପାଇଁ ପରିଦର୍ଶକ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କୁଇଜ ଓ ଫଟୋଚିତ୍ର ପ୍ରତିଯୋଗିତା କରାଯାଇଥିଲା।ପ୍ରଥମ,ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗିତାଙ୍କୁ ପୁରସ୍କୃତ କରାଯିବ।ନନ୍ଦନକାନନର ଶିକ୍ଷାଅଧିକାରୀ ମିଲନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ନନ୍ଦନକାନନ ଉପନିର୍ଦେଶକ ଡ.ସଂଞିତ୍ କୁମାର ମୁଖ୍ୟ ଅତିଥିଭାବେ ଭାବେ ଯୋଗଦେଇ ଉତ୍ସବରେ ଯୋଗଦେଇଥିବା ପର‌୍ୟ୍ୟଟକଙ୍କୁ ଆର୍ଦ୍ରଭୂମି ଦିବସ ସମ୍ପର୍କରେ ସଚେତନତା କରାଇଥିଲେ। (ଗୈାତମରାଉତଙ୍କରିପୋର୍ଟ)

Comments (0)
Add Comment