Browsing category

ମହାନଗର

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର, ୩୦/୧୨(ଏସଏସନିୟୁଜ) ଆଜି ଭୋରୁ ଗଂଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର‌୍ୟ୍ୟାଳୟର କନିଷ୍ଠ କିରାଣୀ ଏଲ. କାମରାଜୁ ଦାସଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । କିରାଣୀଙ୍କ ବ୍ରହ୍ମପୁର ସ୍ଥିତି କାର୍ଯ୍ୟାଳୟ, ଆଙ୍କୁଲି ଖାଲା ସାହି ସ୍ଥିତ ବାସଭବନ ସମେତ ଅନ୍ୟ ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ସଂକେତ ଜାରି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨, ସମିତି ସଭ୍ୟଙ୍କ ପାଇଁ ୧୯ଟି ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ ପ୍ରକାର , ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନ ସହିତ ୧୯ ପ୍ରକାର ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, […]

ଜାନୁୟାରୀ ୩ରୁ ୧୫-୧୮ବର୍ଷ ପିଲାଙ୍କ ଟିକାକରଣ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ)ଜାନୁୟାରୀ ୩ ତାରିଖରୁ ୧୫-୧୮ବର୍ଷ ପିଲାଙ୍କ କୋଭିଡ ଟିକାକରଣ ଆରମ୍ଭ ହେବ ।ଏଥିପାଇଁ ଅନଲାଇନ୍ ଓ ଅନସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ।ଆବଶ୍ୟକତାଥିବା ପ୍ରମାଣପତ୍ର ନଥିଲେ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜୀକରଣ କରିହେବ ଓ ପିଲାମାନେ ଟିକା ନେଇ ପାରିବେ ବୋଲି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପୂର୍ବରୁ ‌ଯେଉଁ ଟିକାଦାନ କେନ୍ଦ୍ର ରହିଛି ସେଠାରେ ଦିନ ୮ଟାରୁ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ । ପିଲାମାନଙ୍କୁ କୋଭାକ୍ସିନ୍‌ର ଦୁଇ […]

ମଂଚେଶ୍ୱରରେ ସଶସ୍ତ୍ର ଡକାୟତି

ଭୁବନେଶ୍ୱର, ୩୦/୧୨(ଏସଏସନିୟୁଜ) ମଚେଂଶ୍ୱର ଥାନା ଭୋଟପଡାଠାରେ ରହୁଥିବା ବିଜେପି ନେତା ଦୀନବନ୍ଧୁ ଦାସଙ୍କ ଘରୁ ଡକାୟତି ହୋଇଛି । ଘର ବାହାରେ କିଛି ଶବ୍ଦ ଶୁଭିବାରୁ ଦୀନବନ୍ଧୁ ଓ ତାଙ୍କ ପତ୍ନୀ ଗତକାଲି ରାତି ପ୍ରାୟ ସାଡେ ଗୋଟାଏ ବେଳେ ବାହାରକୁ ଆସିଥିଲେ । ଏହି ସମୟରେ ୫ଜଣ ଦୁର୍ବୃତ ହଠାତ ଘର ଭିତରକୁ ଧସେଇ ପଶି ପ୍ରଥମେ ଏକ ଲୁହା ରଡରେ ଦୀନବନ୍ଧୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେବାସହ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ […]

୧୯ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ବର,୩୦/୧୨(ଏସଏସନିୟୁଜ) ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିନୋଟି ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ନିଶା ଔଷଧ ଜବତ କରାଯିବାସହ କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି।ଚଢ଼ଉ ବେଳେ ୧୯କୁଇଣ୍ଟାଇ ୭୨ କିଲୋଗ୍ରାମ ଗଞ୍ଜେଇ, ୯୬ ବୋତଲ କଫସିରପ, ୨୦୦ଟି ଇଞ୍ଜେକ୍ସନ, ୧୮୫୦ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍ ଜବତ କରାଯାଇଛି।ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ସମୟରେ ଗଜପତି ଜିଲା ଅବକାରୀ ଅଧିକାରୀମାନେ ଏକ […]

ସାଧୁ କାଳୀଚରଣଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ, ୩୦/୧୨(ଏସଏସନିୟୁଜ) ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ମହଙ୍ଗା ପଡିଛି । ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ସହ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିବା ଅଭିଯୋଗରେ ସାଧୁ କାଳୀଚରଣ ମହାରାଜଙ୍କୁ ପୁଲିସ ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ କରିଛି।ଏସର୍ମ୍ପକରେ ରାୟପୁର ଅନ୍ତର୍ଗତ ଟିକ୍ରାପଡ଼ା ଥାନାରେ ପୂର୍ବତନ ମେୟର ପ୍ରମୋଦ ଦୁବେ ଅଭିଯୋଗ କରିଥିଲେ । ରାୟପୁର ପୋଲିସ୍ ଖଜୁରାହୋର ଏକ ହୋଟେଲରୁ ସକା ୪ଟା ୩୦ ମିନିଟ୍ ରେ ଗିରଫ କରିଛି ।

ଆଖଣ୍ଡଳମଣିଙ୍କ ମନ୍ଦିର ୩ ଦିନ ପାଇଁ ବନ୍ଦ

ଭଦ୍ରକ, ୩୦/୧୨(ଏସଏସନିୟୁଜ) ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୩ ଦିନ ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ମନ୍ଦିର ଓ ପୀଠ ପରିସରରେ ଏହି ୩ ଦିନ ପାଇଁ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ୩୧ ତାରିଖ ସକାଳ ୬ଟାରୁ ଜାନୁଆରୀ ୨ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ […]

ସୁନା ଖଣି ନେଲା ୩୮ ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ସୁଦାନର ପଶ୍ଚିମ କୋର୍ଡୋଫାନ୍ ଅଞ୍ଚଳରେ ଫୁଜ୍ ନାମକ ଗାଁରେ ଥିବା ସୁନା ଖଣିରେ କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ୩୮ ଶ୍ରମିକଙ୍କ ଜୀବନ ଚାଲିଯାଇଛି ।ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏକ ସରକାରୀ କମ୍ପାନୀ ଦ୍ୱାରା ପରିଚାଳିତ ସୁନା ଖଣିଟି ବନ୍ଦ ପଡ଼ିଥିଲା ।ଏହାସତ୍ୱେ ଏହା ଭିତରେ କାର୍ଯ୍ୟ ହେଉଥିବାବେଳେ ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ମାଟି ତଳେ ଚାପି ହୋଇ ୩୮ଜଣ ଶ୍ରମିକଙ୍କ […]

ନୁଆବର୍ଷରେ ନନ୍ଦନକାନନ ବନ୍ଦ

ବାରଙ୍ଗ,୨୦/୧୨(ଏସଏସନିୟୁଜ) ନୁଆବର୍ଷରେ ନନ୍ଦନକାନନ ବନ୍ଦ ରହିବ ।ଆଉ ନୁଆବର୍ଷର ମଜ୍ଜା ଉଠାଇପାରିବେନାହିଁ ପର୍ଯ୍ୟଟକ । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ପାଇଁ ସବୁକିଛି ଫିକା ପଡିଯାଇଛି । ନୂଆ ବର୍ଷ ଉପଲକ୍ଷେ ଭିଡ ନିୟନ୍ତ୍ରଣ କରିବା ପାଇଁ ଏହି ଭଳି ପଦକ୍ଷପ ନେଇଛି ନନ୍ଦନକାନନ ।କେବଳ ନୁଆବର୍ଷ ନୁହେଁ ତାହା ପୁର୍ବରୁ ଓ ପରେ ଦୁଇଦିନ ପ୍ରବଳ ଭୀଡ ନନ୍ଦନକାନନରେ ହୋଇଥାଏ ।ତେଣୁ ୩୦ ଡିସେମ୍ବରରୁ ଜାନୁୟାରୀ ୩ ତାରିଖ ଯାଏଁ ୫ ଦିନ ପାଇଁ ନନ୍ଦନକାନନ […]

ଚାଲିଗଲେ ସ୍ମୃତି…

ବାରଙ୍ଗ ,୨୮/୧୨(ଏସଏସନିୟୁଜ) ନା ଥିଲା ସ୍ମୃତିରଞନ ।ଡାକନାମ ଆଶୁତୋଷ ସହ ଭିକି ।ସମସ୍ତଙ୍କ ସହ ମିଶିଯାଉଥିଲା ।ଅଳ୍ପ କଥା ହେବା ସହ କାହା କଥାକୁ ଧରୁନଥିଲା ।ସମସ୍ତଙ୍କ ସହତାର ଭଲ ସର୍ମ୍ପକ ରହିଥିଲା ।ଶାରରିକ ଅସୁସ୍ଥତା ଯୋଗୁ ଚିକିସ୍‌।ଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିଲା ।ଯାହା ସମସ୍ତଙ୍କୁମର୍ମାହତ କରିଥିଲା ।କମ ବୟସରେ ଯୁବ ବସ ମାଲିକ ଚାଲିଯାଇଥିବାରୁ ସମସ୍ତଙ୍କ ମନରେ ଦୁଃଖ ରହିଥିଲା । ଯୁବ ବସମାଲିକଙ୍କ ଦେହାନ୍ତର ଖବରପାଇ ମଙ୍ଗଳବାରଦିନ ତାଙ୍କର  ସ୍ମୃତିଚାରଣ ପାଇଁ […]