Browsing category

ମହାନଗର

ଜାନୁଆରୀ ୩ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୨୮/୧୨(ଏସ ଏସ ନିଉଜ)ସାରା ରାଜ୍ୟରେ ଥିବା ପ୍ରାୟ ୨୭,୦୦୦ ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।ଜାନୁୟାରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।ଏଥିପାଇଁ ନିର୍ଦ୍ଧାରିତ ଏସ୍‌ଓପି ବିଭାଗ ଦାରା ଜାରି କରାଯିବ ବୋଲି ସ୍କୁଲ ଓ ଗଣାଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।  

ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ପର୍ଯ୍ୟଟକ

କୋଣାର୍କ,୨୮/୧୨(ଏସ ଏସ ନିଉଜ)ଟିକେଟ୍ କାଉଣ୍ଟର ଅଚଳ ଯୋଗୁଁ ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ।ସେଠାରେ ଉପସ୍ଥିତ ଥିବା ସିକୁରୀଟି ଟିକେଟ୍ ନହେବାରୁ ସିକୁରୀଟିକୁ ଠେଲି ଶତାଧିକ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।ଯାହାଫଳରେ ଏକ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଜଣାପଡିଛି ।କରୋନା କଟକଣା ମଧ୍ୟରେ କୋଣାର୍କ ମନ୍ଦିର ଖୋଲିଥିବାବେଳେ ପ୍ରଶାସନର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚି […]

ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଈୁବନେଶ୍ୱର,୨୮/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ , କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ […]

ମା ହେଲା ରାଖି

ବାରଙ୍ଗ,୨୮/୧୨(ଏସଏସନିୟୁଜ)ପ୍ରଥମଥରପାଇଁ ମା ହୋଇଛି ରାଖି ।ଏକ ମାଇ ଶାବକକୁ ଜନ୍ମ ଦେଇନୁଆବର୍ଷ ପାଇଁ ପର୍ଯ୍ୟଟକଙ୍କ ପାଇଁ ଭେଟି ଦେଇଛି ରାଖି ।୧୦ବର୍ଷ ବୟସ୍କା ରାଖି ହେଉଛି ସିମ୍ପାଜି ପୁର୍ଣିମାର ଦ୍ୱତୀୟଗର୍ଭସ୍ଥ ସନ୍ତାନ । ।ଜୁଲୁସହ ରାଖିର ମିଳନ ଘଟି ପ୍ରଥମଥରପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିପାରିଛି ରାଖି ।ଗତଜୁନମାସ ୨ତାରିଖ ରେ ରାଖିର ରକ୍ତ ପରିକ୍ଷା କରାଯାଇ ସେ ଗର୍ଭଧାରଣ କରିଥିବାର ଡାକ୍ତରମାନେ ଜାଣିବାକୁ ପାଇଥିଲେ ।ସେହିଦିନଠାରୁ ରାଖି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ନନ୍ଦନକାନନ […]

ପ୍ରତିଷ୍ଠା ଦିବସରେ ନାଁ ପାଇବେ ତିନି ବାଘ ଛୁଆ

ବାରଙ୍ଗ,୨୮/୧୨(ଏସଏସନିୟୁଜ)ଦିନକ ପରେ ୬୩ ବର୍ଷରେ ପାଦ ଥାପିବ ନନ୍ଦନକାନନ ପ୍ରାଣୀଉଦ୍ୟାନ।ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୯ରେ ପ୍ରତିଷ୍ଠା ଦିବସ କମ୍ ସଂଖ୍ୟକ କର୍ମଚାରୀ ଓ ପର୍ଯ୍ୟଟକ  ଙ୍କୁ ନେଇ ପାଳନ କରାଯିବ।ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚିଛି।ପଶୁପକ୍ଷୀ ଓ କର୍ମଚାରୀ,ଅଫିସର ଓ ପର୍ଯ୍ୟଟକଙ୍କ ମଧ୍ୟରେ ସମ୍ପର୍କକୁ ନିବିଡ କରିବା ପାଇଁ କର୍ତ୍ତୁପକ୍ଷ ଏକ ସଚେତନତା ସଭା ଆୟୋଜନ କରୁଛନ୍ତି ବୋଲି ରାଜ୍ୟଉଭିଦ ଉଦ୍ୟାନ ସହକାରୀ ବନସଂରକ୍ଷକ ବନମାଳୀ ସାହୁ କହିଛନ୍ତି।ଏହି ପ୍ରତିଷ୍ଠା ଦିବସରେ […]

ବିଶାଳ ଜନଗର୍ଜନ….

୧. ଟିକାକରଣ ସହ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ: ମୁଖ୍ୟମନ୍ତ୍ରୀ । ୨. ନୀତି ଆୟୋଗ ଜାରିକଲେ ଚତୁର୍ଥ ସ୍ୱାସ୍ଥ୍ୟ ସୂଚକାଙ୍କ; ସମସ୍ତ ରାଜ୍ୟମାନଙ୍କ ଭିତରେ କେରଳ ନମ୍ବର ୧ । ୩. ମିଶନାରୀଜ୍‌ ଅଫ ଚାରିଟି (ଏମଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିନାହିଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ୪. ଭାରତ-ଚୀନ ସମସ୍ୟାର ବିଶେଷଜ୍ଞ ଓ ବେଜିଙ୍ଗର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସରୀଙ୍କୁ ଆଜି ରାଷ୍ଟ୍ରୀୟ ସୁରକ୍ଷା ସଚିବାଳୟରେ ରାଷ୍ଟ୍ରୀୟ ଉପ ସୁରକ୍ଷା […]

କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କଟକ,୨୭/୧୨(ଏସଏସନିୟୁଜ) ଆଜି କଟକକୁ ଫେରିଛି କଣ୍ଟେନମେଣ୍ଟ ଜୋନ। ଗୋପବନ୍ଧୁ ବିହାର ଅଞ୍ଚଳ ଅଞ୍ଚଳରେ ଗୋଟିଏ ପରିବାରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋପବନ୍ଧୁ ବିହାର ଅଞ୍ଚଳକୁ କଣ୍ଟେନମେଣ୍ଟୁ ଜୋନ ଭାବରେ ଘୋଷଣା କରିଛି ସିଏମସି । ଆଜି କଟକ ଜିଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ଜଣ କରେନା ଆକ୍ରାନ୍ତ ସୁସ୍ଥ ହୋଇଥିବା ର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  

ଏକାଠି ହେଲେ,ପୁରୁଣା କଥାକୁ ମନେ ପକାଇଲେ

ବାରଙ୍ଗ,୨୮/୧୨(ଏସଏସନିୟୁଜ)ଏକାଠିହେଲେ ପୁରାତନ ଛାତ୍ରଛାତ୍ରୀ ।ପରିବାର ଦୁଃଖସୁଖର କଥାକୁ ବଖାଣିଲେ ।ପୁଣି ପାଠପଢା ସମୟର କଥାକୁ ମନେ ପକାଇ ବେଶ ମଜ୍ଜା ଉଠାଇଲେ ।କର୍ମମୟ ଜଞାଳରୁ ସମୟ ବାହାର କରି ସପରବାରେ ପ୍ରତିବର୍ଷ ଏକାଠି ହେବାକୁ ନିଷ୍ପତି ମଧ୍ୟ ନେଲେ ।ମେଣ୍ଢାଶାଳ ସରକାରୀ ବିଦ୍ୟାଳୟଠାରେ ପ୍ରତିଷ୍ଟିତ ଯୁକ୍ତ୨ଧନ୍ଦାମୁଳକ ଶିକ୍ଷାନୁଷ୍ଠାନର ୧୯୯୮ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କଂଟାବାଡଗ୍ରାମପଂଚାୟତର ଝୁମକାଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବନ୍ଧୁୁମିଳନ ରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ କରିଥିବା ପ୍ରଥମବ୍ୟାଚର ସମସ୍ତଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।ଶିକ୍ଷାନୁଷ୍ଠାନର ତତକାଳିନ କାର୍ଯ୍ୟରତ […]

ରାସ୍ତା ଉପରେ ବୁଲିଲା ଖଣ୍ଡା

ବାରଙ୍ଗ,୨୮/୧୨(ଏସଏସନିୟୁଜ)ରାସ୍ତା ଉପରେ ବୁଲିଲା ଖଣ୍ଡା ।୫ଜଣ ଯୁବକ ମାରଣାସ୍ତ୍ର ଧରି କିଛି ସମୟପାଇଁ ବାରଙ୍ଗ-କଟକ ମୁଖ୍ୟରାସ୍ତା ଉପରେ ଉପ୍ତାତ କଲେ ।ଗାଡିମଟର ଯାତାୟତ ବନ୍ଦ ହୋଇଯାଇଥିଲା ।ଏହି ଯୁବକମାନେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ।ପୋଲିସ ଖବର ପାଇ ପହଁଚିବାପରେ ଛତ୍ରଭଙ୍ଗ ଦେବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।ଏହିଭଳି ଘଟଣା ସୋମବାର ସକାଳେ ବାରଙ୍ଗଥାନା ଅର୍ନ୍ତଗତ ମଧୁବନ ଗାଁମୁଣ୍ଡରେ ଘଟିଛି ।ଯୁବକମାନଙ୍କ ଆକ୍ରମଣରେ ମଧୁବନ ଗ୍ରାମର ଜଗନ୍ନାଥରାଉତ ନାମକ ବ୍ୟକ୍ତି ଗୁରୁତର ଆହତ […]

ଶବ ସହ ୩ଦିନ ରହିଲା ତିନିବର୍ଷର ଝିଅ

ଭୁବନେଶ୍ୱର, ୨୮/୧୨(ଏସଏସନିୟୁଜ) ଅଜ୍ଞାନୀ ଶିଶୁ,ଜାଣିନି କିଛି ,ବୟସ ମାତ୍ର ୩ବର୍ଷ ।ଭଲମନ୍ଦ ଜାଣିନି ।ମା ଶୋଇଥିବାରୁ ମା ପାଖରେ ଶୋଇପଡୁଥିଲା ।ମା ଉଠିଲେ ଖାଇବାକୁ ଦବ ଭାବି ୩ଦିନ ଅଖିଆ ଅପିଆ କଟାଇଦେଇଥିଲା ।କିନ୍ତି ମା ଉଠିନଥିଲା । ମା’ ଶବ ପାଖରେ ଜଗି ବସିଥିଲା ।ମା ପାଟିରୁ ପୋକ ବାହାରିଥିଲା ।ସେ ଜାଣିନଥିଲା ଯେ, ତା ମା ମରିଯାଇଛି ।ଶେଷରେ ପଡୋଶି ମାନଙ୍କୁ ମା ଉଠୁନଥିବାର କହିବା ପରେ ପଡୋଶିମାନେ ଘର ଭିତରକୁ ଯିବାପରେ ମା […]