Browsing category

ମହାନଗର

ଜଗନ୍ନାଥଙ୍କ ଦର୍ଶନ କଲେ ନୂଆ ଡିଜିପି

ପୁରୀ, ୩/୧(ଏସଏସନିୟୁଜ) ଆଜି ନୂଆ ଡିଜିପି ସୁନୀଲ ବଂଶଲ ପତ୍ନୀଙ୍କ ସହିତ ଆସି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବାସହ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି  

୩ହଜାର ଲିଟର ପୋଚ ନଷ୍ଟକଲା ଅବକାରୀବିଭାଗ

ବାଙ୍କୀ, ୩/୧(ଏସଏସନିୟୁଜ)ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫୦ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯିବାସହ ୩ହଜାର ୨୦୦ଲିଟର ମଦ ରନ୍ଧା ପାଇଁ ମହଜୁଦ ଥିବା ପୋଚକୁ ନଷ୍ଟ କରାଯାଇଛି । ପଶାଣିଆ ଓ ବରପୁଟ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚୋରାରେ ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ସୂଚନା ପାଇ ଚଢାଉ କରାଯାଇଥିଲା। ଏହି ଘଟଣାରେ କାହରିକୁ ଗିରଫ କରିପାରିନଥିବା ଜଣାପଡିଛି।

ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର,୩/୧(ଏସଏସନିୟୁଜ)ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକ୍ସେନାଙ୍କ ବଦଳି ହୋଇ ଜିଲ୍ଲାପାଳ ହେଲେ ଦିବ୍ୟଜ୍ୟୋତି ପରିଡ଼ା । ଶୁଭମ୍ ସାକ୍ସେନା ହେଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ। ରାଉରକେଲା ମହାନଗର ନିଗମର କମିଶନର ହେଲେ ଶୁଭଙ୍କର ମହାପାତ୍ର।

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର‌୍ୟ୍ୟକାରୀ ହେବ ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ଥିବାବେଳେ ଏହା […]

ସିଲ୍ ହେଲା ସିମେଣ୍ଟ କାରଖାନା

କଟକ, ୩/୧(ଏସଏସନିୟୁଜ) କଟକ ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନାକୁ ପୋଲିସ ସିଲ୍ କରିଛି । ଅପମିଶ୍ରଣ ଓ ନକଲି ସାମଗ୍ରୀ ଉତ୍ପାଦନ କରାଯାଉଥିବା ଅଭିଯୋଗର ଆଧାରରେ ପୋଲିସ ସିମେଣ୍ଟ କାରଖାନାକୁ ସିଲ୍ କରିଥିବାର ଜଣାପଡିଛି ।

ପୁଅକୁ ମାରି କୂଅକୂ ଫିଙ୍ଗିଦେଲା ଜନ୍ମଦେଇଥିବା ମାଆ!

କେନ୍ଦ୍ରାପଡ଼ା, ୩/୧(ଏସଏସନିୟୁଜ) ୨ ବର୍ଷର ପୁଅକୁ ହତ୍ୟା କରିଛି ଜନ୍ମଦେଇଥିବା ମାଆ ।ହତ୍ୟା କରି ଅଖାରେ ପୁରାଇ କୁଅକୁ ଫିଙ୍ଗିଦେଇଥିବାଭଳି ଅଭିଯୋଗ ହୋଇଛି । କୂଅଭିତରୁ ଅଗ୍ନିଶମ ବାହିନୀ ଓ ପୋଲିସ୍ ମୃତଦେହକୁ ଉଦ୍ଧାର କରିଛି । ସାମାନ୍ୟ ଘରୋଇ କଳିରୁ ଏହି ଭଳି ବର୍ବର୍ କାଣ୍ଡ ମାଆ ଘଟାଇଥିବା କୁହାଯାଉଥିବାବେଳେ ଉଭୟ ସ୍ୱାମୀ ଓ ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।ଯାହା ଏବେ ସେହିଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

NITରେ କରୋନା

ରାଉରକେଲା, ୩/୧(ଏସଏସନିୟୁଜ) ରାଉରକେଲା ଏନଆଇଟିର ୩ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ଜଣେ ଜଣେ ଛାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ତେବେ ୩ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବାର ଜଣାପଡିଛି ।

ପଶ୍ଚିମବଙ୍ଗରେ ହୁ ହୁ ହୋଇ ବଢୁଛି..

୧. ପୂର୍ବତଟ ରେଳବାଇ ଅର୍ନ୍ତଗତ ହାୱାଡାରୁ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସୋମବାର ଠାରୁ ଚଳାଚଳ ଆରମ୍ଭ କରିବ। ୨. ରାଜ୍ୟରେ ରବିବାର ଗୋଟିଏ ଦିନରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ୩. ମହାମାରୀ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ ଆଶାବ୍ୟକ୍ତ […]

ଖୋର୍ଦ୍ଧା ମେଡିକାଲ କ୍ୟାମ୍ପସରେ ପଶିଲେ ହାତୀ

ଖୋର୍ଦ୍ଧା,୨/୧(ଏସଏସନିୟୁଜ) ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାମ୍ପସରେ ଦୁଇଟି ହାତୀପଶିଆସିଥିବାର କର୍ମଚାରୀମାନେ ଦେଖିବାକୁ ପାଇଛନ୍ତି ।ହାତୀ ଭିତରକୁ କେମିତି ପଶିଲେ ତାହା ଜଣାପଡିନଥିବାବେଳେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଶବ ବ୍ୟବଚ୍ଛେଦ ଗୃହ ନିକଟ ସହରାଂଚଳ ବନୀକରଣ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲ ମଧ୍ୟରେ ଦୁଇଟି ହାତୀ ଥିବାର ଜଣାପଡିବାପରେ ବନବିଭାଗକୁ ଖବର ଦିଆଯାଇଥିଲା ।ଖବରପାଇ ବନବିଭାଗର ୫ଜଣିଆ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

୮ ପରେ ମାଟ୍ରିକ ପିଲାଙ୍କୁ ଟିକା

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଆସନ୍ତା ୫ ତାରିଖରୁ ମାଟ୍ରିକ ସମେଟିଭ୍-୧ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ପରୀକ୍ଷା ଶେଷ ହେବ ।ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ମାସ ୮ ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବାର ନିଷ୍ପତି ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ୩ ତାରିଖରୁ ହେବାକୁ ଯାଉଛି । ଏଥିପାଇଁ ଗତକାଲି ଠାରୁ ପଞିକରଣ ଆରମ୍ଭ ହୋଇଯାଇଛି ।