Browsing category

ମହାନଗର

ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଆଉ ୨୩ ଓମିକ୍ରନ ନୂଆ ଆକ୍ରାନ୍ତ ଚିହ୍ନଟ ରାଜ୍ୟରେ ଚିହ୍ନଟ ହୋଇଛି ।ଚିହ୍ନଟହୋଇଥିବା ୨୩ ଜଣଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା । ୨୩ ଜଣଙ୍କ ବୟସ ୮ରୁ ୮୩ ବର୍ଷ ମଧ୍ୟରେ ହୋଇଥିବାବେଳେ ୧୭ଜଣ ବିଦେଶ ଫେରନ୍ତା ।ସେମାନେ ୟୁକେ ଓ ଦୁବାଇରୁ ଆସିଥିବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା […]

ଭଡ଼ା ଘରୁ ମିଳିଲା ନକଲି ନୋଟ

ଯାଜପୁର, ୨/୧(ଏସଏସନିୟୁଜ) ସନ୍ଥ ମହାଦେବ ନିକଟର ଏକ ଭଡ଼ା ଘରୁ ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଗତକାଲି ରାତିରେ ଜବତ କରି ଏହିଘଟଣାରେ ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଂଚଳର ଜଣକୁ ଅଟକ ରଖି ପଚରାଉଚରା କରୁଛି ।ଜବତ ନଜଲି ନୋଟ ୧୩ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ଆକଳନ କରୁଛି । ପଂଚାୟତ ନିର୍ବାଚନ ପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହି ନକଲି ନୋଟ […]

୧୦ ଦିନ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା, ୨/୧(ଏସଏସନିୟୁଜ) ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ଗଣନା ପାଇଁ ଜାନୁଆରି ୨ ତାରିଖରୁ ୧୧ ତାରିଖ ଯାଏ ୧୦ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁଆରି ୧୨ରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିବ।ଏହି ସମୟଭିତରେ ଉଦ୍ୟାନ ଭିତରେ ଓ ବାହାରେ ଥିବା ନଦୀନାଳଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ।

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨/୧(ଏସଏସନିୟୁଜ) ଆଇଏଏସ୍ ସ୍ତରରେ ଅଦଳ ବଦଳ ହୋଇଛି ।ଏହିଆଧାରରେ ମଧୁସୂଦନ ପାଢ଼ୀ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ହୋଇଛନ୍ତି ।ସେହିଭଳିଭାବେ ହେମନ୍ତ ଶର୍ମାଙ୍କୁ ମିଳିଲା ଇଡକୋର ଅତିରିକ୍ତ ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ, ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ , ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶର ଅତିରିକ୍ତ ଦାୟିତ୍. ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦ ବିଭାଗର କମିଶନର, […]

ଗଡ଼ିଆ ଭିତରୁ ମିଲିଲା ୨ ଯୁବକଙ୍କ ମୃତଦେହ

କେନ୍ଦ୍ରାପଡ଼ା, ୨/୧(ଏସଏସନିୟୁଜ) କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ନିକଟ ଏକ ଗଡ଼ିଆରୁ ୨ ଯୁବକଙ୍କ ମୃତଦେହ ସହ ଏକ ବାଇକକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ପାଟକୁରା ଥାନା ତଳଗାଁର ମୃତକ ୨ ଜଣଯୁବକ ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ କାଲି ପିକନିକ୍ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ।ମୃତ୍ୟୁର ପକୃତ କାରଣ ଜଣାପଡିନଥବାବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଆସନ୍ତାକାଲିଠାରୁ ଖୋଲିବ ନାହିଁ ସ୍କୁଲ  

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ସରକାର ନେଇଥିଲେ ସେଥିରେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ବିଭିର୍ଣ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଥିବାବେଳେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିକୁ ରଖି ଓ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖିଥିବାର ସୂଚନା ଓ ଲୋକ […]

ଚାଷୀଙ୍କୁ ନୂଆବର୍ଷ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧/୧(ଏସଏସନିୟୁଜ)ଚାଷୀଙ୍କୁ ନୂଆବର୍ଷ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ୧୦. କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୨୦ ହଜାର ୯୪୬ କୋଟି ଟଙ୍କା । ଏହା ସହ ଚାଷୀମାନଙ୍କ ସହ ଭିସି ଜରିଆରେ କଥା ହେଲେ ପ୍ରଧାନମମନ୍ତ୍ରୀ ।

ଛାତ୍ରୀନିବାସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧/୧(ଏସଏସନିୟୁଜ) ଇନଫୋସିଟି ଥାନା ଅଂଚଳରେ ଥିବା ଏକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଜଣଙ୍କର ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଣ୍ଟ ନିକଟରେ ଥିବା ଏକ ଛାତ୍ରୀନିବାସରୁ ଛାତ୍ରଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତ୍ୟୁର କାରଣ ଅସଷ୍ଟ ରହିଥିବାବେଳେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ନୂଆବର୍ଷର ପ୍ରଥମ ଦିନରେ ବୀଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର, ୧/୧(ଏସଏସନିୟୁଜ) ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀର ଏୟାରଫିଲଡ ଥାନା ଅଞ୍ଚଳର ସୁନ୍ଦରପଦାର ବୁଧମଣ୍ଡପ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଖଣ୍ଡାରେ ଆକ୍ରମଣ କରିବାରୁ ସୁନ୍ଦରପଦା ନୂଆସାହିର ଦୀପକ ରାଉତରାୟ ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି ।ଗତକାଲି ରାତିରେ ନୁଆବର୍ଷ ଭୋଜି ନୁଆସାହି ଅଞ୍ଚଳର କିଛି ଯୁବକ କରୁଥିବାବେଳେ କପିଳେଶ୍ୱର ଅଞ୍ଚଳର ନିଶାସକ୍ତ ଅବସ୍ଥାରେ କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ। ଦୀପକ ରାଉତରାୟ ହଜ୍ ପୋଖାରୀ […]

ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୩ଜଣଙ୍କର ଜୀବନ

ଭୁବନଶ୍ୱେର,୧/୧(ଏସଏସନିୟୁଜ) ତାମିଲନାଡ଼ୁର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ପୋଲିସ୍ ଓ ଅଗ୍ନିଶମ ବାହିନୀ ଉଭୟ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।ଏହାସହିତ ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି ।