Browsing category

ମହାନଗର

ମୁହାଁମୁହିଁ ଧକ୍କା ହେଲା ମାଲ୍‌ବାହୀ ଟ୍ରେନ୍‌

ରାଉରକେଲା, ୨୭/୧୨(ଏସଏସନିୟୁଜ) ରାଉରକେଲାରୁ ହଟିଆ ଯାଉଥିବା କୋଇଲା ବୋଝେଇ ମାଲ୍‌ବାହୀ ଟ୍ରେନ୍ ସହ ହଟିଆରୁ ରାଉରକେଲା ଆସୁଥିବା ଖାଲି ମାଲ୍‌ବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ପରେ ଏହି ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ।ବ୍ରେକ୍ ଫେଲ ହେବାରୁ ଏହି ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଝାଡ଼ଖଣ୍ଡ ରାଞ୍ଚି ଡିଭିଜନ ପୋକରା ଓ କୁରୁକୁରା ରେଳ ଷ୍ଟେସନ ମଝିରେ ଏହି ଘଟଣା ଘଟିଛି ।

୧୧ ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ଆଜିଠୁ ୩ ଦିନ ଯାଏଁ ବର୍ଷା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଏହାସହ ୧୧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।ଏଥିପାଇଁ ଏହି ୧୧ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆଦି ଜିଲ୍ଲାରେ ଡିସେମ୍ବର ୨୭ରୁ ୨୯ ତାରିଖ ମଧ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି ବାଲେି ପାଣିପାଗବିଭାଗ ଆଶଙ୍କା କରିଛି ।

ବିନାଏସକଟ୍ ରେ ମହିଳାଙ୍କ ଦୂରଯାତ୍ରା ମନା

୧. ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ-ଡା. ସୁରେଶ କୁମାର । ୨. ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବା ସାରେଗାମା । ୩. ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଜାରି […]

ଗୁଡିସୁତା ନେଲା ଜୀବନ

କଟକ, ୨୬/୧୨(ଏସଏସନିୟୁଜ) କଟକ ଜଗତପୁର ପୀରବଜାରରେ ଗୁଡ଼ି ସୂତା ଲାଗି ବେକ କଟି ଯିବାରୁ ଭୈରପୁର ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।ଯୁବକଜଣଙ୍କ ନୂଆ ବାହା ହୋଇଥିଲେ ।୬ମାସତଳେ ବାହାଘର ହୋଇଥିବାବେଳେ ବାଇକରେ ସ୍ତ୍ରୀଙ୍କୁ ବସାଇ ଶ୍ୱଶୂର ଘରକୁ ଯାଉଥିଲେ ।ବାଟରେ ଯିବାବେଳେ ସ୍ୱାମୀଙ୍କ ବେକରେ ଗୁଡ଼ି ସୂତା ଲାଗି ବେକ କଟିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକ […]

ସଲମାନଙ୍କୁ କାମୁଡ଼ିଦେଲା ସାପ

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗତକାଲି ବିଲମ୍ବିତ ରାତିରେ ଏକ ସାପ କାମୁଡ଼ି ଦେଇଥିଲା । ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାରେ ଭର୍ତ୍ତି କରାଯିବାପରେ ସାପଟି ବିଷଧର ନଥିବା ଜଣାପଡ଼ିଥିଲା ।ଚକିସ୍‌ାପରେ ସଲମାନ ନିଜ ଫାର୍ମ ହାଉସକୁ ଫେରିଛନ୍ତି। ଗତକାଲି ରାତିରେ ଖ୍ରୀଷ୍ଟମାସ ପାଳନ ପାଇଁ ସଲମାନ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ଥିବାବେଳେ ଏହି ଘଟଣା ଘଟିଥିଲା ।

ଘର ଆଗରୁ ସାଇକେଲ ଚୋରୀ

ବାରଙ୍ଗ,୨୬/୧୨(ଏସଏସନିୟୁଜ)ଶନିବାର ବିଳମ୍ଭିତ ରାତିରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ମେଣ୍ଢାଶାଳ ଗ୍ରାମର ସୁରେନ୍ଦ୍ରବିଶ୍ୱାଳଙ୍କ ଘରୁ ଏକ ସାଇକେଲ ଓ ସିମେଂଟ ବସ୍ତା ଚୋରୀ ହୋଇଥିବାର ରବିବାରଦିନ ଫାଣ୍ଡିରେ ଅଭିଯୋଗ ହୋଇଛି ।ପରିବାର ଲୋକ ଖାଇପିଇ ଶୋଇଥିବାବେଳେ ଘର ଅଗଣାରେ ସାଇକେଲ ଓ ଘର ମରାମତି ପାଇଁ ଆସିଥିବା ସିମେଂଟ ଥୁଆ ହୋଇଥିଲା ।ରବିବାର ସକାଳେ ସାଇକେଲ ଓ ସିଟେଂଟ ବସ୍ତା ନଥିବାର ପରିବାର ଲୋକ ଦେଖିବା ପରେ ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗକରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ […]

ନନ୍ଦନକାନନରେ ଲାଗିଲା ପର୍ଯ୍ୟଟକଙ୍କ ଭିଡ

ବାରଙ୍ଗ,୨୬/୧୨(ଏସଏସନିୟୁଜ)ବଡଦିନରେ କମ ରହିଥିବାବେଳେ ରବିବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଙ୍କ ଆଗମନ ହୋଇଛି। ନନ୍ଦନକାନନ ପରିସରରେ ସବୁଆଡେ ଲୋକାରଣ୍ୟରେ ପରିଣତ ହୋଇଥିଲା । ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରେ ନନ୍ଦନକାନନକୁ ୨୮ହଜାର ୮୩ଜଣ ପର୍ଯ୍ୟଟକ ଆସିଥିଲେ।ସେମାନଙ୍କ ମଧ୍ୟରେ ଅଫଲାଇନରେ ୨୬ହଜାର ୮୯୮ ଜଣ ଓ ଅନଲାଇନରେ ୧ହଜାର ୧୮୫ଜଣ ପର୍ଯ୍ୟଟକ । ବଡଦିନ ଶନିବାର ପଡିଥିବାରୁ ନନ୍ଦନକାନନକୁ ରବିବାର ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ବୋଲି ଜଣାପଡିଛି।ସେହିଭଳି ରାଜ୍ୟଉଭିଦ […]

ଆସନ୍ତାକାଲିଠୁ ଦିଲ୍ଲୀ‌ରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ଆସନ୍ତାକାଲିଠୁ ଦିଲ୍ଲୀ‌ରେ ନାଇଟ କର୍ଫ୍ୟୁ ଲାଗୁହେଉଛି । କରୋନା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣି ଥରେ କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ରାତି ୧୦ରୁ ସକାଳ ୫ଟା ପର‌୍ୟ୍ୟନ୍ତ ଦିଲ୍ଲୀ‌ରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଦିଲ୍ଲୀରେ ଆଜି ୨୯୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥରମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

ପୁଣି ଓଡିଶାରୁ ବାହାରିଲେ ୪ ଓମିକ୍ରନ୍ ଆକ୍ରାନ୍ତ

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ପୁଣି ଓଡ଼ିଶାରୁ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟରେ ପ୍ରଥମେ ୨ ଓମିକ୍ରନ୍ ଆକ୍ରାନ୍ତ ୨୧ ତାରିଖରେ ଚିହ୍ନଟ ହୋଇଥିଲେ ।ସେମାନଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ ।୨୩ ତାରିଖରେ ପୁଣି ନାଇଜେରିଆରୁ ଫେରିଥିବା ୨ ଭଉଣୀ ଆକ୍ରାନ୍ତ ହୋଇଥିବର ଜଣାପଡିଥିଲା ।ସେହିଭଳିଭାବେ ଆଜି ରାଜ୍ୟରେ ୧୧୨ ନୂଆ କରୋନା ସଂକ୍ରମିତ […]

ଚୋରା ଦେଶୀମଦ ବିକି ୨ ଗିରଫ

ବାରଙ୍ଗ,୨୫/୧୨(ଏସ ଏସ ନିଉଜ)ଚୋରା ଦେଶୀମଦ ବିକ୍ରି କରିବା ଅଭିଯୋଗରେ ପୃଥକ ଘଟଣାରେ ବାରଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶୁକ୍ରବାର ଗୋଡିସାହି ଫାଣ୍ଡି ଅଧିନସ୍ଥ ସାନମୁଣ୍ଡଳୀ ଗ୍ରାମର ଶ୍ରୀକାନ୍ତ କୁମାର ବେହେରା(୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲା।ପୋଲିସ ତା ନିକଟରୁ ୧୦ ଲିଟର ଦେଶୀମଦ ଜବତ କରିଛି।ସେହିପରି ଫକିରପଡ଼ା ଗ୍ରାମର ପ୍ରକାଶ ଦାସ (୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ସମୟରେ ପୋଲିସ ତାକୁ […]