Browsing category

ମହାନଗର

ସାକ୍ଷୀଗୋପିନାଥଙ୍କ ରାଜାବେଶ

ସାକ୍ଷୀଗୋପାଳ,୧୮/୯(ଏସଏସନିୟୁଜ)ରାଜାବେଶରେ ଭକ୍ତ ମାନଙ୍କୁଦର୍ଶନ ଦେଇଛନ୍ତି ସାକ୍ଷୀଗୋପିନାଥ । ପରମ୍ପରା ଅନୁଯାଇ ବର୍ଷ ତମାମ ଠାକୁରଙ୍କ ସମ୍ପତିକୁ ଭାଗେଦକଲ କରିଆସୁଥିବା ବ୍ୟକ୍ତିମାନେ ସେମାନେ ପ୍ରଜାଭାବରେ ଠାକୁରଙ୍କୁ ବର୍ଷକୁଥରେ ଭେଟି ଦେଇଥାନ୍ତି ।ବର୍ଷକୁ ଥରେ ଠାକୁରଙ୍କର ରାଜାବେଶ ଅନୁଷ୍ଠିତ ହୋଇଥାଏ । ଦୈନଦିନ ଠାକୁରଙ୍କ ଦେବନୀତି ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦିରେ ସଜ୍ଜା ଯାଇଥିଲା । ସଂନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସଂନ୍ଧ୍ୟାଧୁପ ବେଶରେ ସେବକ ମାନେ […]

ହେଭିଓ୍ବେଟ୍‌ ମୁକାବିଲାରୁ ଆରମ୍ଭ ହେବ…

୧. ସୁପ୍ରତିଷ୍ଠିତ ସାରସ୍ୱତ ସାଧିକା, ସୁଲେଖିକା, ବାଗ୍ମି, ଲୋକ ସେବକ ମଣ୍ଡଳର ପୂର୍ବତନ ସଭ୍ୟା ମନୋରମା ମହାପାତ୍ରଙ୍କ ବିୟୋଗରେ ସର୍ବପୁରାତନ ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍ ସେବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ୨. ହେଭିଓ୍ବେଟ୍‌ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍ : ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ […]

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ଭୁବନେଶ୍ୱର,୧୮/୯(ଏସଏସନିୟୁଜ) ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାବେଳେ ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଅମରିନ୍ଦର ସିଂହ ଇସ୍ତଫା ଦେଇଥିବା ଜଣାପଡିଛି ।ଯାହାକୁ ନେଇ ପଞ୍ଜାବ କଂଗ୍ରେସରେ କନ୍ଦଳ ଜଟିଳ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେବାପରେ ହାଇକମାଣ୍ଡ. କାହାକୁ ମୁକୁଟ ପିନ୍ଧାଇବେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତୃଣମୂଳ କଂଗ୍ରେସରେ ଯୋଗଦେଲେ ବାବୁଲ ସୁପ୍ରିଓ

ଈୁବନେଶ୍ୱର,୧୮/୯(ଏସଏସନିୟୁଜ)ଟିଏମ୍‌ସିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । କେନ୍ଦ୍ରମନ୍ତ୍ରୀ ପଦରୁ ହଟିବା ପରେ ବାବୁଲ ସୁପ୍ରିଓ ବିଜେପି ଛାଡ଼ିବାସହ ରାଜନୀତିରୁ ସନ୍ୟାସ ନେବା କଥା ମଧ୍ୟ କହିଥିଲେ । ଗତ ନିର୍ବାଚନ ସମୟରେ ସେ ଟିଏମ୍‌ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିବା ବେଳେ ପୁଣି ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ।ଯାହାକୁ ନେଇ ଚର୍ଚ୍ଚା ଯୋରଧରିଛି ।ବିଜେପିରୁ ଗୋଟିଏ ପରେ ଗୋଟିଏ ନେତା ଦଳଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଉଥିବାରୁ […]

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି

ଈୁବନେଶ୍ୱର,୧୮/୯(ଏସଏସନିୟୁଜ) କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଆସନ୍ତାକାଲି ପଡୁଥିବା ଅନନ୍ତ ବ୍ରତ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରିକରାଯାଇଛି । ଅନନ୍ତ ବ୍ରତ ପାଇଁ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହେବାର ସମ୍ଭାବନା ଥିବାରୁ ବିଏମସି ଗାଇଡଲାଇନ୍ ଆଣିଛି ।ଏହି ଗାଇଡଲାଇନ୍ ଅନୁଯାୟୀ ଅନନ୍ତ ବ୍ରତରେ ସାଧାରଣ ଦର୍ଶନ ଏବଂ ମହାପ୍ରସାଦ ସେବନ ଉପରେ ରୋକ ଲଗାଇବା ସହ କାଭେିଡ ନୀୟମକୁ କଡାକଡିଭାବେ ମାନିବାକୁ କୁହାଯାଇଛି ।ଅନ୍ୟପଟେ ଡବଲ ଡୋଜ୍ ଟିକା ନେଇଥିବା […]

୨୧ ଯାଏଁ ପ୍ରବଳ ବର୍ଷିବ?

ଈୁବନେଶ୍ୱର,୧୮/୯(ଏସଏସନିୟୁଜ) ୧୮ ତାରିଖରୁ ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୨ଟିଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହି ଜିଲ୍ଲାଗୁଡିକ ହେଲା ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ।

ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

କଟକ,୧୮/୯(ଏସଏସନିୟୁଜ)ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଣେ ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା […]

ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

କାକଟପୁର, ୧୮/୯(ଏସଏସନିଉଜ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲ ।ଏହିଭଳି ଘଟଣା ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅଂଚଳରେ ଘଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ପାଟସୁନ୍ଦରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲମୁତୁଣିଆ ଗ୍ରାମର କ୍ଷୀରୋଦ କୁମାର ଦଳାଇଙ୍କଠାରୁ ଏକ ହୋଟେଲ ନିକଟରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ପୁର୍ବପ୍ରସ୍ତୁତ ଅନୁଯାୟୀ […]

ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ବର, ୧୮/୯(ଏସଏସନିଉଜ) ମୁଣ୍ଡୁଳି ଓ ନରାଜ ଠାରେ ମହାନଦୀରେ ବିପଦ ସଙ୍କେତ ତଳେ ଜଳସ୍ତର ରହିଛି।ଅନ୍ୟପଟେ ହୀରାକୁଦ ଡ୍ୟାମ୍‌ରେ ବି ମଧ୍ୟ ଜଳସ୍ତର ହ୍ରାସ ପାଉଛିା ହୀରାକୁଦରେ ଆଗରୁ ୨୮ଟି ଗେଟ୍ ଖୋଲାଯାଇଥିବାବେଳେ ୧୦ଟି ବନ୍ଦ ହୋଇ ଏବେ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରିରହିଛି ।ଯାହାଫଳରେ ମହାନଦୀରେ ହେବାକୁଥିବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି । ବନ୍ୟା ପରିସ୍ଥିତି ନାହିଁ। ଅବଶ୍ୟ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଅଟିକିଛି ବୋଲି ଜଳସମ୍ପଦ […]

ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨

କଟକ,୧୮/୯(ଏସଏସନିଉଜ) ଲାଗୁ ‌ହୋଲା ଏମରଜେନସି ରେସପନ୍‌ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ସେବା ୧୧୨।ଏବେ ୧୦୧ବଦଳରେ ଦମକଳବାହିନୀର ସହୟତା ପାଇଁ ୧୧୨କୁ କଲ କରିବାକୁ ପଡିବ । ଅଗ୍ନିଶମ ବିଭାଗ ବା ଦମକଳବାହିନୀର ସହୟତା ପାଇଁ ଏକମାତ୍ର ୧୧୨ ହିଁ ଜରୁରୀ ସେବା ନମ୍ବର ରହିବ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘୧୧୨’ ଇଣ୍ଡିଆ ମୋବାଇଲ ଆପ୍‌କୁ ଡାଉନଲୋଡ କରି ନିଜର ନାମ ପଞ୍ଜୀକରଣ କରିବା ସହ ସ‌ହଯୋଗ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି ।ତେବେ ଜରୁରିକାଳୀନ […]