Browsing category

ମହାନଗର

ଜାଗମରା ଅଂଚଳରେ ଫୁଟିଲା ଗୁଳି

ଭୁବନେଶ୍ୱର,୩/୯(ଏସ ଏସ ନିୟୁଜ)ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଂଚଳରେ ଗାଡି ପାର୍କିଂକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦକୁ ନେଇ ଗୁଳି ମାଡ ହୋଇଥିବା ଜଣାପଡିଛି । ଜାଗମରାରେ ରହୁଥିବା ବ୍ୟବସାୟୀ ପରିବାର ମଧ୍ୟରେ ଗାଡି ପାର୍କିଂକୁ ନେଇ ପାଟିତୁଣ୍ଡ ଓ ପରେ ବନ୍ଧୁକରୁ ୩ ରାଉଣ୍ଡ ବ୍ଲାଙ୍କ ଫାଇରିଂ କରାଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଖୋକା ଜବତ କରିବା ସହଦୁଇ ପରିବାର ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ

ଭୁବନେଶ୍ବର,୩/୯(ଏସଏସନିୟୁଜ) ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରି ଫେରାର ହୋଇଥିବା ରାଇରଂଗପୁର ଅଞ୍ଚଳର ଆଲ୍‌ବିସ୍ ସୋରେନ୍‌(୩୦)କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ଗତକିଛିଦିନ ହେବ ଆଲ୍‌ବିସ୍ ଘରୋଇ ସଂସ୍ଥାରେ କାମ କରିବା ସହଏକ ବସ୍ତିରେ ରହୁଥିଲେ ।ଏହି ବସ୍ତିରେ ରହୁଥିବା ଜଣେ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନାବାଳିକାଙ୍କ ଘରଲୋକ ନ ଥିବା ସମୟରେ ସେଠାକୁ ଲୁଚିଛପି ଆଲ୍‌ବିସ୍ ଯିବାଆସିବା କରୁଥିଲା ।ନାବାଳିକା ଗର୍ଭବତୀ ହୋଇଥିବାର ଜାଣିବାପରେ ଆଲ୍‌ବିସ୍ ବସ୍ତୀଛାଡି […]

ସୋମବାର ବନ୍ଦ ରହିବ ନନ୍ଦନକାନନ

ବାରଙ୍ଗ୨/୯(ଏସଏସନିୟୁଜ)ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହରେ ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ।ପୂର୍ବଭଳି ସୋମବାର ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।ପରବର୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ସକାଳ ସାଢେ ୭ ଘଟିକା ଠାରୁ ଅପରାହ୍ନ ସାଢେ ୫ ଘଟିକା ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନ ଖୋଲା ରହିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି।

ଦୁର୍ବଲ ତାରଜାଲି ସାଜୁଛି କାଳ ,ଜାଲିଭାଙ୍ଗିଲା ରାଜେଶ

ବାରଙ୍ଗ, ୨/୯(ଏସଏସନିୟୁଜ)ଦୁର୍ବଲ ତାର ଜାଲି ସାଜୁଛି କାଳ ।ଏହାକୁ ନେଇ ଦେଖାଦେଇଛି ଆଶଙ୍କା ।ଲକ୍ଷଲକ୍ଷ ଟଙ୍କା ପଶୁପକ୍ଷୀମାନଙ୍କର ଉନ୍ନତି ପାଇଁ ଡାକ୍ତର ଓ ଜନ୍ତୁବିଭାଗ ରେଞରଙ୍କ ତତ୍‌ବାବଧାନରେ ଖର୍ଚ୍ଚ ହେଉଚି ।ଖୋଦ ଜନ୍ତୁବିଭାଗ ରେଞରମଧ୍ୟ ଭଲ କାମ ହେବ ବୋଲି ନିଜେ ଠିକାଦାରୀ ସାଜିଛନ୍ତି ।ପର୍ଯ୍ୟାୟକ୍ରମେ ଏନକ୍ଲୋଜରର ତାରଜାଲି ମରାମତି ସହ ପରିବର୍ତନ ହୋଇ ନୁଆ ମଧ୍ୟ ଲାଗି ଲକ୍ଷାଧିକ ଟଙ୍କାର ବିଲ ମଧ୍ୟ ହେଉଛି ।ଏହାସତ୍ୱେ ତାରଜାଲି ସେହିଭଳି ଦୁର୍ବଳ ର୍ରହିଯାଉଛି।ଏହି  ଦୁର୍ବଲ ତାରଜାଲି ଭାଙ୍ଗି […]

ବଢ଼ିଲା ଅଡ଼ୁଆ

୧.ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣା ପତ୍ର, ଖର୍ଚ୍ଚ ହେବ ୭ କୋଟି ୨୧ ଲକ୍ଷ ଟଙ୍କା । ୨. ସାରା ଦେଶରୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ । ୩. କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ । ୪. ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ । ୫. ଅନୀଲ […]

ଗଣେଶ ପୂଜା ପାଇଁ ବିଏମସିର ଗାଇଡଲାଇନ୍

ଭୁବନେଶ୍ୱର,୨/୯(ଏସଏସନିୟୁଜ) ଗଶେଶ ପୂଜା ନେଇ ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।ଏହି ଗାଇଡଲାଇନ ଅନୁଯାୟୀ କୋଭିଡ କଟକଣାରେ ପୂଜାମଣ୍ଡପ ଓ ପେଣ୍ଡାଲରେ ପୂଜା କରିବାକୁ ହେଲେ କମିସନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ପୂଜାମଣ୍ଡପ ଓ ପେଣ୍ଡାଲରେ ୪ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସହ ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ପୂଜାମଣ୍ଡପରେ ପୁରୋହିତଙ୍କୁ ମିଶାଇ ସର୍ବାଧିକ ୭ଜଣଙ୍କୁ ଅନୁମତି ମିଳିବ । ସର୍ବସାଧାରଣଙ୍କ ଦର୍ଶନକୁ ବାରଣ କରାଯାଇଥିବାବେଳେ ଭସାଣିଯାତ୍ରାକୁ […]

ପରଲୋକରେ ରାଜ୍ୟସଭାର ପୂର୍ବତନ ସାଂସଦ ଚନ୍ଦନ ମିତ୍ର

ନୂଆଦିଲ୍ଲୀ,୨/୯(ଏସଏସନିୟୁଜ) ରାଜ୍ୟସଭାର ପୂର୍ବତନ ସାଂସଦ ତଥା ସମ୍ବାଦପତ୍ର ‘ପାୟନିୟର୍‌’ର ସମ୍ପାଦକ ଡକ୍ଟର୍ ଚନ୍ଦନ ମିତ୍ରଙ୍କର ଗତରାତିରେ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ୨୦୦୩ରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ହୋଇ ରାଜନୈତିକ ‘କ୍ୟାରିୟର୍‌’ ଆରମ୍ଭ କରିଥିବା ଚନ୍ଦନ ମିତ୍ର ଦ୍ବିତୀୟ ଥରପାଇ ୨୦୧୦ରେ ମଧ୍ୟ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ବିଜେପି ସାଂସଦ ହୋଇଥିଲେ ।

ପୁଣି ଫେରିବ ଲକ୍‌ଡାଉନ୍, ମିଳିଲା ଇଶାରା

୧. ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ୨. ୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା । ୩. ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ । ୪. ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ୫. ଓଭାଲରେ ଚତୁର୍ଥ ଟେଷ୍ଟ; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ । ୬. କେରଳ:ପୁଣି ଫେରିବ ଲକ୍‌ଡାଉନ୍, […]

ରାଜଧାନୀ ଉପକଣ୍ଠରେ ଦେଶୀ ମଦର ଆସର, ୪ ଗିରଫ

ବାରଙ୍ଗ, ୧/୯(ଏସଏସନିୟୁଜ)କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ମଧ୍ୟାହ୍ନରେ ନନ୍ଦନକାନନ ଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମରେ ଚଢ଼ାଉ କରି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନାନୁସାରେ ବୁଧବାର ମଧ୍ୟାହ୍ନରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ରବି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦୁପାଟଣା ଗ୍ରାମ ବିଦ୍ୟାଳୟ ନିକଟରେ ଅତର୍କିତ […]

ସାର ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର,୧/୯(ଏସଏସନିୟୁଜ) : ବିଧାୟକ ଭୁବନେଶ୍ଵର (ଉତ୍ତର) ତଥା ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇନଥିବା ବିରୋଧରେ ଆଜି ବିଜୁ କୃଷକ ଜନତା […]