Browsing category

ମହାନଗର

ମୁକ୍ତାକାଶ ଆଶ୍ରମରେ ପାଠ୍ୟ ପୁସ୍ତକ ବଣ୍ଟନ

ମେଣ୍ଢାଶାଳ,୧/୯(ଏସଏସନିୟୁଜ)ଦିନ ପୂର୍ବାହ୍ନ ରେ ଜାମୁଝରି ସ୍ଥିତ ମୁକ୍ତାକାଶ ଆଶ୍ରମ ପରିସର ରେ କାରା ମଙ୍ଗଳ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ପୌରହିତ୍ୟ ରେ ଅନ୍ତେବାସୀ ମାନଙ୍କ ର ଶିକ୍ଷା ଅର୍ଜନ କରୁଥିବା ପୁଅ ଝିଅ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଗୁଡିକୁ ସ୍ଵେଛାସେବି ଅନୁଷ୍ଠାନ ଠାରୁ ସଂଗ୍ରହ କରାଯାଇ କାରା ଆଶ୍ରମ ର ଅଧିକ୍ଷିକା ସ୍ମିତା ମହାନ୍ତି ଙ୍କ ଦ୍ଵାରା ଅନ୍ତେବାସୀ ମାନଙ୍କ ସନ୍ତାନ ମାନଙ୍କ ପାଇଁ ବିତରଣ କରାଯାଇଥିଲା । ଏହା ସେମାଙ୍କ […]

ଆଜି ବାରଙ୍ଗତହସିଲ ଘେରାଉ

ବାରଙ୍ଗ,୧/୯(ଏସଏସନିୟୁଜ)ବୁଧବାରଦିନ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ବାରଙ୍ଗ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆବାହକ ସନ୍ଦୀପ ସାମଲ କହିଛନ୍ତି।ସନ୍ଦିପଙ୍କ ଅଭିଯୋଗ ହେଲା ଦଳିତ ଲୋକମାନଙ୍କୁ ବାରଙ୍ଗ ତହସିଲ ଅଧିନସ୍ତ ବିଦ୍ୟାଧରପୁର ମୌଜାରେ ଭୁସଂସ୍କାର ଆଇନ ବଳରେ ୧୮୦ ଏକର ଜମି ୧୮୦ଟି ପରିବାରକୁ ଦିଆଯାଇଥିଲା।କିନ୍ତୁ ପର‌୍ୟ୍ୟାୟ କ୍ରମେ ଜିଲା ପ୍ରଶାସନ ଏହି ଗରିବ ଶିକ୍ଷାଗତ କମ ଥିବା ଦଳିତ ଲୋକମାନଙ୍କୁ ମିଳିଥିବା ଜାଗାରୁ ଉଠାଇବା ଉଦେଶ୍ୟରେ ରିଭିଜନ କେଶ କରିଥିଲେ।ପର୍ଯ୍ୟାୟ ଲୋକମାନେ ନିଜ ହକ ପାଇଁ […]

ସାକ୍ଷୀଗୋପାଳ ମନ୍ଦିର ଉନ୍ନତି ପାଇଁ ଡେମୋପ୍ରଦର୍ଶନ

ସାକ୍ଷୀଗୋପାଳ,୩୧/୮(ଏସଏସନିୟୁଜ)ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର ହେବ । ଖୁବ ଶିଘ୍ର କାର‌୍ୟ୍ୟ ଆରମ୍ଭ ହେବ । ମନ୍ଦିର ଚତୁପାଶ୍ୱର୍ରେ ଥିବା ଜମି ଚିହ୍ନଟ କରାଯାଇ ପ୍ରଥମେ ଉଛେଦ ପ୍ରକିୟା ଆରମ୍ଭ କରାଯିବ ।ଏଥିସହ ବକୁଳବନ, ସିଦ୍ଧବଳରାମପୀଠ, ମିନିଷ୍ଟାଡିୟମ, ମାକେର୍ଟକମ୍ଳେକ୍ସ ମଧ୍ୟ ହେବ ।ଏଥିନିମନ୍ତେ ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଆୟୋଜିତ ବୈଠକରେ ଏକ ଡୋମୋ ପ୍ରଦର୍ଶିତ ହୋଇଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର […]

ତାଗିଦ୍‌-ଆକ୍ରମଣ କରିବାକୁ ଚିନ୍ତା କଲେ ସ୍ଥିତି ଭୟଙ୍କର…

୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା (Contingency Crop Plan) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨. ପୁରୀ ବିଏନଆର ହୋଟେଲରେ ଥିବା ଶତାବ୍ଦୀ ପୁରୁଣା ହେରିଟେଜ ଷ୍ଟିମ ଲୋକୋମୋଟିଭର ସୌନ୍ଦର୍ଯ୍ୟକରଣ । ୩. ଭୁବନେଶ୍ୱରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ […]

ଗଞ୍ଜେଇ ଚାଲାଣବେଳେ ଧରାହେଲେ ସାମ୍ବାଦିକ,୭୧ବସ୍ତା ଗଞେଇ ଜବତ,୫ଗିରଫ

ମାଲକାନାଗିରି ,୩୧/୮(ଏସଏସନିୟୁଜ) ମାଲକାନଗିରିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରିବାସହ ପ୍ରାୟ ଦେଢ କୋଟି ଟଙ୍କା ମୁଲ୍ୟର ୧୫୨୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇ ସବୁ ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରାଚାଲଣ ହେଉଥିଲା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଖୈରପୁଟ ଥାନା ପୋଲିସ ମୁଦୁଲିପଡା ରାସ୍ତାରେ ଚଢଉ କରିଥିଲା । ଚଢଉ ସମୟରେ ଆସୁଥିବା ପିକଅପ୍ ଭ୍ୟାନକୁ ରୋକି ଯାଂଚ କରିବାପରେ ସେଥିରୁୁ ୧୫କ୍ବିଣ୍ଟାଲ ୨୦କେଜି ଓଜନର […]

ହମ୍ପସ ଯୋଗୁଁ ଘଟିଲା ଦୁର୍ଘଟଣା,ମରାଯାଇନି ଜେବ୍ରା କ୍ରସିଂ ଚିହ୍ନ

ବାରଙ୍ଗ,୩୧/୮(ଏସଏସନିୟୁଜ)ବାରଙ୍ଗ ଥାନା ଅଧୀନସ୍ଥ ମଧୁପୁର ଗ୍ରାମ ନିକଟ ବାରଙ୍ଗ କଟକ ମୁଖ୍ୟ ରାସ୍ତାରେ କାର ଓ ବାଇକ ମଧ୍ୟରେ ଦୁର୍ଘଟଣା।ଗୁରୁତର ବାଇକ ଚାଳକଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମଙ୍ଗଳବାର ସନ୍ଧ୍ୟା ସାଢେ଼ ଛଅ ଘଟିକା ସମୟରେ ମଧୁବନ ଗ୍ରାମ ମୁଣ୍ଡ କଟକ ଭୁବନେଶ୍ବର ମୁଖ୍ୟ ରାସ୍ତାରେ କାର କୁ ପଛରୁ ଧକ୍କା ଦେଲା ବାଇକ।ଭୁବନେଶ୍ୱରୁ କଟକ ଅଭିମୁଖେ ଯାଉଥିବା ଓଡି ୦୨ ବିଏମ ୫୬୬୭ ନମ୍ୱର ବିଶିଷ୍ଟ ଏକ କଳାରଙ୍ଗର […]

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ

ରାଜନଗର,୩୧/୮(ଏସଏସନିୟୁଜ)ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସୋମବାରଠୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୭ ଦିନ ଧରି ଚାଲିଥିବା ଏହି ଗଣନା କାର‌୍ୟ୍ୟରେ ଦୁଇଟି ଟିମ୍ ରେ ୧୪ଜଣ ଗଣନାକାରୀ ସାମିଲ ହୋଇଥିଲେ ।ତେବେ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛିଏହି ଗଣନା ଅନୁସାରେ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବାର ଜଣାପଡିଛି ।ଭିତରକନିକାରେ ୧ ଲକ୍ଷ ୮ ହଜାର ୬୩୯ଟି ପକ୍ଷୀ ଓ ୨୨ ହଜାର ୮୨୮ ବସା ଚିହ୍ନଟ ହୋଇଛି ।ତେବେ ଗତବର୍ଷଠାରୁ […]

ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୩୧/୮(ଏସଏସନିୟୁଜ) ଆଉ ଦିନକେଇଟା ପରେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ଏବଂ ପ୍ରସିଦ୍ଧ ପର୍ବ ନୂଆଖାଇ । ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଅର୍ଥାତ ଆସନ୍ତା ୧୧ତାରିଖରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବ ।ଏଥିପାଇଁ ଆଜି ଲଗ୍ନ ନିର୍ଦ୍ଧାରିତ ହୋଇଯାଇଛି। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ପଣ୍ଡିତ, ବିଦ୍ୱାନ ଏବଂ ଜ୍ୟୋର୍ତିବିଦ ମାନେ ଶୁଭଲଗ୍ନ ସ୍ଥିର କରିଛନ୍ତି।ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର

ଭୁବନେଶ୍ୱର,୩୧/୮(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ (Barry O’Farrel AO )ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଓଡିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି ଏବଂ ହକି ଖେଳରେ ଉନ୍ନତି ପାଇଁ ଓଡିଶା ଯେଭଳି ଭାବରେ ନେତୃତ୍ବ ନେଇଛି, ସେଥିପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରିଥିଲେ । ଉଭୟ […]

ବାରଙ୍ଗ ପ୍ରେସ୍ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

ବାରଙ୍ଗ, ୩୧/୮(ଏସଏସନିୟୁଜ)ସରକାର କାର‌୍ୟ୍ୟରତ ସାମ୍ବାଦିକଙ୍କ ପରିବାରର ସୁରକ୍ଷା ଲାଗି ସ୍ୱାସ୍ଥ୍ୟ ବୀମା ଭଳି ଐତିହାସିକ ଯୋଜନା କରିଛନ୍ତି।ବହୁ ବିପରୀତ ପରିସ୍ଥିତିରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଖବର,ଚିତ୍ର ଓ ଚଳଚିତ୍ର(ଭିଡ଼ିଓ) ସଂଗ୍ରହ କରି ସରକାର, ଜନସାଧାରଣ ଓ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ କାର‌୍ୟ୍ୟ କରି ଆସୁଛନ୍ତି।ସମାଜର ସୈନିକ କୁହାଯାଉଥିବା ସାମ୍ବାଦିକଙ୍କୁ ସରକାର କୋରୋନା ଯୋଦ୍ଧା ଘୋଷଣା କରିଛନ୍ତି।ହେଲେ ଅଧିକାଂଶ ସାମ୍ବାଦିକ ଓ କ୍ୟାମେରା ମ୍ୟାନଙ୍କ ପିଲାମାନେ ଶିକ୍ଷାକ୍ଷେତ୍ରରେ ନାମଲେଖା,ମାସିକ ଅର୍ଥ ଦେୟ ଓ ଅନ୍ୟାନ୍ୟ ଦେୟ ରିହାତି […]