ଠାକୁରାଣିଙ୍କ କାଠିଯାତ୍ରା ଆରମ୍ଭ

ସାକ୍ଷୀଗୋପାଳ,୧୩/୯(ଏସଏସନିୟୁଜ) ମା ଜାଗୁଳେଇ ଠାକୁରାଣୀଙ୍କ ମୁହଁରୁ ଖୋଲିଛି ବିରିଯାବ । ପରମ୍ପରା ମୁତାବକ ମାଙ୍କ ମୁହଁରେ ବର୍ଷ ତମାମ ବିରିବଟାଯାବ ଦିଆଯାଇଥାଏ । ଷଷ୍ଠୀ ତିଥିରେ ମାଙ୍କ ମୁଖ ମଣ୍ଡଳରୁ ନୀତିକାନ୍ତି ପରେ ବାହ୍ମଣ ସେବକ ଅଭିମନ୍ତ୍ରିତ ହଳଦୀପାଣିରେ ମାଙ୍କ ମୁଖ ମଣ୍ଡଳରୁ ଯାବ ଖୋଲିଥିଲେ ।ଏହି ଦୃଶ୍ୟ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମରେ ଦେଖିବାକୁ ମିଳିଛି ।ଏହାପରେ ମାଙ୍କୁ ମାଜଣା ପରେ ନାଲିଶଙ୍ଖା, ସିନ୍ଦୁର, ଶାଢ଼ୀ ଲାଗି କରାଯାଇ ବେଶ କରାଯାଇଥିଲା । ବିଳମ୍ବିତ ରାତିରେ ଶଙ୍କୁଡିଭୋଗ , ଉପଚାର ଓ ଆଳତି କରାଯାଇ ସେବାୟତ ମାନଙ୍କ ଦ୍ୱାରା ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା ।ପୁର୍ବଜନଶୃତି ଅନୁସାରେ ଟିକରପଡା ଗ୍ରାମ ମାଙ୍କ ବାପା ଘର ହୋଇଥିବାରୁ ଆଜି ଠାରୁ ମା ଜାଗୁଳାଇଙ୍କର କନ୍ୟା ପଦ୍ମାବତୀ ବାରପଡା ବିଶିଷ୍ଠ ଅଳଗୁମ ଗ୍ରାମର ଟିକରପଡା ଗ୍ରାମ ପରିକ୍ରମା କରିବେ । ସେଥିପାଇଁ ଉତ୍ସବ ମୁଖର ହୋଇପଡିଛି ଟିକରପଡାଗ୍ରାମ ।ମା ଗ୍ରାମକୁ ଆସିବେ ଆଉ ଦୁଆରୀ ଭୋଗ ଖାଇବେ । ଏଥିପାଇଁ ପ୍ରତିପରିବାରେ ଆଗ୍ରହ ତଥା ଭକ୍ତି ଭାଗ ଜାଗ୍ରତ ହୋଇଥିବରୁ ପ୍ରତିଘରେ ପ୍ରଥା ଅନୁସାରେ ମାଙ୍କ ପ୍ରିୟ ଭୋଗ ଆମିଷ ତରକାରୀ କରିବା ସହ ପିଠା କରି ଅପେକ୍ଷା କରିରହିଥିବାର ଜଣାପଡିଛି ।

Comments (0)
Add Comment