ଉଦ୍ଧାର ହେଲେ ଶିଶୁ ଶ୍ରମିକ

ଚୌଦ୍ୱାର,୧୬/୯(ଏସ ଏସ ନିଉଜ)ଟାଙ୍ଗୀ ଥାନା ମଙ୍ଗୁଳି ଛକ ଅଂଚଳରୁ ଶିଶୁ ଶ୍ରମିକ ଉଦ୍ଧାର କରିଛି ଟାଙ୍ଗୀ ଥାନା ପୋଲିସ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ପୋଲିସ
ଆଜି ଟାଙ୍ଗୀ ଥାନା ଅଞ୍ଚଳରେ ପୋଲିସ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ। ଟାଙ୍ଗୀଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ଙ୍କ ନିର୍ଦେଶରେ ମଙ୍ଗୁଳିଛକର ବିଭିନ୍ନ ବଜାରରେ ଥିବା ଗ୍ୟାରେଜ, ସର୍ଭିସ ସେଣ୍ଟର, ଜଳଖିଆ ଦୋକାନ ଓ ହୋଟେଲ ରୁ ୬ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିଲା।ପରେ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କୋଭିଡି ଟେଷ୍ଟ ପରେ ସମସ୍ତ ଶିଶୁଙ୍କ ସୁରକ୍ଷା ଓ ଭବିଷ୍ୟତ ଦୃଷ୍ଟିରୁ ଚାଇଲଡ ଲାଇନ କୁ ହସନ୍ତାନ୍ତର କରାଯାଇଥିଲା ।ପରିବର୍ତ୍ତିତି

ସମୟରେ ଶିଶୁ ମଙ୍ଗଳ ସୁରକ୍ଷା କମିଟି, କଟକ ଓ ଚାଇଲଡ ଲାଇନ ଶିଶୁ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ପରବର୍ତୀ ନିଷ୍ପତି ନେବେ ବୋଲି ଜଣାପଡିଛି l ଏହି ଉଦ୍ଧାର କାର୍ଯ୍ୟରେ ଟାଙ୍ଗୀଥାନା ଏ.ଏସ.ଆଇ ବାନାମ୍ବର ମାଲିକ , ନଦିନୀ ନାୟକ , ଯଦୁମଣି ପୂଜାରୀ, ଜୀବନ ଜ୍ୟୋତି ପ୍ରଧାନ ଓ ଟାଙ୍ଗୀ ଚୌଦ୍ୱାର ବ୍ଲକ ଟାକ୍ସ ଫୋର୍ସ କମିଟି ସଦସ୍ୟ ନରୋତ୍ତମ ଦାସ ଉପସ୍ଥିତ ଥିଲେ l ଆଗକୁ ଅଧିକ ଭାବେ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ଟାଙ୍ଗୀ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାସ ସୂଚନା ଦେଇଛନ୍ତି ।(ପ୍ରିୟଙ୍କା ଦାସଙ୍କ ରିପୋର୍ଟ)

Comments (0)
Add Comment